Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସଚେତନ ଓ ସତର୍କ ନାଗରିକମାନେ ସାଇବର ଅପରାଧ ରୋକିବାରେ ହେବେ ସହାୟକ
ଆଜିର ଖବର

ସଚେତନ ଓ ସତର୍କ ନାଗରିକମାନେ ସାଇବର ଅପରାଧ ରୋକିବାରେ ହେବେ ସହାୟକ

May 23, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
Cybercrime
Operation Cyber Kavach: 84 Arrested in Statewide Cybercrime Crackdown

ନୂଆଦିଲ୍ଲୀ: ଦେଶରେ ବୃଦ୍ଧି ପାଉଥିବା ସାଇବର ଅପରାଧକୁ ରୋକିବା ଦିଗରେ ସଚେତନ ଓ ସଦା ଜାଗ୍ରତ ନାଗରିକମାନଙ୍କର ଏକ ଉଲ୍ଲେଖନୀୟ ଭୂମିକା ରହିଛି। ସଞ୍ଚାର ସାଥୀ ପୋର୍ଟାଲ -ଚକ୍ଷୁ- ସନ୍ଦେହଜନକ ଠକ ଯୋଗାଯୋଗ ବ୍ୟବସ୍ଥା ରିପୋର୍ଟ ସୁବିଧା ମାଧ୍ୟମରେ ସେମାନଙ୍କର ସକାରାତ୍ମକ ରିପୋଟିଂ ପ୍ରସଙ୍ଗରେ ଏହିସବୁ ସଦା ଜାଗ୍ରତ ନାଗରିକମାନେ ସମ୍ପୃକ୍ତ ବିଭାଗର ଦୃଷ୍ଟି ଆକର୍ଷଣ କରିପାରିବେ ଯାହାକି ଦେଶରେ ଏକ ସୁରକ୍ଷିତ ଡିଜିଟାଲ ପରିବେଶ ରକ୍ଷା ଦିଗରେ ସହାୟକ ହୋଇପାରିବ।

ଏହିଭଳି ସଚେତନ ନାଗରିକମାନଙ୍କ ସତର୍କ ଦୃଷ୍ଟି ଏବଂ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଦ୍ୱାରା ସେମାନେ କେବଳ ନିଜକୁ ସୁରକ୍ଷିତ ରଖିପାରିବେ ନାହିଁ ଅପରପକ୍ଷେ ସେମାନଙ୍କ ଭଳି ଆହୁରି ଅସଂଖ୍ୟ ଲୋକ ଯେଉଁମାନେ କି ଏଭଳି ଠକେ, ହରିଲୁଟ ପ୍ରୟାସ ଏବଂ ଅନ୍ୟାନ୍ୟ ପ୍ରକାର ଅସାଧୁ କାର୍ଯ୍ୟରୁ ସୁରକ୍ଷା ପ୍ରଦାନ କରାଯାଇପାରିବ। ଏଭଳି ସନ୍ଦେହଜନକ ବାର୍ତ୍ତା, କଲ୍ ସେମାନଙ୍କ ନିକଟକୁ ଆସିବ ଏବଂ କୌଣସି ଅଧିକାରୀ ବୋଲି ସେମାନେ ମିଛରେ ନିଜର ଜାଲି ପରିଚୟ ଦେବେ, ସେଭଳି ସ୍ଥଳେ ନାଗରିକମାନେ ଏଭଳି ସାଇବର ଅପରାଧ ବିରୁଦ୍ଧରେ ପ୍ରଥମେ ହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ।

ଜାଗ୍ରତ ନାଗରିକମାନଙ୍କର ଏଭଳି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଟେଲିଯୋଗାଯୋଗ ବିଭାଗ (ଡିଓଟି) କୁ ଏଭଳି ସାଇବର ଅପରାଧକୁ ରୋକିବା ଏବଂ ଏହାର ପ୍ରତିଷେଧ ବ୍ୟବସ୍ଥା ଗ୍ରହଣରେ ସହାୟକ ହେବ। ଟେଲିଯୋଗାଯୋଗ ବିଭାଗ ସେହିଭଳି ଜାଗ୍ରତ ନାଗରିକମାନଙ୍କ ନିକଟରେ ନିଜର କୃତଜ୍ଞ ଯେଉଁମାନେ ଦେଶରେ ଏକ ନିରାପଦ ଏବଂ ସୁରକ୍ଷିତ ଡିଜିଟାଲ ପରିବେଶ ରକ୍ଷା କରିବା ଦିଗରେ ସହଯୋଗ କରିଆସୁଛନ୍ତି।

