Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜିଠାରୁ ‘ଇଣ୍ଡିଆ ସ୍କିଲ୍ସ’ ୨୦୨୪: ଓଡ଼ିଶାରୁ ଭାଗ ନେବେ ୬୪ ଜଣ ପ୍ରତିଯୋଗୀ
ଆଜିର ଖବର

ଆଜିଠାରୁ ‘ଇଣ୍ଡିଆ ସ୍କିଲ୍ସ’ ୨୦୨୪: ଓଡ଼ିଶାରୁ ଭାଗ ନେବେ ୬୪ ଜଣ ପ୍ରତିଯୋଗୀ

May 15, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବିଭିନ୍ନ ବିଷୟରେ ଭାରତର ଯୁବପିଢ଼ିଙ୍କ ଦକ୍ଷତାର ପ୍ରଦର୍ଶନ ଲାଗି ପ୍ରତି ଦୁଇ ବର୍ଷରେ ଥରେ “ଇଣ୍ଡିଆ ସ୍କିଲ୍ସ” ପ୍ରତିଯୋଗିତା କରାଯାଉଛି। ଚଳିତ ବର୍ଷ ମେ’୧୫ ଅର୍ଥାତ ଆଜିଠାରୁ ୧୯ ଯାଏଁ ଏହି ଜାତୀୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ “ଓଡ଼ିଶା ସ୍କିଲ୍ସ” ରୁ ଶ୍ରେଷ୍ଠ ବିବେଚିତ ହୋଇଥିବା ୬୪ ଜଣ ପ୍ରତିଯୋଗୀ ଭାଗ ନେବେ।

ଚଳିତ ଥର ନୂଆଦିଲ୍ଲୀ, ବେଙ୍ଗଳୁରୁ, ମଣିପାଲ ଏବଂ ଗାନ୍ଧୀନଗର ଭଳି ଦେଶର ଏହି ୪ଟି ପ୍ରମୁଖ ସହରରେ “ଇଣ୍ଡିଆ ସ୍କିଲ୍ସ” ପ୍ରତିଯୋଗିତାର ଆୟୋଜନ କରାଯାଉଛି।

ଭାରତ ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟମଶୀଳତା ମନ୍ତ୍ରାଳୟ ଅଧୀନରେ ଥିବା ଜାତୀୟ ଦକ୍ଷତା ବିକାଶ ନିଗମ (ଏନଏସଡିସି) ଦ୍ୱାରା “ଇଣ୍ଡିଆ ସ୍କିଲ୍ସ” କାର୍ଯ୍ୟକ୍ରମ କରାଯାଉଛି। ଏହି ଜାତୀୟ ସ୍ତରର ଦକ୍ଷତାଭିତ୍ତିକ ପ୍ରତଯୋଗିତାରେ ଭାଗ ନେବା ଲାଗି ମଙ୍ଗଳବାର ଦିନ ଓଡ଼ିଶାର ପ୍ରତିଯୋଗୀମାନେ ଯାଇଛନ୍ତି।

ଏହି ପ୍ରତିଯୋଗୀମାନଙ୍କୁ ବିଶ୍ୱ ଦକ୍ଷତା କେନ୍ଦ୍ରର ଅଧ୍ୟକ୍ଷ ଟି ଥମ୍ବିରାଜା ଏବଂ ଉପାଧ୍ୟକ୍ଷ ଡକ୍ଟର ଶୁଭଙ୍ଗ କିଶୋର ଦାସ ଶୁଭେଚ୍ଛା ଜଣାଇଛନ୍ତି।

“ଇଣ୍ଡିଆ ସ୍କିଲ୍ସ”ରେ ମୋବାଇଲ ରୋବୋଟିକ୍ସ, ଇନଫରମେସନ୍ ନେଟୱାର୍କ କେବଲିଂ, ଇଣ୍ଡଷ୍ଟ୍ରିଆଲ କଣ୍ଟ୍ରୋଲ, ମୋବାଇଲ ଆପ୍ଲିକେସନ୍ ଡେଭଲପମେଣ୍ଟ୍‌, ସାଇବର ସିକ୍ୟୁରିଟି ଭଳି ୪୮ଟି ସ୍କିଲରେ ଓଡ଼ିଶାର ପ୍ରତିଯୋଗୀମାନେ ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରିବେ। ଏଠାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀମାନେ ସେପ୍ଟେମ୍ବର ମାସରେ ଫ୍ରାନ୍ସରେ ହେବାକୁ ଥିବା “ୱାର୍ଲ୍ଡ ସ୍କିଲ୍ସ” ପ୍ରତିଯୋଗିତାରେ ନିଜର ଦକ୍ଷତା ଦେଖାଇବାର ସୁଯୋଗ ପାଇବେ।

