ପ୍ରାୟ ୪ ଲକ୍ଷ ଛାତ୍ରଛାତ୍ରୀଙ୍କ ଅପେକ୍ଷାର ଅନ୍ତ ଘଟିବ: ଆଜି ପ୍ରକାଶ ପାଇବ ଯୁକ୍ତ ୨ ପରୀକ୍ଷା ଫଳ

Published: May 26, 2024, 9:14 am IST

ଭୁବନେଶ୍ଵର: ଆଜି ରାଜ୍ୟରେ ମାଟ୍ରିକ ପରୀକ୍ଷା ଫଳ ସହିତ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇବ। ଯୁକ୍ତ ୨ର ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ।

ତେବେ ଛାତ୍ରଛାତ୍ରୀମାନେ www.orissaresults.nic.in ପରିଦର୍ଶନ କରି ପରୀକ୍ଷା ଫଳ ଦେଖିପାରିବେ। ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ରାଜ୍ୟରେ ମୋଟ ୩ଲକ୍ଷ ୮୪ ହଜାର ୫୯୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଗତବର୍ଷ ତୁଳନାରେ ୨୬ ହଜାର ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।

Related posts