Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇପିଏଲ ସଟ୍ଟା ବେଟିଂରେ ଉବୁଡୁବୁ ଯୁବପୀଢ଼ି: ରାତାରାତି କୋଟିପତି ନିଶାରେ ସ୍ୱର୍ବସ୍ୱାନ୍ତ!
ଆଜିର ଖବର

ଆଇପିଏଲ ସଟ୍ଟା ବେଟିଂରେ ଉବୁଡୁବୁ ଯୁବପୀଢ଼ି: ରାତାରାତି କୋଟିପତି ନିଶାରେ ସ୍ୱର୍ବସ୍ୱାନ୍ତ!

May 24, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲାର ଯୁବ ପିଢ଼ି ସଟ୍ଟା ବେଟିଂ ଜାଲରେ ଏବେ ଉବୁଡୁବୁ ହେଉଥିବା ଦେଖିବାକୁ ମିଳୁଛି। ରାତାରାତି କୋଟିପତି ହେବା ନିଶାରେ ଲୋକେ ସ୍ୱର୍ବଶାନ୍ତ ହେଉଥିବା ଜଣା ପଡ଼ିଛି। ଆଇପିଏଲ ଯୋଗୁଁ ଲୋକେ ଘର ଦ୍ୱାର ଜମିବାଡ଼ି ବିକ୍ରି କରିଦେଉଥିବା ଚର୍ଚ୍ଚା ହେଉଛି। ଏହି ରାକେଟର ଚେର କଳାହାଣ୍ଡି ଜିଲ୍ଲା ର ପ୍ରମୁଖ ସହର ଜୁନାଗଡ ରୁ ଟିଟିଲାଗଡ ଓ ରାୟପୁରକୁ ଲମ୍ବିଥିବା ଘଟଣା ସାଧାରଣରେ ଉଦବେଗର ବିଷୟ ହୋଇଛି।

କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା, ଜୁନାଗଡ଼, ଧର୍ମଗଡ଼, ଜୟପାଟଣା, କେସିଙ୍ଗା, କଲମପୁର,କୋକସରା, ସମେତ ବିଭିନ୍ନ ସହରରେ ପ୍ରତିଦିନ ଆଇପିଏଲ କ୍ରିକେଟ ବେଟିଂ ଦେଖିବାକୁ ମିଳୁଛି। ଆଇପିଏଲର ୨ ପ୍ରତିପକ୍ଷ ଟିମରେ କିଏ ଜିତିବ, କିଏ ହାରିବ ସେନେଇ ଟଙ୍କା ବୋଲି ଲଗାଯାଉ ଥିବା କୁହା ଯାଉଛି। ସେହିଭଳି ପ୍ରତି ଓଭର, ଛକା, ଉଇକେଟ, କ୍ୟାଚ, ଦଳଗତ ରନ ସ୍କୋର, ବ୍ୟାଟ୍ସମାନ ମାନଙ୍କ ବ୍ୟକ୍ତିଗତ ରନ ସ୍କୋରରେ ଲୋକେ ଟଙ୍କା ଲଗାଉଥିବା ଜଣା ପଡ଼ିଛି। ଯେଉଁ ଟିମ ରେ ଲୋକେ ଟଙ୍କା ଲଗାଉଛନ୍ତି ୨ ରୁ ୮୦ ଗୁଣ ଟଙ୍କା ମିଳୁ ଥିବାର କୁହା ଯାଉଛି। ଯଦି ସେହି ଟିମ ହାରିଯାଏ ତେବେ ଟଙ୍କା ଲଗାଇଥିବା ଲୋକ ସ୍ୱର୍ବସ୍ୱାନ୍ତ ହେଉଛନ୍ତି।

ବର୍ତ୍ତମାନ ଛୋଟ ଛୋଟ ବୁକିମାନେ ଲକ୍ଷ ଲକ୍ଷ ଟଙ୍କାର ଖେଳ କରୁଛନ୍ତି। ଏହି ବେଟିଂ କଳାହାଣ୍ଡି ଜିଲ୍ଲା ଜୁନାଗଡ ସହରରୁ ଆରମ୍ଭ ହୋଇ ଟିଟିଲାଗଡ଼ ଓ ରାୟପୁରରୁ କଣ୍ଟ୍ରୋଲ ହେଉଥିବା ଶୁଣା ଯାଉଛି। ଫୋନ ମାଧ୍ୟମରେ ଏହି ଖେଳ ଚାଲୁଥିବା ବେଳେ ପୁଲିସ ଏହାର ସୁରାଗ ପାଇପାରୁ ନ ଥିବା ଜଣା ପଡ଼ିଛି କିମ୍ଵା ଜାଣି ଅଜଣା ରହୁଥିବା ଜଣା ପଡୁଛି।

