ଆନ୍ଧ୍ରପଦେଶର ଓଙ୍ଗୋଲରେ ବର୍ବରତା : ନାବାଳିକାଙ୍କୁ 5 ଦିନ ଧରି ଗଣଧର୍ଷଣ

Published: Jun 24, 2019, 11:20 am IST

ଆନ୍ଧ୍ରପ୍ରଦେଶର ଓଙ୍ଗୋଲରେ ଏକ ପାଶବିକ କାଣ୍ଡ ସାମ୍ନାକୁ ଆସିଛି। ଜଣେ ନାବାଳିକାଙ୍କୁ 6 ଜଣ ବ୍ୟକ୍ତି 5 ଦିନ ଧରି ଗଣଧର୍ଷଣ କରିଛନ୍ତି। 6 ଜଣଙ୍କ ମଧ୍ୟରେ 3 ଜଣ ନାବାଳକ ରହିଥିବା ଜଣା ପଡିଛି। ଏହି ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଘଟଣାର ତଦନ୍ତ ଜାରି ରହିଛି ଏବଂ ବଳାତ୍କାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗୃହ ମନ୍ତ୍ରୀ ଏମ୍‌ ସୁଚରିତା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ, ଯୁବତୀ ଜଣକ ଓଙ୍ଗୋଲରେ ଜୁନ୍‌ 17  ତାରିଖରେ ଆର୍‌ଟିସି ବସ୍‌ରେ ଜଣେ ଅଭିଯୁକ୍ତଙ୍କୁ ଭେଟିଥିଲେ। ବନ୍ଧୁତା ପରେ ଯୁବତୀ ଜଣକୁ ନିଜ ଘରକୁ ନେଇଥିଲେ ଯେଉଁଠାରେ ଅନ୍ୟ 5 ଜଣ ମିଶି ଯୁବତୀଙ୍କ ସହିତ ଗଣ ଦୁଷ୍କର୍ମ କରିଥିଲେ। ଶନିବାର ସନ୍ଧ୍ୟାରେ ଯୁବତୀ ଜଣକ ସେଠାରୁ ଖସି ଆସି ପୋଲିସ୍‌ ନିକଟରେ ଅଭିଯୋଗ କରିଥିଲେ ବୋଲି ତଦନ୍ତକାରୀ ଅଫିସର ସିଦ୍ଧାର୍ଥ କୌଶଲ୍‌ ସୂଚନା ଦେଇଛନ୍ତି। ସ୍ଥାନୀୟ ସରକାରୀ ଚିକିତ୍ସାଳୟରେ ଯୁବତୀଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ଯୁବତୀଙ୍କ ବୟାନ ଅନୁଯାୟୀ 6 ଅଭିଯୁକ୍ତଙ୍କୁ ବିଭିନ୍ନ ସ୍ଥାନରୁ ଗିରଫ କରିଥିଲା। ଓଙ୍ଗୋଲ ବିଧାୟକ ତଥା ଶକ୍ତିମନ୍ତ୍ରୀ ବଲିନେନୀ ଶ୍ରୀନିବାସ ରେଡ୍ଡୀ ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯର୍ୟାନୁଷ୍ଠାନ ଦାବି କରିଛନ୍ତି।

Related posts