ଭୋଟ୍ ଦେବା ପରେ ବିଜେପି ନେତା ତଥା ବକ୍ସର ବିଜେନ୍ଦର ସିଂ କ’ଣ ଲେଖିଲେ?: କଂଗ୍ରେସ କହିଲା ଧନ୍ୟବାଦ

Published: May 26, 2024, 1:30 pm IST

ନୁଆଦିଲ୍ଲୀ: ହରିୟାଣାର ୧୦ ଟି ଲୋକସଭା ଆସନରେ ନିର୍ବାଚନ ସମାପ୍ତ ହୋଇଛି। ଏହି ସମୟରେ କଂଗ୍ରେସରୁ ବିଜେପିରେ ଯୋଗ ଦେଇଥିବା ବକ୍ସର ବିଜୟନ୍ଦର ସିଂ ଭୋଟ୍ ଦେଇଥିଲେ ଏବଂ ପରେ ତାଙ୍କ ଆଙ୍ଗୁଠିର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। କ୍ୟାପସନରେ ସେ ଲେଖିଥିଲେ ଯେ, ‘ମୋର ଭୋଟ୍ ସୈନିକ, ଚାଷୀଙ୍କ ପାଇଁ’। ବିଜୟେନ୍ଦ୍ର ସିଂଙ୍କ ପୋଷ୍ଟରେ ହରିୟାଣା କଂଗ୍ରେସ ଏକ କଟାକ୍ଷ କରିଛି।

ପ୍ରକୃତରେ ବିଜୟନ୍ଦର ସିଂଙ୍କ ଉପରେ କଂଗ୍ରେସ କଟାକ୍ଷ ଏଇଥିପାଇଁ କରିଛି କି କିଛି ସମୟ ପୂର୍ବରୁ କଂଗ୍ରେସ ସହ ସେ ଥିଲେ, କିନ୍ତୁ ଲୋକସଭା ନିର୍ବାଚନ ଆଚରଣ ବିଧି କାର୍ଯ୍ୟକାରୀ ହେବାର ୨୦ ତମ ଦିନରେ ସେ ଦେଶର ପୁରାତନ ଦଳକୁ ଏକ ବଡ ଝଟକା ଦେଇଥିଲେ।

ବାସ୍ତବରେ, ବକ୍ସର ବିଜୟନ୍ଦର ସିଂଙ୍କ ପୋଷ୍ଟ ସେୟାର କରିବା ପରେ ହରିୟାଣା କଂଗ୍ରେସ ଲେଖିଛି ଯେ, ‘ଧନ୍ୟବାଦ ବକ୍ସର ଭାଇ, ଆମେ ବୁଝିଯାଇଛି’।

ଏପ୍ରିଲ୍ ୩ ତାରିଖ ୨୦୨୪ରେ ଅଲିମ୍ପିକ୍ ପଦକ ବିଜେତା ତଥା ବକ୍ସର ବିଜେନ୍ଦର ସିଂ, ଯିଏ ରାହୁଲ ଗାନ୍ଧୀଙ୍କ ସହ ଅତି ଘନିଷ୍ଟ ଥିଲେ, ସେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ। ବିଜେନ୍ଦର ସିଂ ଭାରତୀୟ ଜନତା ପାର୍ଟି ମୁଖ୍ୟାଳୟରେ ଗେରୁଆ ପାର୍ଟିରେ ଯୋଗଦେବାକୁ ଘୋଷଣା କରିଥିଲେ। ବିଜେପିରେ ଯୋଗଦେବା ପରେ ବିଜେନ୍ଦର କହିଥିଲେ ଯେ, ସେ ଭାରତକୁ ବିକଶିତ ରାଷ୍ଟ୍ର ମାନ୍ୟତାକୁ ଆଣିବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନେଇଛନ୍ତି।

Related posts