Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତ-ବାଂଲାଦେଶ ଦ୍ବିପାକ୍ଷିକ ବୈଠକ
ଆଜିର ଖବର

ଭାରତ-ବାଂଲାଦେଶ ଦ୍ବିପାକ୍ଷିକ ବୈଠକ

May 18, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତ ସରକାରଙ୍କର ପ୍ରଶାସନିକ ସଂସ୍କାର ଏବଂ ଜନ ଅଭିେଯାଗ ବିଭାଗର ସଚିବ ଭି. ଶ୍ରୀନିବାସ ଏବଂ ବାଂଲାଦେଶର ୪ଟି ଦକ୍ଷତା ବିକାଶ ପ୍ରତିଷ୍ଠାନର ରେକ୍ସର୍ (ସଚିବ) ତଥା ସାଧାରଣ ପ୍ରଶାସନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଓ ବାଂଲାଦେଶର ନ୍ୟାଶନାଲ୍ ଆକାଡେମୀ ଫର୍ ପ୍ଲାନିଂ ଆଣ୍ଡ୍ ଡେପଲପ୍ମେଣ୍ଟ (ଏନ୍ଏପିଡି)ର ସାଧାରଣ ନିଦ୍ର୍ଦେଶକ (ସଚିବ) ସୁକେଶ କୁମାର ସରକେର୍ଙ୍କ ମଧ୍ଯରେ ଗତ ମେ ୧୬ ତାରିଖ ଦିନ ଅନ୍୍ଲାଇନ୍୍ରେ ଏକ ଦ୍ବିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ବାଂଲାଦେଶର ସାଧାରଣ ପ୍ରଶାସନ ତାଲିମ କେନ୍ଦ୍ର (ବିପିଏଟିସି)ର ରେକ୍ଝର (ସଚିବ) ମହମ୍ମଦ୍ ଅଶ୍ରଫ୍ ଉଦ୍ଧିନ୍, ବାଂଲାଦେଶ ଲୋକ ସେବା ପ୍ରଶାସନ ଆକାଡେମୀ (ବିସିଏସ୍ଏଏ)ର ରେକ୍ଝର (ସଚିବ) ଡ.ମହମ୍ମଦ୍ ଓମାର୍ ଫାରୁକ୍, ବାଂଲାଦେଶ ନ୍ୟାଶନାଲ୍ ଆକାଡେମୀ ଫର୍ ଡେଭ୍୍ଲପ୍୍ମେଣ୍୍ଟ୍ ଆଡ୍ମିନିଷ୍ଟ୍ରେସନ୍(ଏନ୍ଏଡିଏ)ର ରେକ୍ଝର୍ (ସଚିବ) ଡ. ମହମ୍ମଦ୍ ଶାହିଦୁଲ୍ଲାହ ଏବଂ ସାଧାରଣ ପ୍ରଶାସନ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଡ. ଏମ୍. ଜିଆଉଲ୍ ହକ୍ େଯାଗଦେଇଥିଲେ।

ଭାରତ ପକ୍ଷରୁ ଏହି ବୈଠକରେ ଡିଏଆର୍ପିଜିର ଯୁଗ୍ମ ସଚିବ ଏନ୍.ବି.ଏସ୍. ରାଜପୁତ୍, ପ୍ରଶାସନିକ ସଂସ୍କାର ଏବଂ ଜନ ଅଭିେଯାଗ ବିଭାଗର ବରିଷ୍ଠ ଅଧିକାରୀ, ଡିଏଆର୍ପିଜି, ନ୍ୟାଶନାଲ୍ ସେଣ୍ଟର୍ ଅଫ୍ ଗୁଡ୍ ଗଭର୍ଣ୍ଣାନ୍ସ୍ (ଏନ୍ସିଜିଜି) ଏବଂ ବାଂଲାଦେଶରେ ଭାରତର ହାଇ କମିଶନ୍ ପ୍ରମୁଖ େଯାଗ ଦେଇଥିଲେ।

ଏହି ବୈଠକରେ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା। ସେଗୁଡିକ ମଧ୍ଯରେ, (କ) ସାଧାରଣ ପ୍ରଶାସନ ମନ୍ତ୍ରଣାଳୟର ଦକ୍ଷତା ବିକାଶ ଅନୁଷ୍ଠାନଗୁଡିକର ଅଧ୍ଯାପକମାନଙ୍କ ପାଇଁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ପରିଚାଳନା, (ଖ) ବରିଷ୍ଠ କାର୍ଯ୍ୟନିର୍ବାହୀ ବିକାଶ କାର୍ଯ୍ୟକ୍ରମ, (ଗ) ଏନ୍ସିଜିଜିରେ ବାଂଲାଦେଶ ପ୍ରଶାସନିକ ଅଧିକାରୀମାନଙ୍କର ପୂର୍ବତନ ଛାତ୍ରଙ୍କ ବୈଠକ, (ଗ) ୨୭ତମ ନ୍ୟାଶନାଲ୍ ଇ-ଗଭର୍ଣ୍ଣାନ୍ସ କନ୍ଫରେନ୍ସରେ ବାଂଲାଦେଶ ପ୍ରଶାସନିକ ଅଧିକାରୀଙ୍କ ଅଂଶଗ୍ରହଣ ଇତ୍ୟାଦି ରହିଥିଲା। ଆଲୋଚନା ପରେ ଏହି ବୈଠକରେ ସହମତି ହେଲା େଯ, ୨୦୨୪ ଜୁଲାଇ ଓ ସେପ୍ଝେମ୍ବରରେ ବାଂଲାଦେଶର ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କ ପାଇଁ ଏନ୍ସିଜିଜିରେ ଏକ ସପ୍ତାହ ବ୍ୟାପୀ ଦକ୍ଷତା ବିକାଶ କାର୍ଯ୍ୟକ୍ରମ, ବାଂଲାଦେଶର ବିପିଏଟିସିର ଅଧ୍ଯାପକମାନଙ୍କ ପାଇଁ ତଥା ବିସିଏସ୍ ଆଡ୍ମିନିଷ୍ଟ୍ରେସନ୍ ଆକାଡେମୀ, ଏନ୍ଏପିଡି ଏବଂ ଏନ୍ଏଡିଏ ପାଇଁ ଦୁଇ ସପ୍ତାହର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ସହଭାଗୀ ଶିକ୍ଷଣ ଅଭିଜ୍ଞତାକୁ ଅଧିକ ସକ୍ଷମ କରିବା ପାଇଁ ଏସ୍ସିଜିଜି ବାଂଲାଦେଶର ପ୍ରଶାସନିକ ଅଧିକାରୀମାନଙ୍କ ପାଇଁ ପରିଚାଳିତ ୭୧ଟି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମଧ୍ଯରୁ ମନୋନୀତ ଆଲୁମିନିଙ୍କୁ ନେଇ ଏକ ଆଲୁମିନି ମିଟ୍ ଆୟୋଜନ କରିବ।

