କାମ୍ବୋଡିଆରେ ନିର୍ମାଣାଧୀନ କୋଠା ଭୁଶୁଡିବା ଘଟଣା : ମୃତ୍ୟୁ ସଂଖ୍ୟା 24କୁ ବୃଦ୍ଧି

Published: Jun 24, 2019, 11:47 am IST
Death toll from building collapse in Cambodia rises to 24

କାମ୍ବୋଡିଆରେ ନିର୍ମାଣାଧୀନ କୋଠା ଭୁଶୁଡି ପଡିବାରୁ ଗତକାଲି 17 ଜଣଙ୍କର ମୃତ୍ୟୁ ଘଟିଥିଲା । ଆଜି ଏହି ଏହି ମୃତ୍ୟୁ ସଂଖ୍ୟା 24କୁ ବୃଦ୍ଧି ପାଇଥିବା ନେଇ ସରକାରୀ ସୂଚନା ମିଳିଛି । ଏହି ଘଟଣାରେ 24 ଜଣ ଆହତ ହୋଇଛନ୍ତି । ଏହା ସହିତ ଏହି ପ୍ରକଳ୍ପ ଦରୟିତ୍ବରେ ରହିଥିବା 4 ଜଣ ଚୀନ୍ ଅଧିକାରୀଙ୍କୁ ଗିରଫ କରାଯାଇଛି । ଶନିବାର ଭୋର 4 ଟା ସମୟରେ ଏହି କୋଠା ଭୁଷୁଡିଥିଲା । ମୃତ ଏବଂ ଆହତଙ୍କ ମଧ୍ୟରେ ସମସ୍ତେ ଶ୍ରମିକ ରହିଥିବା ଜଣାପଡିଛି । କାମ୍ବୋଡିଆର ଶ୍ରମ ମନ୍ତ୍ରାଳୟର ସୂଚନା ଅନୁଯାୟୀ ଉକ୍ତ କୋଠାରେ 30 ଜଣ ଶ୍ରମିକଙ୍କୁ କାର୍ଯ୍ୟ କରିବାର ଅନୁମତି ଦିଆଯାଇଥିବା ବେଳେ 50ରୁ 60 ଜଣଙ୍କୁ କାର୍ଯ୍ୟରେ ନିୟୋଜିତ କରିଥିଲେ ଉକ୍ତ 4 ଅଧିକାରୀ ।

Related posts