Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋଆ ଫ୍ୟାକଲ୍ଟିଙ୍କ ଦ୍ୱାରା ଲିଖିତ ପ୍ରାଣୀ ରୋଗ ସମ୍ବନ୍ଧୀୟ ପୁସ୍ତକ ଉନ୍ମୋଚିତ
ଆଜିର ଖବର

ସୋଆ ଫ୍ୟାକଲ୍ଟିଙ୍କ ଦ୍ୱାରା ଲିଖିତ ପ୍ରାଣୀ ରୋଗ ସମ୍ବନ୍ଧୀୟ ପୁସ୍ତକ ଉନ୍ମୋଚିତ

May 29, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍‌ସେସ୍ ଆଣ୍ଡ ଆନିମଲ୍ ହଜ୍‌ବ୍ୟାଣ୍ଡରୀ (ଆଇଭିଏସ୍‌ଏଏଚ୍‌)ର ଫ୍ୟାକଲ୍ଟିମାନଙ୍କ ଦ୍ୱାରା ପ୍ରାଣୀ ରୋଗ ବିଜ୍ଞାନ ସମ୍ବନ୍ଧୀୟ ଦୁଇଟି ପୁସ୍ତକକୁ ମଙ୍ଗଳବାର ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଉନ୍ମୋଚିତ କରିଛନ୍ତି।

“ନ୍ୟୁଟ୍ରିସ୍‌ନାଲ୍ ବାୟୋକେମେଷ୍ଟ୍ରୀ ଫର୍ ଭେଟେରିନାରୀ ଏକ୍ସିଲେନ୍‌ସ: ଏ ହୋଲିଷ୍ଟିକ୍ ଆପ୍ରୋଚ୍‌” ଶୀର୍ଷକ ପୁସ୍ତକଟି ଅନୁଷ୍ଠାନରେ କାର୍ଯ୍ୟରତ ଆସିଷ୍ଟାଂଟ ପ୍ରଫେସର ଡକ୍ଟର ୟୋରା ରିନା, ଡକ୍ଟର ଜୁଲି ଚକ୍‌ମା ଏବଂ ଡକ୍ଟର ଦିବ୍ୟପ୍ରକାଶ ଆର୍‌. ଚୋରାଭାଡାଙ୍କ ଦ୍ୱାରା ମିଳିତ ଭାବେ ଲେଖାଯାଇଛି।

ପୁସ୍ତକଟିରେ ପ୍ରାଣୀ ରୋଗ କ୍ଷେତ୍ରରେ ପୋଷଣ ସମ୍ପର୍କରେ ବିସ୍ତୃତ ଭାବେ ଉଲ୍ଲେଖ ରହିଥିବା ବେଳେ ପ୍ରାଣୀ ମାନଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହାର କିଭଳି ଗୁରୁତ୍ୱ ରହିଛି ସେ ସମ୍ପର୍କରେ ବିସ୍ତାର ଭାବେ ଦର୍ଶାଯାଇଛି।

ଅନୁଷ୍ଠାନର ଅନ୍ୟ ଜଣେ ଆସିଷ୍ଟାଂଟ ପ୍ରଫେସର (ଡକ୍ଟର) ଦୀପକ କୁମାର ଚୌରାସିଆଙ୍କ ଦ୍ୱାରା ଲିଖିତ ପୁସ୍ତକ “ଏଗ୍‌ଜାମ୍ ସ୍ପେଶିଆଲ୍‌: ୟୋର ପର୍ଫେକ୍ଟ ଏଗ୍‌ଜାମ୍ ଫ୍ରେଣ୍ଡ” ପୁସ୍ତକଟି ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଲେଖାଯାଇଛି।

ପୁସ୍ତକ ଦୁଇଟି ଉନ୍ମୋଚନ କରିବା ଅବସରରେ ପ୍ରଫେସର (ଡକ୍ଟର) ନାୟକ ସୋଆର ଏହି ୪ ଜଣ ଅଧ୍ୟାପକ ଅଧ୍ୟାପିକାଙ୍କର ଉଦ୍ୟମକୁ ନେଇ ଖୁସି ବ୍ୟକ୍ତ କରିବା ସହ ଏହି ୪ଜଣ ଫ୍ୟାକଲ୍ଟି ଦେଶର ବିଭିନ୍ନ ରାଜ୍ୟରୁ ଆସିଛନ୍ତି ବୋଲି କହିଥିଲେ। ଏହା ବିଶ୍ୱବିଦ୍ୟାଳୟର ବିବିଧତାକୁ ଦର୍ଶାଉଛି ବୋଲି ସେ କହିଥିଲେ।

