ପୋଲସରାରେ ଗୁଳିକାଣ୍ଡ, ଯୁବକ ଗୁରୁତର

Published: May 16, 2024, 11:47 pm IST

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ପୋଲସରା ସହର ଟେଲିଫୋନ ଏକ୍ସଚେଞ୍ଜ ନିକଟରେ ଗଣେଶ ଖଟେଇ ନାମରେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ଯେଉଁଥିରେ ସେ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଘଟଣାରୁ ଜଣାପଡିଛି ଯେ, ମଠ ସାହିର ଗଣେଶ କୌଣସି କାମରେ ବାହାରକୁ ଯାଇ ଘରକୁ ଫେରିବା ବାଟରେ ପୁର୍ବରୁ ଛକି ରହିଥିବା କିଛି ଯୁବକ ହଠାତ୍ ଗଣେଶ ମୁଣ୍ଡକୁ ଲକ୍ଷ କରି ଗୁଳି ଚଳାଇଥିଲେ। କିନ୍ତୁ ଲକ୍ଷ ଭେଦ ନହୋଇ ଗଣେଶଙ୍କ କାନକୁ ବାଜିବାରୁ ସେ ରକ୍ତ ଜୁଡୁବଡୁ ଅବସ୍ଥାରେ ତଳେ ପଡିଥିବା ବେଳେ ଏସ୍ ଡି ପି ଓ ରଜନୀ କାନ୍ତ ସାମଲ ଓ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ପ୍ରଥମେ ତାଙ୍କୁ ପୋଲସରା ଡାକ୍ତରଖାନାକୁ ପଠାଇଥିଲେ ଏବଂ ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଛନ୍ତି।

ଘଟଣାସ୍ଥଳରୁ ଦୁଇଟି ମୋଟରସାଇକେଲ, ଗୋଟିଏ ମୋବାଇଲ ଫୋନ, କଳା ମୁଖା, ଚପଲ ଓ ୩ ଟି ଖୋକା ଜବତ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରୁଛି। ଆଜିର ଏହି ଘଟଣା ପୁର୍ବ ଶତୃତାରୁ ହୋଇଛି ବୋଲି ଜଣାପଡିଛି।

Related posts