Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସରିଲା ମା’ଭଗବତୀଙ୍କ ଚନ୍ଦନ ଯାତ୍ରା, ଜଳସ୍ପର୍ଶ ବିଧି ରକ୍ଷାକରି ପାଳିତ ହେଲା ଭଉଁରୀ
ଆଜିର ଖବର

ସରିଲା ମା’ଭଗବତୀଙ୍କ ଚନ୍ଦନ ଯାତ୍ରା, ଜଳସ୍ପର୍ଶ ବିଧି ରକ୍ଷାକରି ପାଳିତ ହେଲା ଭଉଁରୀ

May 31, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ଦୀର୍ଘ ୨୧ ଦିନର ପ୍ରଚଣ୍ଡ ରୌଦ୍ରତାପରୁ ଦେବା ଦେବୀମାନଙ୍କ ଶ୍ରୀଅଙ୍ଗକୁ ଶୀତଳ ରଖିବା ପାଇଁ ପାଳିତ ହୁଏ ଚନ୍ଦନ ଯାତ୍ରା। ଦୈନନ୍ଦିନ ନୀତିକାନ୍ତି ପରେ ଚନ୍ଦନ କୁଣ୍ଡର ଚନ୍ଦନ ଶ୍ରୀକର୍ପୁର ଅଗୁରୁ ମିଶ୍ରିତ ଶୀତଳ ଜଳରେ ଜିଉମାନଙ୍କୁ ରଖାଯାଇ ଶୀତଳ ମଣୋହି ଲାଗି କରାଯିବାର ପରମ୍ପରା ଉତ୍କଳର ପ୍ରତିଟି ଦେବାଦେବୀ ମନ୍ଦିରରେ ପାଳିତ ହୋଇଆସୁଥିବା ବେଳେ ଶ୍ରୀକ୍ଷେତ୍ର ପରି କେତେକ ସ୍ଥାନରେ ଦେବା ଦେବୀଙ୍କ ଚାପଯାତ୍ରା ମଧ୍ୟ ଅନୁଷ୍ଠିତ ହେଉଥିବାର ପରମ୍ପରା ଏପର୍ଯ୍ୟନ୍ତ ଚାଲି ଆସିଛି।

ବାଣପୁରର ଆରାଧ୍ୟାଦେବୀ ମା’ ଭଗବତୀଙ୍କ ଚନ୍ଦନ ଓ ଚାପଯାତ୍ରା ତିନିଦିନ ଧରିନିଆରା ଢଙ୍ଗରେ ମହାଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି। ଅକ୍ଷୟ ତୃତୀୟାଠାରୁ ଆରମ୍ଭ ଏହି ଯାତ୍ରାର ଶେଷ ତିନିଦିନ ପ୍ରତିବର୍ଷ ପରିବାଣପୁର ନିକଟସ୍ଥ ଗୋପାଳପୁର ଶାସନ ମାଜଣା ପୋଖରୀ ଚନ୍ଦନ ଚକଡ଼ାରେ ଚଳିତ ବର୍ଷ ଧୁମ୍ ଧାମରେ ପାଳିତ ହୋଇଥିଲା। ଶାସନ ବାଡ଼ିର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ବାଲୁଙ୍କେଶ୍ଵର ଦେବଙ୍କ ନିମନ୍ତ୍ରଣକ୍ରମେ ପ୍ରତି ସଂଧ୍ୟାରେ ମା’ଭଗବତୀ କାଠି ଠାକୁରାଣି ନିଯୋଗୀ ସେବାୟତ ଓ ଶ୍ରଦ୍ଧାଳୁମାନଙ୍କ ଗହଣରେ ଥାଟ ପଟୁଆର, ବାଣ ରୋଷଣି, ଘଣ୍ଟ ଘଣ୍ଟା କାହାଳୀ ଆଲଟଚାମର ବାଦ୍ୟର ଶବ୍ଦରେ ପାଟପତନୀ ମନ୍ଦାର ବେଲପତ୍ର ମାଳରେ ସଜ୍ଜିତ ହୋଇ ବାଣପୁର ବଡ଼ ଦାଣ୍ଡରେ ଯାତ୍ରା କଲା ବେଳେ ଏକ ଭାବ ଭକ୍ତିମୟ ପରିବେଶ ସୃଷ୍ଟି ହେଉଥିଲା।

ଅଧାବାଟରେ ଗୋପାଳପୁର ଗ୍ରାମବାସୀଙ୍କ ସହିତ ଶ୍ରୀ ଶ୍ରୀ ବାଲୁଙ୍କେଶ୍ଵର ଦେବମା’ଙ୍କୁ ପାଛୋଟି ନେଇ ମାଜଣା ପୋଖରୀର ଚନ୍ଦନ ଚକଡ଼ାରେ ଉପବେସନ କରାଉଥିଲେ।ଦେବୀଙ୍କ ସହିତ ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଦେବ, ଶ୍ରୀଗୋପୀନାଥଦେବ,ଶ୍ରୀରଙ୍କ ନାଥ ଦେବ ,ପାଟି ପୁର ଶାସନର ଶ୍ରୀଗୋପୀନାଥ ଦେବ ଓ କନକଦୁର୍ଗା, କୋଟ ବିଦ୍ୟାଧରପୁର ଶାସନର ଶ୍ରୀନୀଳକଣ୍ଠେଶ୍ଵର ଦେବ, ଗୋପାଳପୁର ଶାସନର ଶ୍ରୀକପିଳେଶ୍ୱର ଦେବ ଓ ଦୋଳ ଗୋବିନ୍ଦଦେବ ଏବଂ ସ୍ଥାନାଧିପତି ବାଲୁଙ୍କେଶ୍ଵର ଦେବଙ୍କ ସହିତ ଏକତ୍ର ଶୀତଳ ମଣୋହୀ ସେବନ କରିବାର ଦୃଶ୍ୟ ମନୋମୁଗ୍ଧକର।

