ଜୁଲାଇ ୫ ରେ ଆପଣଙ୍କ ଆକାଉଣ୍ଟକୁ ଆସିବ ୮୫୦୦ ଟଙ୍କା: ରାହୁଲ ଗାନ୍ଧୀ କହିଲେ ପ୍ରଥମ କିସ୍ତିର ତାରିଖ

Published: May 27, 2024, 6:43 pm IST

ନୂଆଦିଲ୍ଲୀ: ବିହାରର ଆରାରେ ଏକ ରାଲିରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଲୋକସଭା ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ପାଇଁ ପ୍ରଚାର କରୁଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ, I.N.D.I.A ମେଣ୍ଟ ସରକାର ଗଠନ ହେବ। ଦେଶର ଗରିବ ଲୋକଙ୍କ ତାଲିକା ପ୍ରସ୍ତୁତ ହେବ। ପ୍ରତ୍ୟେକ ଗରିବ ପରିବାରରୁ ଜଣେ ମହିଳାଙ୍କ ନାମ ଚୟନ କରାଯିବ। ଏବଂ ୮୫୦୦ ଟଙ୍କା ଲେଖାଏଁ ଦେଶର କୋଟି କୋଟି ଗରିବ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିବ।

ସେ କହିଛନ୍ତି ଯେ, “I.N.D.I.A ମେଣ୍ଟ ସମ୍ମୁଖରେ ଦୁଇଟି ସମସ୍ୟା ରହିଛି। ଗୋଟିଏ ହେଉଛି ଧନୀ-ଗରିବ ଅସମାନତା ଏବଂ ଅନ୍ୟଟି ବେକାରୀ। କଂଗ୍ରେସ ପାର୍ଟି ଏହି ଦୁଇଟି ସମସ୍ୟାର ସମାଧାନ କରିବାକୁ ଯାଉଛି। ଦେଶରେ ଗରିବ ଲୋକଙ୍କ ତାଲିକା ପ୍ରସ୍ତୁତ ହେବ। ଜୁନ୍ ୪ ତାରିଖରେ ଆମ ସରକାର ଗଠନ ହେବ। ଜୁଲାଇ ୫ ତାରିଖରେ ୮ ହଜାର ୫୦୦ ଟଙ୍କା ଲେଖାଏଁ ଦେଶର ଗରିବ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ ଏବଂ ଏହା ଜୁଲାଇରୁ ସେପ୍ଟେମ୍ବର ଏବଂ ଡିସେମ୍ବର ପର୍ଯ୍ୟନ୍ତ ଜାରି ରହିବ।

Related posts