ଜିଲ୍ଲାର ମହିଳା ମାନେ ମଧ୍ୟ ଅଧିକ ଲାଭ ପାଇବା ନିଶାରେ ବେଟିଂ ଲଗାଉଥିବା ଅଭିଯୋଗ ହୋଇଛି। ଗତ କିଛିବର୍ଷ ତଳେ ଜୁନାଗଡ଼ ସହରର ଜଣେ ଯୁବକ ୫ କୋଟି ଟଙ୍କାର ବେଟିଂ ଲଗାଇଥିବା ର ଚର୍ଚ୍ଚା ହେଉଛି। ସେଥିରେ ସେ ହାରିଯିବା ପରେ ସେ ବାହାର ରାଜ୍ୟ କୁ ଚାଲି ଯାଇଥିଲେ। ପରବର୍ତ୍ତୀ ସମୟରେ ସେହି ଯୁବକଙ୍କୁ ପରିବାର ଲୋକେ କୋଲକୋତାରେ ଠାବ କରିଥିବା ପ୍ରକାଶ। ବର୍ତ୍ତମାନ ଜିଲ୍ଲାର ଜୁନାଗଡ଼ ଠାରୁ ହିଁ ଏହି ଆଇପିଏଲ ବେଟିଂ ସଟ୍ଟା କଣ୍ଟ୍ରୋଲ ହେଉଥିବା କୁହା ଯାଉଛି। ଜୁନାଗଡ ସହରର ଏକ ପ୍ରତିଷ୍ଠିତ ସମ୍ଭ୍ରାନ୍ତ ପରିବାରର ଜଣେ ଯୁବକ ଏହି ସଟ୍ଟା ବେଟିଂକୁ କଣ୍ଟ୍ରୋଲ କରୁଥିବା ଅଭିଯୋଗ ହେଉଛି। ଆଉ ଏହି ନେଟୱାର୍କ ଭବାନୀପାଟଣା, କେସିଙ୍ଗା, ଟିଟିଲାଗଡ଼, କଣ୍ଟାବାଞ୍ଜି ଦେଇ ରାୟପୁରକୁ ଲମ୍ବିଛି।

ଜୁନାଗଡ଼ ପୁଲିସ ମଧ୍ୟ ଏ ବାବଦରେ ଅଜ୍ଞ ଥିବା ଜଣାପଡିଛି। ମୋବାଇଲରେ ଏଭଳି ବ୍ୟାଟିଙ୍ଗ ଖେଳ ଯୋଗୁଁ ପୁଲିସର ହାତ ମଧ୍ୟ ପାଇପାରୁ ନ ଥିବା କୁହା ଯାଉଛି। ବର୍ତ୍ତମାନ ଏହି ବେଟିଂରେ ଧନୀ ଶ୍ରେଣୀର ଯୁବକମାନେ ଟଙ୍କା ଲଗାଉଥିବା ଦେଖା ଯାଉଛି। ଆଇପିଏଲ ବ୍ୟାଟିଂ ରେ ଅଧିକ ପାଇବା ନିଶା ରେ ବହୁ ଯୁବକ ପଥଭ୍ରଷ୍ଟ ହେବାରେ ଲାଗିଛନ୍ତି। ଏନେଇ କଳାହାଣ୍ଡି ପୁଲିସ ପ୍ରଶାସନ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଚଢ଼ାଉ କଲେ ଏହି ରାକେଟ ର ପର୍ଦ୍ଧାଫାସ ହୋଇପାରନ୍ତା ବୋଲି ସାଧାରଣରେ ଦାବୀ ହେଉଛି।

ଆଇପିଏଲ କଳାହାଣ୍ଡି ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ: RJD ପାଇଁ ବଢିଲା ସମସ୍ୟା, ତିନି କଂଗ୍ରେସ ବିଧାୟକ ଗାଏବ

March 16, 2026

ବିହାରରେ କ୍ରସ୍ ଭୋଟିଂ କରିବେ ଚାରି ଏନଡିଏ ବିଧାୟକ?: ହଇଚଇ ସୃଷ୍ଟି କଲା ରାଜନୈତିକ ଦାବି 

March 16, 2026

କଟକ ଏସସିବି ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ, କହିଲେ….

March 16, 2026

ଓଡ଼ିଶା ଓମେନ୍ ଇନ୍ ମିଡିଆର ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

March 16, 2026
Latest News

ରାଜ୍ୟସଭା ନିର୍ବାଚନ: RJD ପାଇଁ ବଢିଲା ସମସ୍ୟା, ତିନି କଂଗ୍ରେସ ବିଧାୟକ ଗାଏବ

March 16, 2026

ବିହାରରେ କ୍ରସ୍ ଭୋଟିଂ କରିବେ ଚାରି ଏନଡିଏ ବିଧାୟକ?: ହଇଚଇ ସୃଷ୍ଟି କଲା ରାଜନୈତିକ ଦାବି 

March 16, 2026

ରାଜ୍ୟସଭା ନିର୍ବାଚନ: ଓଡ଼ିଶା, ବିହାର ଏବଂ ହରିୟାଣାରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା, ଜାଣନ୍ତୁ ସଂଖ୍ୟା ଖେଳ

March 16, 2026

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ମତଦାନ, ବିଧାନସଭାରେ ବିଧାୟକମାନେ ଦେଉଛନ୍ତି ଭୋଟ

March 16, 2026

କଟକ ଏସସିବି ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ, କହିଲେ….

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.