ଏହିସବୁ ଇନପୁଟ୍ ସହିତ, ସାଇବର/ଆର୍ଥିକ ଠକେଇ ବିରୁଦ୍ଧରେ ଟେଲିଯୋଗାଯୋଗ ବିଭାଗ ଏବେ ସକ୍ରିୟ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ସର୍ବଶେଷ ଘଟଣା କ୍ରମରେ, ଏଲଆଇସି ଅଧିକାରୀ ଏବଂ ବୀମା କମ୍ପାନୀର ପ୍ରତିନିଧି ବୋଲି ମିଛ ପରିଚୟ ଦେଇ ଠକମାନଙ୍କ ଠାରୁ ଏସବିଆଇ ରିୱାର୍ଡ ରିଡିମ୍ପସନ୍ ନିମନ୍ତେ ଏସଏମଏସ ବାର୍ତ୍ତମାନ ଆସୁଥିବା ଜଣାପଡ଼ିଛି।

ଏହି ପରିପ୍ରେକ୍ଷୀରେ ସଚେତନ ନାଗରିକମାନଙ୍କଠାରୁ ଟେଲି ଯୋଗାଯୋଗ ବିଭାଗ ୧୯.୦୫.୨୦୨୪ ତାରିଖ ଦିନ ସୂଚନା ପାଇଛି ଏବଂ ୧୪ଟି ମୋବାଇଲ୍ ନମ୍ବରରୁ ଏହିସବୁ ବାର୍ତ୍ତାମାନ ଆସିଥିବା ଜଣାପଡ଼ିଛି।

ଡିଓଟି ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ:

ନାଗରିକମାନଙ୍କ ଠାରୁ ଏଭଳି ସୂଚନା ମିଳିବାର ୨୪ ଘଣ୍ଟା ମଧ୍ୟରେ, ଟେଲି ଯୋଗାଯୋଗ ବିଭାଗ ସେହିସବୁ ମାମଲାର ବିଶ୍ଳେଷଣ କରିଥିଲା ଏବଂ ସେହିସବୁ ମୋବାଇଲ୍ ନମ୍ବର ଗୁଡ଼ିକରୁ ହୋଇଥିବା ସମସ୍ତ ସଂଯୋଗକୁ ଯାଞ୍ଚ କରିଥିଲା। ତେଣୁ ସର୍ବ ଭାରତୀୟ ସ୍ତରରେ ୩୭୨ ଗୋଟି ମୋବାଇଲ୍ ହ୍ୟାଣ୍ଡସେଟ୍ ସହିତ ସଂଯୋଗ କରାଯାଇଥିବା ଏହିସବୁ ମୋବାଇଲ୍ ନମ୍ବରକୁ ୨୧.୦୫.୨୦୨୪ ତାରିଖ ଦିନ ବ୍ଲକ୍ କରିଦିଆଯାଇଛି। ଆହୁରି ମଧ୍ୟ ଅନ୍ୟ ୯୦୬ଟି ମୋବାଇଲ୍ ସଂଯୋଗକୁ ବାଜ୍ୟାପ୍ତ କରାଯାଇଛି ଏବଂ ସେମାନଙ୍କ ସମ୍ପର୍କରେ ପୁନଃଯାଞ୍ଚ ଆରମ୍ଭ କରାଯାଇଛି।

ବିଭାଗ ପକ୍ଷରୁ ନାଗରିକମାନଙ୍କ ସତର୍କ କରାଇ ଦିଆଯାଇଛି ଯେ ସେମାନେ ଏଭଳି କଲ୍ କିମ୍ବା ବାର୍ତ୍ତା ସମ୍ପର୍କରେ ସଦାବେଳେ ସତର୍କ ଓ ସଜାଗ ରହିବା ଆବଶ୍ୟକ ଏବଂ ସଞ୍ଚାର ସାଥୀ ସୁବିଧା (www.sancharsaathi.gov.in/sfc) ‘ଚକ୍ଷୁ- ଠକେଇ ଯୋଗାଯୋଗ ସନ୍ଦେହ ରିପୋର୍ଟ’ ସୁବିଧାର ବ୍ୟବହାର କରିବା ଉଚିତ। ଏଭଳି ସକାରାତ୍ମକ ରିପୋର୍ଟିଂ ଟେଲି ଯୋଗାଯୋଗ ବିଭାଗକୁ ଟେଲିକମ୍ ସମ୍ପଦର ଦୁରୁପଯୋଗକୁ ରୋକିବା ସହିତ ସାଇବର ଅପରାଧ, ଆର୍ଥିକ ଠକେଇ ଆଦିକୁ ମଧ୍ୟ ରୋକିବାରେ ସହାୟକ ହେବ।

