Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କାନ୍ସରେ ଭାରତର ଐତିହାସିକ ଶୋ’: ପାୟଲ କାପାଡିଆଙ୍କୁ ନିଜ ଫିଲ୍ମ ପାଇଁ ଗ୍ରାଣ୍ଡପ୍ରିକ୍ସ ପୁରସ୍କାର
ଆଜିର ଖବର

କାନ୍ସରେ ଭାରତର ଐତିହାସିକ ଶୋ’: ପାୟଲ କାପାଡିଆଙ୍କୁ ନିଜ ଫିଲ୍ମ ପାଇଁ ଗ୍ରାଣ୍ଡପ୍ରିକ୍ସ ପୁରସ୍କାର

May 27, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଦିଲ୍ଲୀ: ୭୭ତମ କାନ୍ସ ଫିଲ୍ମ ସମାରୋହରେ ଭାରତର ପ୍ରଦର୍ଶନ ଅଭୂତପୂର୍ବ ରହିଛି, ଯେଉଁଥିରେ ୨ ଜଣ ଚଳଚ୍ଚିତ୍ର ନିର୍ମାତା, ଜଣେ ଅଭିନେତ୍ରୀ ଏବଂ ଜଣେ ସିନେମାଟୋଗ୍ରାଫର ବିଶ୍ୱର ଅଗ୍ରଣୀ ଚଳଚ୍ଚିତ୍ର ମହୋତ୍ସବରେ ଶୀର୍ଷ ପୁରସ୍କାର ଜିତିଛନ୍ତି। ସମୃଦ୍ଧ ଫିଲ୍ମ ଉଦ୍ୟୋଗ ସହିତ ଏକ ବୃହତ୍ତମ ଚଳଚ୍ଚିତ୍ର ନିର୍ମାଣକାରୀ ରାଷ୍ଟ୍ର ଭାବରେ ଭାରତୀୟ ଚଳଚ୍ଚିତ୍ର ନିର୍ମାତାମାନେ କାନ୍ସରେ ବହୁତ ପ୍ରଶଂସା ପାଇଛନ୍ତି।

୩୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ପାୟଲ କପାଡିଆଙ୍କ ‘ଅଲ୍ ୱି ଇମାଜିନ୍ ଆଜ୍ ଲାଇଟ୍‌’ ନାମକ ଏକ ଭାରତୀୟ ଚଳଚ୍ଚିତ୍ର, ଯାହା କି ଦୁଇ ଜଣ ନର୍ସଙ୍କ ଜୀବନ ଉପରେ ଆଧାରିତ, ତାହା ଉତ୍ସବର ସର୍ବୋଚ୍ଚ ପୁରସ୍କାର ପାଲମେ ଡି’ଅର୍ ପାଇଁ ମନୋନୀତ ହୋଇଥିଲା। ଏହି ବର୍ଗରେ ଦ୍ୱିତୀୟ ସ୍ଥାନରେ ଥିବା କାପାଡିଆଙ୍କ ଫିଲ୍ମ ଗ୍ରାଣ୍ଡ ପ୍ରିକ୍ସରେ ବିଜୟୀ ହୋଇଥିଲା। ଏହି ବିଜୟ ସହ ଏଫଟିଆଇଆଇର ପୂର୍ବତନ ଛାତ୍ରୀ ପାୟଲ କାପାଡିଆ ପ୍ରଥମ ଭାରତୀୟ ଭାବେ ଏହି ସମ୍ମାନଜନକ ପୁରସ୍କାର ହାସଲ କରିଛନ୍ତି। ୩୦ ବର୍ଷ ତଳେ ଶାଜି ଏନ୍ କରୁଣଙ୍କ ‘ସ୍ୱାହମ’ ସର୍ବୋଚ୍ଚ ସମ୍ମାନ ନିମନ୍ତେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବେଳେ ଏତେ ବର୍ଷ ପରେ କାପାଡିଆ ପୁରସ୍କୃତ ହୋଇଛନ୍ତି।

