Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କାନ୍ସ ଫିଲ୍ମ ଉତ୍ସବରେ ଭାରତ ପର୍ବ ପାଳନ ପାଲଟିଲା ପ୍ରମୁଖ ଆକର୍ଷଣ
ଆଜିର ଖବର

କାନ୍ସ ଫିଲ୍ମ ଉତ୍ସବରେ ଭାରତ ପର୍ବ ପାଳନ ପାଲଟିଲା ପ୍ରମୁଖ ଆକର୍ଷଣ

May 17, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦଶ ଦିନ ଧରି ଚାଲିବାକୁ ଥିବା ସିନେମାର ସବୁଠାରୁ ବଡ଼ ଉତ୍ସବ ୭୭ତମ କାନ୍ସ ଫିଲ୍ମ ଉତ୍ସବ ଦୁଇ ଦିନ ତଳେ ଆରମ୍ଭ ହୋଇଥିଲା, ଯେଉଁଥିରେ ବିଷୟବସ୍ତୁ ଏବଂ ଗ୍ଲାମରକୁ ଏକାଠି ଦେଖିବାକୁ ମିଳିଛି।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ ଚଳିତ କାନ୍ସ ଫିଲ୍ମ ଉତ୍ସବରେ ଫ୍ରେଞ୍ଚ ରିଭିଏରା ଠାରେ ଭାରତୀୟ ସିନେମା ସହିତ ଭାରତର ସମୃଦ୍ଧ ସଂସ୍କୃତି, ଖାଦ୍ୟ ଏବଂ ହସ୍ତଶିଳ୍ପର ଉତ୍ସବ ପାଳନ କରିବା ପାଇଁ ପ୍ରଥମ ଥର ନିମନ୍ତେ ଭାରତ ପର୍ବ , ଏକ ସନ୍ଧ୍ୟାର ଆୟୋଜନ କରିଥିଲେ।

ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତତ୍ତ୍ୱାବଧାନରେ ଫିକ୍କି ସହଯୋଗରେ ଏନଏଫଡିସି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଏକ ଚମତ୍କାର ସଫଳତା ଥିଲା, ଯେଉଁଥିରେ କାନ୍ସ ପ୍ରତିନିଧିମାନେ ସନ୍ଧ୍ୟାର ଅସାଧାରଣ ପ୍ରଦର୍ଶନ ଏବଂ ଆନନ୍ଦଦାୟକ ଫ୍ୟୁଜନ ବ୍ୟଞ୍ଜନର ଚମତ୍କାର ଶୃଙ୍ଖଳାରେ ସମ୍ପୂର୍ଣ୍ଣ ଭାବରେ ନିମଗ୍ନ ହୋଇଥିଲେ।

ଗୋଆରେ ୫୫ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍‌ଏଫ୍‌ଆଇ) ଅବସରରେ ଆୟୋଜିତ ହେବାକୁ ଥିବା ୫୫ ତମ ସଂସ୍କରଣର ପୋଷ୍ଟର ଏବଂ ଗ୍ଲୋବାଲ୍ ଏଂଟରଟେନ୍‌ମେଂଟ ଆଣ୍ଡ ମିଡିଆ ସମିଟ୍‌ର ୱାର୍ଲ୍ଡ ଅଡିଓ ଭିଜୁଆଲ୍ ଏଂଟରଟେନ୍‌ମେଂଟ ସମିଟ୍ (ୱେଭ୍ସ)ର ଉଦ୍‌ଘାଟନୀ ସଂସ୍କରଣର ସେଭ୍ ଦି ଡେଟ୍ ପୋଷ୍ଟରକୁ ଶ୍ରୀ ଜାଜୁ ଉନ୍ମୋଚନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଫିଲ୍ମ ନିର୍ମାତା ଅଶୋକ ଅମୃତରାଜ, ରିଚି ମେହେଟ୍ଟା, ଗାୟକ ଶାନ୍‌, ଅଭିନେତା ରାଜପାଲ ଯାଦବ, ଚଳଚ୍ଚିତ୍ର ଅଭିନେତା ବବି ବେଦୀ ପ୍ରମୁଖ ଉପସ୍ଥିତ ଥିଲେ।