ଡକ୍ଟର ରିନା ଆନିମଲ୍ ନ୍ୟୁଟ୍ରିସନ୍ ବିଭାଗର ଆସିଷ୍ଟାଂଟ ପ୍ରଫେସର ଭାବେ କାର୍ଯ୍ୟରତ ଥିବା ବେଳେ ସେ କର୍ଣ୍ଣଲ୍‌ର ଆଇସିଏଆର୍‌-ନ୍ୟାସ୍‌ନାଲ୍ ଡାଏରି ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ରୁ ଆନିମଲ୍ ନ୍ୟୁଟ୍ରିସନ୍‌ରେ ୨୦୨୩ ମସିହାରେ ଡକ୍ଟରେଟ୍ କରିଛନ୍ତି । ସେ ୨୦୧୮ ମସିହାରେ ଆସାମ କୃଷି ବିଶ୍ୱବିଦ୍ୟାଳୟ ଅଧିନସ୍ଥ କଲେଜ ଅଫ୍ ଭେଟେରିନାରୀ ସାଇନ୍‌ସେସ୍‌ରୁ ପୋଷ୍ଟ ଗ୍ରାଜୁଏଟ୍ ଡିଗ୍ରୀ ହାସଲ କରିଥିଲେ।

ସେହିପରି ଡକ୍ଟର ଚକ୍‌ମା ୨୦୨୩ରେ ଇଣ୍ଡିଆନ୍ ଭେଟେରିନାରୀ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍ (ଆଇଭିଆର୍‌ଆଇ)ରୁ ଆନିମଲ୍ ନ୍ୟୁଟ୍ରିସନ୍‌ରୁ ପିଏଚ୍‌ଡି କରିଥିବା ବେଳେ ୨୦୨୦ରେ ଇମ୍ଫାଲ୍ ସ୍ଥିତ ସେଂଟ୍ରାଲ୍ ଏଗ୍ରିକଲ୍‌ଚରାଲ୍ ୟୁନିଭର୍ସିଟିରୁ ପୋଷ୍ଟ ଗ୍ରାଜୁଏଟ୍ ଡିଗ୍ରୀ ହାସଲ କରିଥିଲେ ଏବଂ ତ୍ରିପୁରାର କଲେଜ୍ ଅଫ୍ ଭେଟେରିନାରୀ ସାଇନ୍ସ ଆଣ୍ଡ ଆନିମଲ୍ ହଜ୍‌ବ୍ୟାଣ୍ଡରୀରୁ ଗ୍ରାଜୁଏସନ୍ କରିଛନ୍ତି।

ସେହିପରି ଡକ୍ଟର ଚୋରାଭାଡା ଆଇଭିଆର୍‌ଆଇରୁ ଆନିମଲ୍ ବାୟୋକେମେଷ୍ଟ୍ରୀରେ ପିଏଚ୍‌ଡି ହାସଲ କରିଥିବା ବେଳେ ୨୦୧୮ରେ ଗୁଜରାଟର ଜୁନାଗଡ଼ କୃଷି ବିଶ୍ୱବିଦ୍ୟାଳୟରୁ ଭେଟେରିନାରୀ ବାୟୋକେମେଷ୍ଟ୍ରୀରେ ପୋଷ୍ଟ ଗ୍ରାଜୁଏସନ୍ କରିଛନ୍ତି।

ଛତିଶଗଡ଼ର ଡକ୍ଟର ଚୌରାସିଆ ଦୁର୍ଗ ଭେଟେରିନାରୀ କଲେଜରୁ ତାଙ୍କର ଅଣ୍ଡର ଗ୍ରାଜୁଏଟ୍ ଶିକ୍ଷା ସମାପ୍ତ ପରେ ଏମ୍‌ଭିଏସ୍‌ସି ଏବଂ ପିଏଚ୍‌ଡି ଡିଗ୍ରୀ ଭୁବନେଶ୍ୱର ସ୍ଥିତ ଓଡ଼ିଶ।। କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ଓଡ଼ିଶା ଭେଟେରିନାରୀ କଲେଜ୍‌ରୁ ହାସଲ କରିଛନ୍ତି।

ପୁସ୍ତକ ଉନ୍ମୋଚିତ ଶିକ୍ଷା ଓ ଅନୁସନ୍ଧାନ
Share. Facebook Twitter LinkedIn Email WhatsApp Copy Link

Related Posts

କେବେ ହେବ ଖରାଛୁଟି ?

April 17, 2026

IMF GDP ରାଙ୍କିଂରେ ତଳକୁ ଖସିଲା ଭାରତ

April 17, 2026

ସୀମା ନିର୍ଦ୍ଧାରଣ ବିଲ୍ ପାସ୍ ହେବ କି ! ସଂଖ୍ୟାର ଜଟିଳ ଗଣିତ କଣ କହୁଛି ?

April 17, 2026

ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମିତ ଶିଶୁକୁ ନୂଆ ଜୀବନ ଦେଲା ସମ୍

April 16, 2026
Latest News

କେବେ ହେବ ଖରାଛୁଟି ?

April 17, 2026

IMF GDP ରାଙ୍କିଂରେ ତଳକୁ ଖସିଲା ଭାରତ

April 17, 2026

ସୀମା ନିର୍ଦ୍ଧାରଣ ବିଲ୍ ପାସ୍ ହେବ କି ! ସଂଖ୍ୟାର ଜଟିଳ ଗଣିତ କଣ କହୁଛି ?

April 17, 2026

ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମିତ ଶିଶୁକୁ ନୂଆ ଜୀବନ ଦେଲା ସମ୍

April 16, 2026

ନାବାଳିକାକୁ ଅସଦାଚରଣ ଅଭିଯୋଗରେ ପୁର୍ବତନ ଅଧ୍ୟାପକ କୋର୍ଟ ଚାଲାଣ।

April 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.