ଭାରତ ଓ ଫ୍ରାନ୍ସ ମଧ୍ୟରେ ସ୍ୱାକ୍ଷରିତ ଅଡିଓ – ଭିଜୁଆଲ ଚୁକ୍ତି ଅନୁଯାୟୀ ପାୟଲଙ୍କ ଫିଲ୍ମକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଅଧିକାରିକ ରୂପରେ ଭାରତ – ଫ୍ରାନ୍ସ ସହ – ନିର୍ମାଣ ମାନ୍ୟତା ମିଳିଥିଲା। ମନ୍ତ୍ରଣାଳୟ ଦ୍ୱାରା ମହାରାଷ୍ଟ୍ର (ରତ୍ନଗିରି ଏବଂ ମୁମ୍ବାଇ)ରେ ଚଳଚ୍ଚିତ୍ରର ସୁଟିଂ ପାଇଁ ଅନୁମତି ମଧ୍ୟ ପ୍ରଦାନ କରାଯାଇଥିଲା। ସରକାରୀ ସହ-ପ୍ରଯୋଜନା ପାଇଁ ଭାରତ ସରକାରଙ୍କ ପ୍ରୋତ୍ସାହନ ଯୋଜନା ଅଧୀନରେ ଯୋଗ୍ୟ ସହ-ପ୍ରଯୋଜନା ଖର୍ଚ୍ଚର ୩୦% ପାଇଁ ଚଳଚ୍ଚିତ୍ରଟି ଅନ୍ତରୀଣ ଅନୁମୋଦନ ପାଇଥିଲା।

ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଛାତ୍ର ଚିଦାନନ୍ଦ ଏସ୍ ନାଏକ କନ୍ନଡ଼ ଲୋକକଥା ଉପରେ ଆଧାରିତ ୧୫ ମିନିଟର କ୍ଷୁଦ୍ର ଚଳଚ୍ଚିତ୍ର ‘ସନ୍‌ଫ୍ଲାୱାର୍ସ ୱେୟାର ଦି ଫାଷ୍ଟ ୱାନ୍ସ ଟୁ ନୋ’ ପାଇଁ ଲା ସିନେଫ୍ ବିଭାଗରେ ପ୍ରଥମ ପୁରସ୍କାର ହାସଲ କରିଛନ୍ତି। ଏହି ଏଫଟିଆଇଆଇ ଫିଲ୍ମ ଏଫ୍‌ଟିଆଇଆଇର ଟିଭି ୱିଙ୍ଗର ଏକ ବର୍ଷିଆ କାର୍ଯ୍ୟକ୍ରମର ପ୍ରଯୋଜନା, ଯେଉଁଥିରେ ବିଭିନ୍ନ ବିଭାଗ ଯଥା ନିର୍ଦ୍ଦେଶନା, ଇଲେକ୍ଟ୍ରୋନିକ୍ ସିନେମାଟୋଗ୍ରାଫି, ଏଡିଟିଂ, ସାଉଣ୍ଡର ୪ ଜଣ ଛାତ୍ରଛାତ୍ରୀ ବର୍ଷ ଶେଷ ସମନ୍ୱିତ ଅଭ୍ୟାସ ଭାବରେ ଗୋଟିଏ ପ୍ରୋଜେକ୍ଟ ପାଇଁ ଏକାଠି କାମ କରିଥିଲେ।

୨୦୨୨ରେ ଏଫଟିଆଇଆଇରେ ଯୋଗ ଦେବା ପୂର୍ବରୁ ଚିଦାନନ୍ଦ ଏସ୍ ନାଏକ ୫୩ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍‌ଏଫ୍‌ଆଇ)ରେ ସିନେମା କ୍ଷେତ୍ରରେ ଉଦୀୟମାନ ଯୁବ କଳାକାରମାନଙ୍କୁ ସ୍ୱୀକୃତି ଓ ସମର୍ଥନ ପ୍ରଦାନ କରିବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଉଦ୍ଦିଷ୍ଟ ଏକ ପଦକ୍ଷେପ କ୍ରିଏଟିଭ୍ ମାଇଣ୍ଡ୍‌ରେ ୭୫ଜଣଙ୍କ ମଧ୍ୟରୁ ଜଣେ ଭାବେ ମନୋନୀତ ହୋଇଥିଲେ। ସୂଚନାଯୋଗ୍ୟ, ଭାରତରେ ଜନ୍ମିତ ମାନସୀ ମାହେଶ୍ୱରୀଙ୍କ ‘ବନିହୁଡ୍‌’ ନାମକ ଏକ ଆନିମେଟେଡ୍ ଚଳଚ୍ଚିତ୍ର ଲା ସିନେଫ୍ ସିଲେକ୍ସନରେ ତୃତୀୟ ପୁରସ୍କାର ହାସଲ କରିଛି।