ସେଫ୍ ବରୁଣ ତୋତଲାନୀଙ୍କୁ ବିଶେଷ କରି ଭାରତ ପର୍ବ ପାଇଁ ବ୍ୟଞ୍ଜନ ତାଲିକା ପ୍ରସ୍ତୁତ କରିବା ନିମନ୍ତେ ଅଣାଯାଇଥିଲା ଯାହା ଭାରତୀୟ ଆତିଥେୟତାର ଅନ୍ତର୍ନିହିତ ଉଷ୍ମତାକୁ ବିସ୍ତାର କରିଥିଲା।

ଏହି ରାତିରେ କଣ୍ଠଶିଳ୍ପୀ ସୁନନ୍ଦା ଶର୍ମା ପଞ୍ଜାବୀ ଗୀତର ତାଳେ ତାଳେ ଉଦୀୟମାନ କଣ୍ଠଶିଳ୍ପୀ ପ୍ରଗତି, ଅର୍ଜୁନ ଏବଂ ଶାନଙ୍କ ପୁଅ ମାହିଙ୍କ ସହ ସଙ୍ଗୀତ ପରିବେଷଣ କରିଥିଲେ। କଣ୍ଠଶିଳ୍ପୀମାନେ ମା’ ତୁଝେ ସଲାମ୍ ଗୀତ ଗାନ କରିବା ସହ ଉପସ୍ଥିତ ଲୋକ ମାନଙ୍କର ଉଚ୍ଛ୍ୱସିତ କରତାଳି ସହିତ ଏହି କାର୍ଯ୍ୟକ୍ରମ ଶେଷ ହୋଇଥିଲା।

ଭାରତ ପର୍ବରେ ସମ୍ମାନିତ ଅତିଥି ମାନଙ୍କର ଉପସ୍ଥିତି ନିଶ୍ଚିତ ଭାବରେ କାର୍ଯ୍ୟକ୍ରମର ଆକର୍ଷଣ ଏବଂ ମହତ୍ତ୍ୱକୁ ବଢ଼ାଇ ଦେଇଥିଲା । ଏହି ଅବସରରେ ନିଜର ସମ୍ମୋହିତ କରିବା ଭଳି ଅଭିନୟ ପାଇଁ ବେଶ ଜଣାଣୁଣା ଅଭିନେତ୍ରୀ ଶୋଭିତା ଧୁଲିପାଲ, ଅହମୀୟା ସିନେମାରେ ଅଭିନୟ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଅହମୀୟା ଅଭିନେତ୍ରୀ ଏମି ବରୁଆ, ଚଳଚ୍ଚିତ୍ର ସମାଲୋଚକ ଅନୁପମା ଚୋପ୍ରା ପ୍ରମୁଖ ଉପସ୍ଥିତ ରହି ଏହି ଉତ୍ସବର ଶୋଭା ବୃଦ୍ଧି କରିଥିଲେ । ସେମାନଙ୍କ ଅଂଶଗ୍ରହଣ ଭାରତୀୟ ସିନେମାର ସମୃଦ୍ଧ ଚିତ୍ରପଟ୍ଟ ଏବଂ ବିଶ୍ୱ ସ୍ତରରେ ଏହାର ବୃଦ୍ଧି ପାଉଥିବା ପ୍ରଭାବ ଉପରେ ଆଲୋକପାତ କରିଥିଲା ।

ଭାରତର କୋମଳ ଶକ୍ତି ସହ ଫିଲ୍ମ, ସଂସ୍କୃତି ଏବଂ କଳାତ୍ମକ ସହଯୋଗର ଉତ୍ସବ ବିଶ୍ୱ ସ୍ତରରେ ପ୍ରଦର୍ଶିତ ହେବା ସହିତ ଏହା ଏକ ମନେ ପକାଇବା ଭଳି ରାତି ଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026
Latest News

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.