ଚଳିତ ବର୍ଷ ମାଜଣା ପୋଖରୀର ପଙ୍କ ଉଧାର ଯୋଗୁଁ କେବଳ ଜଳସ୍ପର୍ଶ ବିଧିରେ ଚାପର ସମସ୍ତ ନୀତିକାନ୍ତି ଶେଷ କରାଯାଇ ଦେବା ଦେବୀଙ୍କୁ ଚନ୍ଦନ କୁଣ୍ଡରେ ପୂଜା ବିଧିସହିତ ଦ୍ୱିତୀୟ ପ୍ରହର ର ଚନ୍ଦନଲାଗି କରାଯାଇ ଶୀତଳ ମଣୋହୀରେ ପୂଜାନୀତି ଶେଷ କରାଇ ନିଶାର୍ଦ୍ଧରେ ମନ୍ଦିର ବାହୁଡ଼ା କରାଇଥିଲେ। ତିନିଦିନର ଏହି ଯାତ୍ରାରେ ଗୋପାଳପୁର ଗ୍ରାମବାସୀଙ୍କ ମିଳିତ ସହଯୋଗରେ ପ୍ରତିଦିନ ଭଜନ ସମାରୋହ, ରାମଲୀଳା ଭଳି ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା। ପ୍ରତିଦିନ ସ୍ଥାନୀୟ ଅଞ୍ଚଳର ଅଗଣିତ ଶ୍ରଦ୍ଧାଳୁମାଙ୍କୁ ଦର୍ଶନକରିବାକୁ ଆସୁଥିବାର ଦେଖିବାକୁ ମିଳିଥିଲା।

ଶ୍ରୀ ଶ୍ରୀଦକ୍ଷେଶ୍ଵର ଭଗବତୀ ଦେବୋତ୍ତର କାର୍ଯ୍ୟାଳୟର କର୍ମକର୍ତ୍ତା,ସ୍ଥାନୀୟ ପ୍ରଶାସନ ଏବଂ ଗୋପାଳପୁର ଗ୍ରାମର ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଚଳିତ ବର୍ଷ ଏହି ଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ ପାଳିତ ହୋଇଥିଲା।

ଚନ୍ଦନ ଯାତ୍ରା ପ୍ରଚଣ୍ଡ ରୌଦ୍ରତାପ ଭଉଁରୀ ମା'ଭଗବତୀ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନରେ ​​କ୍ରସ୍ ଭୋଟିଂ ଭୟ: ୮ ବିଧାୟକଙ୍କୁ କର୍ଣ୍ଣାଟକ ପଠାଇଲା ଓଡ଼ିଶା କଂଗ୍ରେସ 

March 13, 2026

ଲଞ୍ଚ ହେଲା TVS Orbiter V1 ଇଲେକ୍ଟ୍ରିକ୍ ସ୍କୁଟର: ଜାଣନ୍ତୁ ଏହାର ପରିସର ଏବଂ EMI ଯୋଜନା

March 13, 2026

ଟି-୨୦ ବିଶ୍ୱକପ୍ ଜିତିବା ପରେ ଟିମ୍ ଇଣ୍ଡିଆର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ: ଜାଣନ୍ତୁ କେଉଁଠି ଆଉ କେବେ?

March 13, 2026

ଟ୍ରମ୍ପଙ୍କ ପାଇଁ ବଡ଼ ଝଟକା!: ଇରାକରେ ଆମେରିକୀୟ KC-135 ବିମାନ ଦୁର୍ଘଟଣାଗ୍ରସ୍ତ

March 13, 2026
Latest News

ରାଜ୍ୟସଭା ନିର୍ବାଚନରେ ​​କ୍ରସ୍ ଭୋଟିଂ ଭୟ: ୮ ବିଧାୟକଙ୍କୁ କର୍ଣ୍ଣାଟକ ପଠାଇଲା ଓଡ଼ିଶା କଂଗ୍ରେସ 

March 13, 2026

ସଂସଦରେ ECE ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ନୋଟିସ: ଜାଣନ୍ତୁ ଏବେ କ’ଣ ହେବ?

March 13, 2026

ଲଞ୍ଚ ହେଲା TVS Orbiter V1 ଇଲେକ୍ଟ୍ରିକ୍ ସ୍କୁଟର: ଜାଣନ୍ତୁ ଏହାର ପରିସର ଏବଂ EMI ଯୋଜନା

March 13, 2026

ଆଜି ଆପଣଙ୍କ ଆକାଉଣ୍ଟରେ ଜମା ହେବ କିଷାନ ସମ୍ମାନ ନିଧି ଟଙ୍କା: ତୁରନ୍ତ କରନ୍ତୁ ଯାଞ୍ଚ

March 13, 2026

ଦେଶରେ କେତେ ଗ୍ୟାସ ସିଲିଣ୍ଡର ମହଜୁଦ ଅଛି?: LPG ସଙ୍କଟ ମଧ୍ୟରେ ଜାଣନ୍ତୁ ସଂଖ୍ୟା 

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.