ବିଶ୍ୱପ୍ରସିଦ୍ଧ ନିର୍ଦ୍ଦେଶକ ଶ୍ୟାମ ବେନେଗାଲଙ୍କ କାର୍ଯ୍ୟକୁ ଏହି ମହୋତ୍ସବରେ ପାଳନ କରାଯାଇଥିଲା। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଥିବା ନ୍ୟାସନାଲ ଫିଲ୍ମ ଆର୍କାଇଭ୍ସ ଅଫ୍ ଇଣ୍ଡିଆ (ଏନ୍‌ଏଫ୍‌ଡିସି – ଏନ୍‌ଏଫ୍‌ଏଆଇ)ରେ ସଂରକ୍ଷିତ ଏବଂ ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ୍ ଦ୍ୱାରା ପୁନରୁଦ୍ଧାର କରାଯାଇଥିବା ବେନେଗଲ୍ସଙ୍କ ‘ମନ୍ଥନ’ ଭାରତରେ ମୁକ୍ତିଲାଭର ୪୮ ବର୍ଷ ପରେ କ୍ଲାସିକ୍ ବିଭାଗରେ କାନ୍ସ ଠାରେ ପ୍ରଦର୍ଶିତ ହୋଇଥିଲା।

ଭାରତୀୟ ସିନେମା ଜଗତରେ ନିଜର ସମୃଦ୍ଧ କାର୍ଯ୍ୟ ପାଇଁ ଜଣାଶୁଣା ପ୍ରଖ୍ୟାତ ସିନେମାଟୋଗ୍ରାଫର ସନ୍ତୋଷ ଶିବନ ପ୍ରଥମ ଏସୀୟ ଭାବେ ତାଙ୍କ କ୍ୟାରିୟର ଏବଂ ଅସାଧାରଣ ଗୁଣାତ୍ମକ କାର୍ଯ୍ୟ ପାଇଁ ୨୦୨୪ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ସମ୍ମାନଜନକ ପିଏରି ଆଞ୍ଜେନିକ୍ସ ଟ୍ରିବ୍ୟୁଟ୍ ପୁରସ୍କାରରେ ସମ୍ମାନିତ ହୋଇଥିଲେ । କାନ୍ସରେ ଇତିହାସ ରଚିଥିବା ଅନ୍ୟ ଜଣେ ବ୍ୟକ୍ତି ହେଉଛନ୍ତି ଅନସୂୟା ସେନଗୁପ୍ତା ଯିଏ କି ପ୍ରଥମ ଭାରତୀୟ ଭାବେ ‘ଅନ୍ ସର୍ଟନ ରିଗାର୍ଡ’ ବର୍ଗରେ ‘ଦ ଶେମଲେସ୍‌’ ଫିଲ୍ମରେ ଅଭିନୟ କରି ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଜିତିଛନ୍ତି ।

କାନ୍ସରେ ଚମକିଥିବା ଅନ୍ୟ ଜଣେ ସ୍ୱାଧୀନ ଚଳଚ୍ଚିତ୍ର ନିର୍ମାତା ହେଉଛନ୍ତି ମୈସମ ଅଲ୍ଲୀ, ଯିଏ କି ଏଫଟିଆଇଆଇର ପୂର୍ବତନ ଛାତ୍ର । ତାଙ୍କ ଫିଲ୍ମ ‘ଇନ୍ ରିଟ୍ରିଟ୍‌’ ଏସିଆଇଡି କାନ୍ସ ସାଇଡବାର୍ କାର୍ଯ୍ୟକ୍ରମରେ ପ୍ରଦର୍ଶିତ ହୋଇଥିଲା । ୧୯୯୩ ମସିହାରେ ଆରମ୍ଭ ହେବା ପର ଠାରୁ ଆସୋସିଏସନ୍ ଫର୍ ଦି ଡିଫ୍ୟୁଜନ୍ ଅଫ୍ ଇଣ୍ଡିପେଣ୍ଡେଣ୍ଟ ସିନେମା ଦ୍ୱାରା ପରିଚାଳିତ ବିଭାଗରେ ପ୍ରଥମ ଥର ପାଇଁ ଏକ ଭାରତୀୟ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା ।

