Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୋଲିଂ ଅଧିକାରୀ ଭାବେ କାର୍ଯ୍ୟ ନିର୍ବାହ କରୁଥିବା ଶିକ୍ଷୟତ୍ରୀଙ୍କ ମୃତ୍ୟୁରେ ଓଷ୍ଟାର ଶୋକ
ଆଜିର ଖବର

ପୋଲିଂ ଅଧିକାରୀ ଭାବେ କାର୍ଯ୍ୟ ନିର୍ବାହ କରୁଥିବା ଶିକ୍ଷୟତ୍ରୀଙ୍କ ମୃତ୍ୟୁରେ ଓଷ୍ଟାର ଶୋକ

May 26, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଷ୍ଟାର ଦାବି
ସରକାରୀ ବିଦ୍ୟାଳୟରେ ଖାଲିପଡ଼ିଥିବା ପ୍ରଧାନଶିକ୍ଷକ ପଦବୀ ତୁରନ୍ତ ପୂରଣ ହେଉ: ଓଷ୍ଟା

କଟକ: କଟକ ଜିଲ୍ଲା ମ୍ୟୁନିସିପାଲଟି ଅଧିନସ୍ଥ ବାଖରାବାଦ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ସୁଜାତା ମିତ୍ର ପୋଲିଂ ଅଧିକାରୀ ଭାବେ କାର୍ଯ୍ୟ ନିର୍ବାହ କରୁଥିବା ସମୟରେ ଅସୁସ୍ଥ ହୋଇ ମେଡିକାଲରେ ପ୍ରାଣ ହରାଇଛନ୍ତି। ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ସଂଗଠନ ପକ୍ଷରୁ ସ୍ୱର୍ଗତଃ ମିତ୍ରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି।

ସୂଚନାଥାଉକି, ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ସୁଜାତା ମିତ୍ରଙ୍କ ଘର କଟକ ସହରର କାଜିବଜାର ଅଞ୍ଚଳରେ। ସେ ତୃତୀୟ ପୋଲିଂ ଅଧିକାରୀ ଭାବେ ହାଡ଼ିବନ୍ଧୁ ନୋଡାଲ୍ ହାଇସ୍କୁଲରେ ଦାୟିତ୍ୱ ତୁଲାଉଥିଲେ। କେନ୍ଦ୍ରରେ ମତଦାନ ଚାଲିଥିବା ବେଳେ ସେ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଏକ ଘରୋଇ ହସ୍‌ପିଟାଲକୁ ନିଆଯାଇଥିଲା ଏବଂ ସେଠାରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ମୃତ ସୁଜାତାଙ୍କ ପରିବାରବର୍ଗଙ୍କୁ ୧୫ ଲକ୍ଷ ଟଙ୍କାର ଅତିରିକ୍ତ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରାଯାଇଛି। ପୂର୍ବରୁ ମଧ୍ୟ କୋଷଗୁମୁଡ଼ା ବ୍ଲକ୍ କକଡ଼ିସେମଳା ଉଚ୍ଚବିଦ୍ୟାଳୟର ଚତୁର୍ଥଶ୍ରେଣୀ କର୍ମଚାରୀ ଅଲେଖ ରନ୍ଧାରି ପୋଲିଂ ଅଧିକାରୀ ଭାବେ ଯୋଗଦେବାକୁ ଯାଉଥିବା ସମୟରେ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଥିଲେ।

ସେହିପରି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଅଧିନସ୍ଥ ଉତ୍କଳଭାରତୀ ବିଦ୍ୟାପୀଠ, ଖଲିବୋରେଇର ଶିକ୍ଷକ ଆଦିକନ୍ଦ ବେହେରା ନିର୍ବାଚନ କାର୍ଯ୍ୟ ସାରି ବାଇକ୍‌ରେ ଘରକୁ ଫେରୁଥିବା ବେଳେ କାମାକ୍ଷାନଗର ଛକଠାରେ ଗତକାଲି ଭୋର୍ ସମୟରେ ଆଖି ଲାଗିଯିବାରୁ ଦୁର୍ଘଟଣାଗ୍ରସ୍ତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ମୁଖମଣ୍ଡଳରେ ଗଭୀର ଆଘାତ ଲାଗିବା ସହ ବାମ ହାତର ହାଡ଼ ଭାଙ୍ଗିଯାଇଛି। ଏହି ଅଭାବନୀୟ ଘଟଣାରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ପକ୍ଷରୁ ଗଭୀର ଦୁଃଖ ପ୍ରକାଶ କରାଯିବା ସହିତ ଶ୍ରୀଯୁକ୍ତ ବେହେରାଙ୍କର ଆଶୁ ଆରୋଗ୍ୟ କାମନା କରାଯାଇଛି। ଏହିପରି ଘଟଣାର ପୁନରାବୃତ୍ତି ନଘଟିବା ପାଇଁ ସରକାର ଦୃଷ୍ଟିଦେବା ଉଚିତ।