“ଇଣ୍ଡିଆ ସ୍କିଲ୍ସ” ପୂର୍ବରୁ “ଓଡ଼ିଶା ସ୍କିଲ୍ସ” ପ୍ରତିଯୋଗିତା ମାର୍ଚ୍ଚ ୧୨ରୁ ୧୪ ତାରିଖ ଯାଏଁ ଚାଲିଥିଲା। ବିଶ୍ୱ ଦକ୍ଷତା କେନ୍ଦ୍ର ସହିତ ଭୁବନେଶ୍ୱର ଓ କଟକର ମୋଟ ୮ଟି କେନ୍ଦ୍ରରେ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ରାଜ୍ୟର ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ୮୦୦ରୁ ଅଧିକ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ। ୬ଟି ପ୍ରମୁଖ କ୍ଷେତ୍ରରେ ମୋଟ ୪୫ଟି ସ୍କିଲକୁ ନେଇ ଏହି ପ୍ରତିଯୋଗିତା ହୋଇଥିଲା।

ଓଡ଼ିଶା ସ୍କିଲ୍ସରୁ ଶ୍ରେଷ୍ଠ ବିବେଚିତ ଛାତ୍ରଛାତ୍ରୀଙ୍କ ଭିତରୁ ୬୪ ଜଣ ଇଣ୍ଡିଆ ସ୍କିଲ୍ପରେ ଭାଗ ନେଉଛନ୍ତି। ତେଣୁ ଏମାନେ ଜାତୀୟସ୍ତରରେ ମଧ୍ୟ ନିଜର ପାରଦର୍ଶିତା ଦେଖାଇ ଓଡ଼ିଶା ପାଇଁ ଗର୍ବ ଆଣିବେ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି।

ଇଣ୍ଡିଆ ସ୍କିଲ୍ସ ଓଡ଼ିଶା ପ୍ରତିଯୋଗୀ
Share. Facebook Twitter LinkedIn Email WhatsApp Copy Link

Related Posts

ସମୁଦ୍ରରେ ଜାହାଜ ନିଖୋଜ, ତାଜା ହେଲା ବ୍ଲାକରୋଜ ସ୍ମୃତି

August 22, 2026

ବିବାହ ପ୍ରତିଶ୍ରୁତି, ଶାରୀରିକ ସମ୍ପର୍କ ପରେ ପ୍ରତାରଣା ଅଭିଯୋଗ: ଜେଲ ଗଲେ SI

August 22, 2026

ଭାରତୀୟ ରେଳର ଆଉ ଏକ ମାଇଲଖୁଣ୍ଟ: ଗୋଟିଏ ଯାତ୍ରାରେ କଲା ୩୯୨୨ ଟନ୍ ମାଲ ପରିବହନ

August 22, 2026

“ବନ୍ଦେ ମାତରମ୍” ପ୍ରସଙ୍ଗ: ନିଜର ମତ ସ୍ପଷ୍ଟ କଲେ କଂଗ୍ରେସ ନେତା ଶଶି ଥରୁର

August 22, 2026
Latest News

ସମୁଦ୍ରରେ ଜାହାଜ ନିଖୋଜ, ତାଜା ହେଲା ବ୍ଲାକରୋଜ ସ୍ମୃତି

August 22, 2026

ବିବାହ ପ୍ରତିଶ୍ରୁତି, ଶାରୀରିକ ସମ୍ପର୍କ ପରେ ପ୍ରତାରଣା ଅଭିଯୋଗ: ଜେଲ ଗଲେ SI

August 22, 2026

ଭାରତୀୟ ରେଳର ଆଉ ଏକ ମାଇଲଖୁଣ୍ଟ: ଗୋଟିଏ ଯାତ୍ରାରେ କଲା ୩୯୨୨ ଟନ୍ ମାଲ ପରିବହନ

August 22, 2026

“ବନ୍ଦେ ମାତରମ୍” ପ୍ରସଙ୍ଗ: ନିଜର ମତ ସ୍ପଷ୍ଟ କଲେ କଂଗ୍ରେସ ନେତା ଶଶି ଥରୁର

August 22, 2026

ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର: ଥାନାରେ ହତ୍ୟା ଅଭିଯୋଗ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.