୭୭ତମ କାନ୍ସ ଫିଲ୍ମ ମହୋତ୍ସବରେ ଆମେ ଭାରତୀୟ ସିନେମା ପାଇଁ ଏକ ଐତିହାସିକ ବର୍ଷର ସାକ୍ଷୀ ହୋଇଥିବାବେଳେ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସଫଳତାକୁ ପାଳନ କରିବାର ଏକ ବିଶେଷ କାରଣ ରହିଛି, କାରଣ ଏହାର ପୂର୍ବତନ ଛାତ୍ରଛାତ୍ରୀ, ଯଥା ପାୟଲ କାପାଡିଆ, ସନ୍ତୋଷ ଶିବନ, ମୈସମ ଅଲ୍ଲୀ ଏବଂ ଚିଦାନନ୍ଦ ଏସ ନାଏକ କାନ୍ସରେ ଚମକିଛନ୍ତି । ଏଫଟିଆଇଆଇ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଥିବା ଏକ ସ୍ୱୟଂଶାସିତ ଅନୁଷ୍ଠାନ ଏବଂ କେନ୍ଦ୍ର ସରକାରଙ୍କ ବିତ୍ତୀୟ ସହାୟତାରେ ଏକ ସମିତି ଭାବରେ କାର୍ଯ୍ୟ କରେ ।

ସିଙ୍ଗଲ ୱିଣ୍ଡୋ ମଞ୍ଜୁରୀ ମାଧ୍ୟମରେ ସୁବିଧା, ବିଭିନ୍ନ ଦେଶ ସହ ମିଳିତ ପ୍ରଯୋଜନା, ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଭଳି ସ୍ୱୟଂଶାସିତ ଅନୁଷ୍ଠାନ ମାଧ୍ୟମରେ ସିନେମା କ୍ଷେତ୍ରରେ ଶିକ୍ଷାକୁ ସମର୍ଥନ କରିବା କିମ୍ବା ଭାରତକୁ ବିଶ୍ୱର ବିଷୟବସ୍ତୁ କେନ୍ଦ୍ର ଭାବରେ ପ୍ରତିଷ୍ଠା କରିବା ଦିଗରେ ବହୁମୁଖୀ ପ୍ରୟାସ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସକାରାତ୍ମକ ପ୍ରଭାବ ପକାଉଛି ।

Share. Facebook Twitter LinkedIn Email WhatsApp Copy Link

Related Posts

କଟକ ରେଭେନ୍ସା କଲିଜିଏଟ୍ ସ୍କୁଲର ୧୭୫ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବରେ କେନ୍ଦ୍ରମନ୍ତ୍ରୀ  

August 23, 2025

“ମହାକାଶ ବିଜ୍ଞାନ କୃଷିରେ ଚମତ୍କାର ପରିବର୍ତ୍ତନ ଆଣିଛି”: କେନ୍ଦ୍ର କୃଷି ମନ୍ତ୍ରୀ

August 23, 2025

କଟକ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ ମଣିଷ ତିଆରି କାରଖାନାର ଏକ ପ୍ରୟୋଗଶାଳା: ଧର୍ମେନ୍ଦ୍ର ପ୍ରଧାନ

August 23, 2025

“ପ୍ରାଣୀପାଳନ ଓ ଉତ୍ପାଦନ ବୃଦ୍ଧି ପାଇଁ ଚାରା ପ୍ରୋତ୍ସାହନ’’ ଉପରେ ପାଞ୍ଚ ଦିନିଆ ତାଲିମ ଶିବିର

August 23, 2025
Latest News

ଅଗ୍ନିଶମ ବାହିନୀରେ ସାମିଲ ହେଲେ ୯୧୧ ଅଗ୍ନିଯୋଦ୍ଧା, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

August 23, 2025

ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

August 23, 2025

କଟକ ରେଭେନ୍ସା କଲିଜିଏଟ୍ ସ୍କୁଲର ୧୭୫ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବରେ କେନ୍ଦ୍ରମନ୍ତ୍ରୀ  

August 23, 2025

“ମହାକାଶ ବିଜ୍ଞାନ କୃଷିରେ ଚମତ୍କାର ପରିବର୍ତ୍ତନ ଆଣିଛି”: କେନ୍ଦ୍ର କୃଷି ମନ୍ତ୍ରୀ

August 23, 2025

କଟକ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ ମଣିଷ ତିଆରି କାରଖାନାର ଏକ ପ୍ରୟୋଗଶାଳା: ଧର୍ମେନ୍ଦ୍ର ପ୍ରଧାନ

August 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.