ଏହାଛଡା ଡିଏଆର୍ପିଜି ୨୭ତମ ନ୍ୟାଶନାଲ୍ ଇ-ଗଭର୍ଣ୍ଣାନ୍ସ୍ କନ୍ଫରେନ୍ସ୍ରେ ବାଂଲାଦଶର ସମ୍ମାନୀତ ପ୍ରଶାସନିକ ଅଧିକାରୀମାନଙ୍କୁ ମୁଖ୍ୟ ବକ୍ତା ଭାବେ ନିମନ୍ତ୍ରଣ କରିବ ବୋଲି ମଧ୍ଯ ନିଷ୍ପତ୍ତି ନିଆଯାଇଥିଲା।

ନ୍ୟାଶନାଲ୍ ସେଣ୍ଟର୍ ଅଫ୍ ଗୁଡ୍ ଗଭର୍ଣ୍ଣାନ୍ସ୍ (ଏନ୍ସିଜିଜି)୨୦୧୪ରୁ ୨୦୨୪ ମଧ୍ଯରେ ବାଂଲାଦେଶର ପ୍ରଶାସନିକ ସେବା ଅଧିକାରୀମାନଙ୍କ ପାଇଁ ସଫଳତାର ସହ ୭୧ଟି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆୟୋଜିତ କରିଛି।

ଏହି ଅବସରରେ ୨୦୨୫-୨୦୩୦ ମଧ୍ଯରେ ୧୫୦୦ ପ୍ରଶାସନିକ ଅଧିକାରୀଙ୍କ ପାଇଁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସହଭାଗୀତାକୁ ନବୀକରଣ କରିବାକୁ ଉଭୟ ପକ୍ଷ ସହମତି ପ୍ରଦାନ କରିଥିଲେ।

ଦ୍ବିପାକ୍ଷିକ ବୈଠକ ଭାରତ ସରକାର ଭାରତ-ବାଂଲାଦେଶ
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱ ଫାର୍ମାସିଷ୍ଟସ ଦିବସ ପରିପ୍ରେକ୍ଷୀରେ ସମ୍ମମ ପକ୍ଷରୁ ‘ଫାର୍ମାଭାନ୍‌ଟେଜ୍ ୨୦୨୬’ ଆୟୋଜିତ

September 26, 2026

ବଢ଼ିଲା ଅଙ୍ଗନବାଡ଼ି କର୍ମୀଙ୍କ ଶାଢ଼ି ଭତ୍ତା, ଶୁଭାରମ୍ଭ ହେଲା “ଦୀପ୍ତି” ପୋର୍ଟାଲ୍

September 26, 2026

କଟକ ରେଳ ଷ୍ଟେସନରେ ପୁନଃବିକାଶ କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

September 26, 2026

ନିଆଳି ପନିର ଅପମିଶ୍ରଣ ଅଭିଯୋଗ: ବଦଳିଲେ କଟକ ଖାଦ୍ୟ ସୁରକ୍ଷା ଅଧିକାରୀ

September 26, 2026
Latest News

ବିଶ୍ୱ ଫାର୍ମାସିଷ୍ଟସ ଦିବସ ପରିପ୍ରେକ୍ଷୀରେ ସମ୍ମମ ପକ୍ଷରୁ ‘ଫାର୍ମାଭାନ୍‌ଟେଜ୍ ୨୦୨୬’ ଆୟୋଜିତ

September 26, 2026

ବଢ଼ିଲା ଅଙ୍ଗନବାଡ଼ି କର୍ମୀଙ୍କ ଶାଢ଼ି ଭତ୍ତା, ଶୁଭାରମ୍ଭ ହେଲା “ଦୀପ୍ତି” ପୋର୍ଟାଲ୍

September 26, 2026

କଟକ ରେଳ ଷ୍ଟେସନରେ ପୁନଃବିକାଶ କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

September 26, 2026

ନିଆଳି ପନିର ଅପମିଶ୍ରଣ ଅଭିଯୋଗ: ବଦଳିଲେ କଟକ ଖାଦ୍ୟ ସୁରକ୍ଷା ଅଧିକାରୀ

September 26, 2026

ଇସିଙ୍କ ବୟାନ ପରେ ଚନ୍ଦ୍ରବାବୁ ନାଇଡୁଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ?

September 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.