Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସଚିତ୍ର ବିଜୟାର ସଂପାଦକ ତଥା କବି ସୁନୀଲ ପୃଷ୍ଟିଙ୍କର ପରଲୋକ
ଆଜିର ଖବର

ସଚିତ୍ର ବିଜୟାର ସଂପାଦକ ତଥା କବି ସୁନୀଲ ପୃଷ୍ଟିଙ୍କର ପରଲୋକ

May 22, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ସଚିତ୍ର ବିଜୟାର ସଂପାଦକ ତଥା କବି ସୁନୀଲ ପୃଷ୍ଟିଙ୍କର ପରଲୋକ

ଭୁବନେଶ୍ବର: ଏକଦା ଓଡିଶାରେ ଚହଳ ସୃଷ୍ଟି କରିଥିବା ଫିଚର ପତ୍ରିକା ‘ସଚିତ୍ର ବିଜୟା’ର ପୂର୍ବତନ ସଂପାଦକ ତଥା କବି ସୁନୀଲ ପୃଷ୍ଟିଙ୍କର ଆଜି ଦେହାନ୍ତ ହୋଇଯାଇଛି। ସେ ହଠାତ ଅସୁସ୍ଥ ହୋଇପଡିବାରୁ ତାଙ୍କୁ କ୍ୟାପିଟଲା ହସପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ହୃଦଘାତ ଯୋଗୁଁ ତାଙ୍କର ପରଲୋକ ହୋଇଥିବାର ଜଣାପଡିଛି। ମୃତ୍ୟୁ ବେଳକୁ ତାଙ୍କୁ 62 ବର୍ଷ ବୟସ ହୋଇଥିଲା।

ସୁନୀଲ ପୃଷ୍ଟି ଓଡିଶାର ଲୋକପ୍ରିୟ ପତ୍ରିକା ସଚିତ୍ର ବିଜୟାରେ ସଂପାଦକ ଭାବେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଥିଲେ। ଏହି ସମୟରେ ସେ ଜହ୍ନମାମୁଁ ର ଓଡିଆ ଅନୁବାଦ ମଧ୍ୟ କରୁଥିଲେ। ଏଥିସହିତ ସେ ସାହିତ୍ୟ ପୃଥିବୀ, ନବଲିପି ଏବଂ ଶିଶିର ପରି ସାହିତ୍ୟ ପତ୍ରିକାର ସଂପାଦକ ଥିଲେ। ସେହିପରି କବି ଭାବେ ସେ ମଧ୍ୟ ବେଶ ପରିଚିତ। ତାଙ୍କ ଲିଖିତ ତନୁଲତାର କବିତା ବେଶ ଆଦୃତ ହୋଇପାରିଛି। ସେହିପରି ଚିହ୍ନା ଚିହ୍ନା ନିର୍ଜନତା, ଅସଫଳ କବିତା, ଦେହ ଦେଉଳ, ପୁଅ ପାଇଁ ପ୍ରାର୍ଥନା ପ୍ରଭୃତି କବିତା ପୁସ୍ତକ ରହିଛି।

ତାଙ୍କର କବିତା ପାଇଁ ସେ ପୁସ୍ତକ ମେଳା ପୁରସ୍କାର, ସାହିତ୍ୟ ଏକାଡେମୀ ପୁରସ୍କାର, ଝଙ୍କାର ବିଷୁବ ପୁରସ୍କାର ପ୍ରଭୃତି ହାସଲ କରିଛନ୍ତି। ମୃତ୍ୟୁ ସମୟରେ ତାଙ୍କର ପତ୍ନୀ ଅଧ୍ୟାପିକା ଗୀତା ଦୀକ୍ଷିତ, ଏକମାତ୍ର ପୁତ୍ର ସୃଜନ ସାରସ୍ବତ ଉପସ୍ଥିତ ଥିଲେ। ତାଙ୍କର ମୃତ୍ୟୁଖବର ପ୍ରସାରିତ ହେବା ପରେ କ୍ୟାପିଟାଲ ହଲପିଟାଲରେ ତାଙ୍କର ବହୁ ପ୍ରସଂଶକଙ୍କର ଭିଡ ହୋଇଥିଲା। ସେହିପରି ସତ୍ୟନଗର ମଶାଣୀରେ ମଧ୍ୟ ତାଙ୍କୁ ଶେଷ ଦର୍ଶନ କରିବା ପାଇଁ ବହୁ ସାହିତ୍ୟିକ ଓ କବି ଉପସ୍ଥିତ ଥିଲେ। ତାଙ୍କ ବିୟୋଗରେ ଓଡିଆ ସାହିତ୍ୟ ତଥା ସାମ୍ବାଦିକ ଜଗତରେ ଶୋକର ଛାୟା ଖେଳିଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ନୂତନ EV ନୀତିର ଡ୍ରାଫ୍ଟ ପ୍ରକାଶ କଲେ ଦିଲ୍ଲୀ ସରକାର: 100% ସଡ଼କ ଟିକସ ଏବଂ ପଞ୍ଜୀକରଣ ଫି ରିହାତି

April 11, 2026

ବରିଷ୍ଠ ସାମ୍ବାଦିକ ନୃସିଂହ ମିଶ୍ରଙ୍କ ଦେହାନ୍ତ: ଗଭୀର ଶୋକ ପ୍ରକାଶ କଲେ ଆଇନ ମନ୍ତ୍ରୀ

April 11, 2026

କିଏ ଜିତିବ ୨୦୨୬ ଆଇପିଏଲ ଟାଇଟଲ?: ଭବିଷ୍ୟବାଣୀ କଲେ ଏହି ବରିଷ୍ଠ ଖେଳାଳି

April 11, 2026

ଦୁଇଚକିଆ ପେଟ୍ରୋଲ୍ ଯାନ ଉପରେ ଲାଗିବ ରୋକ୍‌

April 11, 2026
Latest News

ନୂତନ EV ନୀତିର ଡ୍ରାଫ୍ଟ ପ୍ରକାଶ କଲେ ଦିଲ୍ଲୀ ସରକାର: 100% ସଡ଼କ ଟିକସ ଏବଂ ପଞ୍ଜୀକରଣ ଫି ରିହାତି

April 11, 2026

ବରିଷ୍ଠ ସାମ୍ବାଦିକ ନୃସିଂହ ମିଶ୍ରଙ୍କ ଦେହାନ୍ତ: ଗଭୀର ଶୋକ ପ୍ରକାଶ କଲେ ଆଇନ ମନ୍ତ୍ରୀ

April 11, 2026

କିଏ ଜିତିବ ୨୦୨୬ ଆଇପିଏଲ ଟାଇଟଲ?: ଭବିଷ୍ୟବାଣୀ କଲେ ଏହି ବରିଷ୍ଠ ଖେଳାଳି

April 11, 2026

ଦୁଇଚକିଆ ପେଟ୍ରୋଲ୍ ଯାନ ଉପରେ ଲାଗିବ ରୋକ୍‌

April 11, 2026

ଗଠନ ହେବ ପାନୀୟ ଜଳ ନିଗମ

April 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.