Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଇବ୍ରାହିମ ରାଇସିଙ୍କ ମୃତ୍ୟୁକୁ ନେଇ ଭାରତରେ ରାଷ୍ଟ୍ରୀୟ ଶୋକ, ସରକାରୀ ଉତ୍ସବ ଉପରେ ପ୍ରତିବନ୍ଧକ
ଆଜିର ଖବର

ଇବ୍ରାହିମ ରାଇସିଙ୍କ ମୃତ୍ୟୁକୁ ନେଇ ଭାରତରେ ରାଷ୍ଟ୍ରୀୟ ଶୋକ, ସରକାରୀ ଉତ୍ସବ ଉପରେ ପ୍ରତିବନ୍ଧକ

May 20, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ରବିବାର ଦିନ ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ଏବଂ ବୈଦେଶିକ ମନ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ଏହା ଉପରେ ଭାରତ ସରକାର ଆସନ୍ତାକାଲି ଅର୍ଥାତ ମଇ ୨୧ ତାରିଖରେ ଦେଶରେ ଦିନିକିଆ ଶୋକ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ କହିଛି ଯେ, ଦିବଙ୍ଗତ ବ୍ୟକ୍ତିଙ୍କ ସମ୍ମାନାର୍ଥେ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଆସନ୍ତା ୨୧ ତାରିଖ ଦିନ ସମଗ୍ର ଭାରତରେ ଏକ ଦିନିଆ ରାଷ୍ଟ୍ରୀୟ ଶୋକ ହେବ। କୌଣସି ସରକାରୀ ମନୋରଞ୍ଜନ ହେବ ନାହିଁ।

ପ୍ରକୃତରେ, ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ରବିବାର ଦିନ ଅଜରବୈଜାନର ରାଷ୍ଟ୍ରପତି ଇଲହାମ ଅଲିୟେଭଙ୍କ ସହ ଏକ ବନ୍ଧର ଉଦଘାଟନ କରିବାକୁ ଯାଉଥିଲେ। ଏହି ସମୟରେ ତାଙ୍କ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କିନ୍ତୁ ତାଙ୍କ ସୁରକ୍ଷାରେ ଥିବା ଦୁଇଟି ହେଲିକପ୍ଟର ନିରାପଦରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଥିଲା। ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଇରାନର ସୁରକ୍ଷା ବାହିନୀ ଏବଂ ଉଦ୍ଧାର ଅଧିକାରୀଙ୍କ ଏକ ଟିମ୍ ଘଟଣାସ୍ଥଳକୁ ପଠାଯାଇଥିଲା।

ଇରାନର ଉତ୍ତର-ପଶ୍ଚିମ ଭାଗର ପାର୍ବତ୍ୟ ଅଞ୍ଚଳରେ ଏକ ବଡ଼ ଧରଣର ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ରବିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ତାଙ୍କ ବିଷୟରେ କିଛି ସନ୍ଧାନ ମିଳିପାରିନଥିଲା। ତେବେ ଆଜି ସକାଳେ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ମୃତ୍ୟୁକୁ ଇରାନ ନିଶ୍ଚିତ କରିଛି। ଇରାନ କହିଛି ଯେ, ହେଲିକପ୍ଟରରେ ଯାତ୍ରା କରୁଥିବା ରାଷ୍ଟ୍ରପତି ରାଇସିଙ୍କ ସମେତ ୯ ଜଣଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଖରାପ ପାଗ ଦୁର୍ଘଟଣା ପଛର କାରଣ ବୋଲି ଜଣାପଡିଛି।

Breaking News Ebrahim Raisi iran pm modi
Share. Facebook Twitter LinkedIn Email WhatsApp Copy Link

Related Posts

ଭଗବତୀ ମନ୍ଦିର ଉନ୍ନୟନ କାର୍ଯ୍ୟ ମାମଲା: ବିରୋଧୀଙ୍କୁ କଡ଼ା ଆକ୍ରମଣ କଲେ ବାଣପୁର ବ୍ଲକ ଅଧ୍ୟକ୍ଷ

September 11, 2026

ଏହି ପ୍ୟାକେଜ୍ ଖାଦ୍ୟ ଉପରେ ସୁପ୍ରିମକୋର୍ଟଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ: ପ୍ରଦର୍ଶିତ ହେବ ଲାଲ ଚିହ୍ନ

September 11, 2026

ବ୍ରିକ୍ସ ପାଇଁ ଉଡାଣ ଭରିବା ପରେ ଟ୍ରମ୍ପଙ୍କୁ ତାଚ୍ଛଲ୍ୟ କଲେ ଇରାନ ରାଷ୍ଟ୍ରପତି: ଭାରତକୁ ପ୍ରଶଂସା

September 11, 2026

ସୁନା ଓ ରୂପା ହେଲା ମହଙ୍ଗା: ଜାଣନ୍ତୁ ଆଜିର ମୂଲ୍ୟ

September 11, 2026
Latest News

ଓଡ଼ିଶା ପୋଲିସର ନୂଆ ପଦକ୍ଷେପ: ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍‌ରେ ମିଳିବ ୧୪ଟି ପୋଲିସ ସେବା

September 11, 2026

ଇଣ୍ଟରନେଟ୍ ସ୍ଲୋ ହେଲେ ବି ଚିନ୍ତା ନାହିଁ!: ଆସିଲା UPI Tap & Pay

September 11, 2026

ଭଗବତୀ ମନ୍ଦିର ଉନ୍ନୟନ କାର୍ଯ୍ୟ ମାମଲା: ବିରୋଧୀଙ୍କୁ କଡ଼ା ଆକ୍ରମଣ କଲେ ବାଣପୁର ବ୍ଲକ ଅଧ୍ୟକ୍ଷ

September 11, 2026

କ୍ରସ୍ ଭୋଟିଂ ମାମଲାରେ ନୂଆ ମୋଡ଼, ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ହାଇକୋର୍ଟ ଗଲା ବିଜେଡି

September 11, 2026

ଏହି ପ୍ୟାକେଜ୍ ଖାଦ୍ୟ ଉପରେ ସୁପ୍ରିମକୋର୍ଟଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ: ପ୍ରଦର୍ଶିତ ହେବ ଲାଲ ଚିହ୍ନ

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.