ନିର୍ବାଚନ ଅଧିକାରୀ ଏବଂ ସରକାରଙ୍କ ନିକଟରେ ଅନୁରୋଧ କରାଯାଉଛି ଯେ ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟରେ ହେବାକୁ ଥିବା ଜିଲ୍ଲାଗୁଡ଼ିକର ନିର୍ବାଚନ ପରିଚାଳନା ନିମନ୍ତେ ଯେଉଁମାନେ କାର୍ଯ୍ୟ କରିବା ପାଇଁ ଯାଉଛନ୍ତି ସେମାନଙ୍କ ପାଇଁ ସମ୍ପୂର୍ଣ୍ଣ ସୁବିଧା ଓ ସହଯୋଗ ଯୋଗାଇଦେବା ନିମନ୍ତେ ସଂଗଠନ ପକ୍ଷରୁ ଦାବି କରାଯାଇଛି। ନିର୍ବାଚନ ପରିଚାଳନା ସମୟରେ ପ୍ରଚଣ୍ଡ ରୌଦ୍ର ତାପରେ ଅନେକ ମଧ୍ୟ ଅଂଶୁଘାତର ଶିକାର ହୋଇଛନ୍ତି। ଆଗାମୀ ଦିନରେ ଏହି ସରକାରୀ କାର୍ଯ୍ୟରେ ସହାୟତା ପ୍ରଦାନ କରୁଥିବା ସମୟରେ ବ୍ୟକ୍ତିବିଶେଷଙ୍କର ଅକାଳ ମୃତ୍ୟୁ ଘଟିଲେ ସେମାନଙ୍କ ପରିବାରବର୍ଗଙ୍କୁ ପନ୍ଦର ଲକ୍ଷ ପରିବର୍ତ୍ତେ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ ନିମନ୍ତେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ତରଫରୁ ସରକାର ତଥା ନିର୍ବାଚନ ଅଧିକାରୀଙ୍କ ନିକଟରେ ଦୃଢ଼ ଦାବି ଉପସ୍ଥାପନ କରାଯାଇଛି।

ଏଭଳି ଅଭାବନୀୟ ଘଟଣା ପାଇଁ ଓଷ୍ଟା ପକ୍ଷରୁ ସଭାପତି ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜକିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷାପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ଦୁଃଖ ପ୍ରକାଶ କରିବା ସହ ମୃତ ବ୍ୟକ୍ତିଙ୍କ ପରିବାରକୁ ଯଥାଶୀଘ୍ର ସହାୟତା ରାଶି ପ୍ରଦାନ ନିମନ୍ତେ ସରକାର ତଥା ନିର୍ବାଚନ କମିଶନରଙ୍କୁ ଅନୁରୋଧ କରାଯାଇଅଛି।

OSSTA ଓଷ୍ଟାର ଶୋକ ପୋଲିଂ ଅଧିକାରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଶକିରା ଏବଂ କେଟି ପେରିଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ଆରମ୍ଭ ହେବ ଫିଫା ବିଶ୍ୱକପ୍-୨୦୨୬

June 11, 2026

ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ୍!: ଆଫଗାନିସ୍ତାନ ODIରେ କିପରି ରହିବ ଟିମ୍ ଇଣ୍ଡିଆ?

June 11, 2026

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ରାଜ୍ୟସଭାରୁ ଇସ୍ତଫା ଦେଲେ ପ୍ରକାଶ ଚିକ୍

June 11, 2026

ଭଗବାନ ରାମ ମନ୍ତବ୍ୟ ମାମଲାରେ ରାହୁଲ ଗାନ୍ଧୀଙ୍କ ବଢ଼ିଲା ସମସ୍ୟା: କୋର୍ଟ ଦେଲେ ଏହି ନିର୍ଦ୍ଦେଶ

June 11, 2026
Latest News

ଶକିରା ଏବଂ କେଟି ପେରିଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ଆରମ୍ଭ ହେବ ଫିଫା ବିଶ୍ୱକପ୍-୨୦୨୬

June 11, 2026

ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ୍!: ଆଫଗାନିସ୍ତାନ ODIରେ କିପରି ରହିବ ଟିମ୍ ଇଣ୍ଡିଆ?

June 11, 2026

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ରାଜ୍ୟସଭାରୁ ଇସ୍ତଫା ଦେଲେ ପ୍ରକାଶ ଚିକ୍

June 11, 2026

ଭଗବାନ ରାମ ମନ୍ତବ୍ୟ ମାମଲାରେ ରାହୁଲ ଗାନ୍ଧୀଙ୍କ ବଢ଼ିଲା ସମସ୍ୟା: କୋର୍ଟ ଦେଲେ ଏହି ନିର୍ଦ୍ଦେଶ

June 11, 2026

ଦୁର୍ଘଟଣାରେ ବାପ – ଝିଅ ମୃତ

June 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.