ଦୀର୍ଘ ଦିନ ପ୍ରତୀକ୍ଷାରେ ଲାଗିବ ବିରାମ!: ୨୬ ରେ ପ୍ରକାଶ ପାଇବ ଯୁକ୍ତ ୨ ପରୀକ୍ଷା ଫଳ

Published: May 22, 2024, 4:32 pm IST

ଭୁବନେଶ୍ଵର: ଯୁକ୍ତ ୨ ପିଲାମାନଙ୍କ ପାଇଁ ବଡ ଖବର। ବହୁ ଦିନ ପ୍ରତୀକ୍ଷାରେ ବିରାମ ଲାଗିବ। ଏଣିକି ପରୀକ୍ଷା ଫଳ ଘୋଷଣା ହେବା ନେଇ ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଆସନ୍ତା ୨୬ ତାରିଖରେ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇବ। ଯୁକ୍ତ ୨ର ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ। ଏନେଇ ସିଏଚଏସଇ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ଛାତ୍ରଛାତ୍ରୀମାନେ www.orissaresults.nic.in ପରିଦର୍ଶନ କରି ପରୀକ୍ଷା ଫଳ ଦେଖିପାରିବେ। ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ରାଜ୍ୟରେ ମୋଟ ୩ଲକ୍ଷ ୮୪ହଜାର ୫୯୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଗତବର୍ଷ ତୁଳନାରେ ୨୬ ହଜାର ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।

Related posts