Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ଵାତୀ ମାଲିୱାଲଙ୍କ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ, କେଜ୍ରିୱାଲଙ୍କ ପିଏ ବିରୋଧରେ ମାମଲା ରୁଜୁ
ଆଜିର ଖବର

ସ୍ଵାତୀ ମାଲିୱାଲଙ୍କ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ, କେଜ୍ରିୱାଲଙ୍କ ପିଏ ବିରୋଧରେ ମାମଲା ରୁଜୁ

May 17, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ରାଜ୍ୟସଭା ସାଂସଦ ତଥା ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷ ସ୍ଵାତୀ ମାଲିୱାଲଙ୍କ ଅଭିଯୋଗ ପରେ ଅସଦାଚରଣ ମାମଲାରେ ବିଭବ କୁମାରଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି। ଦିଲ୍ଲୀ ପୋଲିସ ଆଜି ତାଙ୍କ ବିବୃତ୍ତି ରେକର୍ଡ କରିଛି। ଏବେ ବିଭବ କୁମାରଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଆଇପିସିର ଧାରା ୩୫୪, ୫୦୬, ୫୦୯ ଅନୁଯାୟୀ ବିଭବ କୁମାରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ଏହାପୂର୍ବରୁ ଦିଲ୍ଲୀ ପୋଲିସ ସ୍ଵାତୀ ମାଲିୱାଲଙ୍କ ଘରେ ପହଞ୍ଚି ପ୍ରାୟ ଚାରି ଘଣ୍ଟା ପରେ ଘରୁ ଫେରିଥିଲା। ଏହି ସମୟରେ ସ୍ଵାତୀ ମାଲିୱାଲ ତାଙ୍କ ସହ ହୋଇଥିବା ଅସଦାଚରଣ ସମ୍ପର୍କରେ ଦିଲ୍ଲୀ ପୋଲିସ ସମ୍ମୁଖରେ ତାଙ୍କ ବିବୃତ୍ତି ରେକର୍ଡ କରିଥିଲେ। ତାଙ୍କ ବିବୃତ୍ତିରେ ସେ ମେ ୧୩ ତାରିଖରେ ଘଟିଥିବା ଘଟଣାର ସମ୍ପୂର୍ଣ୍ଣ ବିବରଣୀ ଦେଇଥିଲେ। ତେବେ ପୋଲିସକୁ ଦେଇଥିବା ଅଭିଯୋଗରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନାମ ନାହିଁ।

ଏହାପୂର୍ବରୁ ରାଷ୍ଟ୍ରୀୟ ମହିଳା ଆୟୋଗ ବିଭବ କୁମାରଙ୍କୁ ସମନ ପଠାଇଥିଲେ ଯାହା ଅନୁଯାୟୀ କୁମାରଙ୍କୁ ଆସନ୍ତା ୧୭ ତାରିଖ ସକାଳ ୧୧ଟା ସମୟରେ ହାଜର ହେବାକୁ ପଡ଼ିବ।

ପ୍ରକାଶ ଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସହାୟକ ବିଭବ କୁମାରଙ୍କୁ ଆମ୍ ଆଦମୀ ଦଳର ନେତା ତଥା ରାଜ୍ୟସଭା ସାଂସଦ ସ୍ଵାତୀ ମାଲିୱାଲଙ୍କ ଦ୍ୱାରା ଦୁର୍ବ୍ୟବହାର ଅଭିଯୋଗ କରାଯାଇଥିଲା। ତେବେ ଏହି ପ୍ରସଙ୍ଗରେ ଆମ୍ ଆଦମୀ ପାର୍ଟି ଦ୍ୱାରା କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଥିଲା।

AAP ନେତା ସଞ୍ଜୟ ସିଂ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ମାମଲାକୁ ଗମ୍ଭୀରତାର ସହ ନେଇଛନ୍ତି ଏବଂ ଦଳ ଏଭଳି ଲୋକଙ୍କ ସହ ନାହିଁ। ରାଜ୍ୟସଭା ସାଂସଦ ଏହି ଘଟଣାକୁ ନିନ୍ଦନୀୟ ବୋଲି କହିଥିଲେ। ଏହା ବ୍ୟତୀତ ସେ ଏହା ମଧ୍ୟ କହିଥିଲେ ଯେ, ଏହି ପ୍ରସଙ୍ଗରେ ଆମେ ସ୍ଵାତୀ ମାଲିୱାଲଙ୍କ ସହ ଅଛୁ।

Delhi News swati maliwal
Share. Facebook Twitter LinkedIn Email WhatsApp Copy Link

Related Posts

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026
Latest News

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.