ନିୟମିତ ଆଧାରରେ ଜନସାଧାରଣଙ୍କୁ ଏଭଳି ଠକେଇ ନୋଟିସ୍ ଏବଂ ଅନ୍ୟମାନରେ କଲ୍ ଆସୁଥିବା ସମ୍ପର୍କରେ ସଚେତନ କରିବା ନିମନ୍ତେ ଟେଲି ଯୋଗାଯୋଗ/ଟ୍ରାଇ ପକ୍ଷରୁ ଯୋଗାଯୋଗ ପ୍ରେସ୍, ଏସଏମଏସ ଏବଂ ଅନ୍ୟ ସାମାଜିକ ଗଣମାଧ୍ୟମ ଜରିଆରେ ଆସୁଥିବା ଠକେଇ ବାର୍ତ୍ତା ପ୍ରତି ସାବଧାନ ରହିବାକୁ ପରାମର୍ଶ ଦିଆଯାଇ ଆସୁଛି।

ଏଭଳି ଠକମାନଙ୍କଠାରୁ ନାଗରିକମାନଙ୍କୁ ସୁରକ୍ଷିତ ରଖିବା ନିମନ୍ତେ ସହଯୋଗୀ କାର୍ଯ୍ୟପନ୍ଥା ଗ୍ରହଣ ଲାଗି ଟେଲି ଯୋଗାଯୋଗ ନାଗରିକମାନଙ୍କ ସେମାନଙ୍କର ରିପୋର୍ଟିଂ ନିମନ୍ତେ କୃତଜ୍ଞତା ଜଣାଇବା ସହିତ ପରାମର୍ଶ ଦିଆଯାଇଛି:

  • ସଦାବେଳେ ସତର୍କ ରହନ୍ତୁ
  • ସୂଚନା ଦିଅନ୍ତୁ
  • ସଭିଏଁ ମିଶି ଏଭଳି ଠକେଇ ବିରୁଦ୍ଧରେ ସଂଗ୍ରାମ କରିବା।

ସଞ୍ଚାର ସାଥୀ ପୋର୍ଟାଲର ଚକ୍ଷୁ ସୁବିଧା ସଂପର୍କରେ:

ଚକ୍ଷୁ (चक्षु) ହେଉଛି ନାଗରିକ କୈନ୍ଦ୍ରିକ ସୁବିଧାର ସର୍ବାଧୁନିକ ସାଧନ ଓ ସଂଯୋଗ ଯାହା ଟେଲି ଯୋଗାଯୋଗ ବିଭାଗର ସଞ୍ଚାର ସାଥୀ ପୋର୍ଟାଲରେ ଉପଲବ୍ଧ। ‘ଚକ୍ଷୁ’ ବ୍ୟବସ୍ଥାରେ ନାଗରିକମାନେ ପାଉଥିବା ଯେକୌଣସି ପ୍ରକାର ଠକେଇ ଯୋଗାଯୋଗ ଯଥା କଲ୍, ଏସଏମଏସ କିମ୍ବା ହ୍ୱାଟ୍ସଆପ୍ ଯାହାକି କେୱାଇସି ଅବଧିଶେଷ କିମ୍ବା ଆପଣଙ୍କ ବ୍ୟାଙ୍କ ଜମାଖାତା/ପେମେଣ୍ଟ ୱାଲେଟକୁ ଦେବାକୁ ଅପଡେଟ୍ କରିବା /ଏସଆଇଏମ୍/ଗ୍ୟାସ୍ ସଂଯୋଗ/ବିଜୁଳି ସଂଯୋଗ/ ସେକ୍ସଟୋର୍ସନ, ସରକାରୀ ଅଧିକାରୀ/ସମ୍ପର୍କୀୟ ଭାବରେ ଟଙ୍କା ପଠେଇବାକୁ କହିବା ଆଦି ସମ୍ପର୍କରେ ରିପୋର୍ଟ କରିବା ନିମନ୍ତେ ଟେଲି ଯୋଗାଯୋଗ ବିଭାଗ ପକ୍ଷରୁ ନାଗରିକମାନଙ୍କୁ ପରାମର୍ଶ ଦିଆଯାଇଥାଏ।

ସାଇବର ଅପରାଧ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026
Latest News

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.