Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିସିଜିସିଏଲ ପକ୍ଷରୁ ଓଡିଶାରେ କୋଇଲା ବାଷ୍ପୀକରଣ ପ୍ରକଳ୍ପ ପାଇଁ ଟେଣ୍ଡର ଆହ୍ୱାନ
ଆଜିର ଖବର

ବିସିଜିସିଏଲ ପକ୍ଷରୁ ଓଡିଶାରେ କୋଇଲା ବାଷ୍ପୀକରଣ ପ୍ରକଳ୍ପ ପାଇଁ ଟେଣ୍ଡର ଆହ୍ୱାନ

June 1, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: କୋଲ୍ ଇଣ୍ଡିଆ ଲିମିଟେଡ଼୍ (ସିଆଇଲ) ଏବଂ ଭାରତ ହେଭୀ ଇଲେକ୍ଟ୍ରିକାଲ୍ସ ଲିମିଟେଡ଼ (ଭେଲ୍‌)ଭାରତ କୋଇଲା ବାଷ୍ପୀକରଣ ଏବଂ ରସାୟନ ଲିମିଟେଡ୍ (ବିସିଜିସିଏଲ) ପକ୍ଷରୁ ଓଡିଶାରେ କୋଇଲାରୁ ଆମୋନିୟମ୍ ନାଇଟ୍ରେଟ୍‌’ ବାଷ୍ପୀକରଣ ପ୍ରକଳ୍ପ ଏଲଏସଟିକେ-୨ ଚୟନ ନିମନ୍ତେ ପାଇଁ ଗୁରୁବାର ଦିନ ଟେଣ୍ଡର ଆହ୍ୱାନ କରାଯାଇଛି। ଏହି ଟେଣ୍ଡର ନଥିପତ୍ର ଟେଣ୍ଡର ସଂଖ୍ୟା ପିଏନଏମଏମ/ପିସି୨୮୮/ଇ/୦୦୧ (ଚଘଗଗ/ଚଉ୨୮୮/ଋ/୦୦୧)ରେ ଉପଲବ୍ଧ ରହିଛି ଏବଂ ଏହି ଟେଣ୍ଡରର ଶୀର୍ଷକ ‘ଭାରତ କୋଇଲା ବାଷ୍ପୀକରଣ ଏବଂ କେମିକାଲ୍ସ ଲିମିଟେଡ୍‌, ବିସିଜିସିଏଲ’ ଭାବରେ ସିପିପି ପୋର୍ଟାଲରେ ଉପଲବ୍ଧ ରହିଛି। ଏଲଏସଟିକେ-୨ ଟେଣ୍ଡର ସିନଗ୍ୟାସ୍ ବିଶୁଦ୍ଧିକରଣ କାରଖାନା କାର୍ଯ୍ୟ ଏବଂ ଆମୋନିଆ ସିନ୍ଥେସିସ୍ ଗ୍ୟାସ୍ କାରଖାନା ସହିତ ସଂଶ୍ଳିଷ୍ଟ ଯାହାକି କୋଇଲା ଗ୍ୟାସିଫାୟରରୁ ଉତ୍ପାଦିତ ଅଶୋଧିତ ସିନ୍ ଗ୍ୟାସ୍‌କୁ ଶୁଦ୍ଧ କରିବ ;ଏବଂ ଏହାକୁ ଆମୋନିଆ ସିନ୍ଥେସିସ୍ କରିବା ନିମନ୍ତେ ଉପଯୁକ୍ତ ସ୍ତରକୁୁ ଆଣିବ।

ପ୍ରାକ୍‌- ନିଲାମୀ ତାରିଖ ୨୮.୦୬.୨୦୨୪କୁ ଧାର୍ଯ୍ୟ କରାଯାଇଛି ଏବଂ ଆଗ୍ରହୀ ନିଲାମଧାରୀମାନେ ୨୧.୦୬.୨୦୨୪ ତାରିଖ ପର୍ଯ୍ୟନ୍ତ ଏ ସମ୍ପର୍କରେ ସେମାନଙ୍କର ପ୍ରଶ୍ନମାନ ଆଦାନପ୍ରଦାନ କରିପାରିବେ।

ସିଆଇଏଲ ଏବଂ ଭେଲ୍ ଭାରତରେ ପ୍ରଥମ ବ୍ୟବସାୟିକ ଆଧାରିତ କୋଇଲାରୁ ଭୂପୃଷ୍ଠ କୋଇଲା ବାଷ୍ପୀକରଣ (ଏସସିଚି) ପ୍ରଯୁକ୍ତି ଉପାୟରେ ଆମୋନିୟମ୍ ନାଇଟ୍ରେଟ୍ ପ୍ଲାଣ୍ଟ୍ ସ୍ଥାପନ କରିବା ସକାଶେ ଆଗ୍ରହ ପ୍ରକଟ କରିବା ସହ ଏକ ରାଜିନାମାରେ ସ୍ୱାକ୍ଷର କରିଛନ୍ତି। ଏହି ରାଜିନାମାର ସର୍ତ୍ତାବଳୀ ଅନୁସାରେ, ଭେଲ୍‌ଦ୍ୱାରା ଉପଲବ୍ଧ କୋଇଲା ବାଷ୍ପୀକରଣ ପ୍ରଯୁକ୍ତି ଆଧାରରେ ସ୍ଥାନୀୟ ଭାବରେ ଏହାର ବିକାଶ ଘଟାଯିବ ଯାହାକି ଲଖନପୁର ଅଞ୍ଚଳରୁ ଉଚ୍ଚମାନର କୋଇଲା ପାଉଁଶରୁ ପ୍ରତି ବର୍ଷ ୦.୬୬ ନିୟୁତ ମେଟ୍ରିକ୍ ଟନ୍ (ଏମଏମଟିପିଏ) ପ୍ରଯୁକ୍ତି ଗ୍ରେଡର୍ ଆମୋନିୟମ୍ ନାଇଟ୍ରେନ୍ ଉତ୍ପାଦନ କରାଯିବ। ପିଏଫଆରର ସୂତ୍ର ଅନୁସାରେ, ଏହି ସମଗ୍ର ପ୍ରକଳ୍ପ ନିମନ୍ତେ ୧୧,୭୮୨ କୋଟି ଟଙ୍କା ବିନିଯୋଗ ହେବ।

‘ବିସ୍ତୃତ ସମ୍ଭାବ୍ୟ ରିପୋର୍ଟ ପ୍ରସ୍ତୁତି (ଡିଏଫଆର)’ ନିମନ୍ତେ ମେସର୍ସ ପିଡିଆଇଏଲକୁ ପ୍ରକଳ୍ପ ନିମନ୍ତେ ପିଏମସି ଭାବରେ ଚୟନ କରାଯାଇଛି।

ତଦନୁସାରେ, କୋଲ୍ ଇଣ୍ଡିଆ ଲିମିଟେଡ୍ (ସିଆଇଏଲ) ଏବଂ ଭାରତ ହେଭୀ ଇଲେକ୍ଟ୍ରିକାଲ୍ସ ଲିମିଟେଡ୍ (ଭେଲ୍‌) ଏକ ଯୁଗ୍ମ ଉପକ୍ରମ କମ୍ପାନୀ, ଭାରତ କୋଇଲା ବାଷ୍ପୀକରଣ ଏବଂ ରସାୟନ ଲିମିଟେଡ଼୍ (ବିସିଜିସିଏଲ) ମେ ୨୧, ୨୨୦୨୪ ତାରିଖ ଦିନ ଗଠନ କରିଛନ୍ତି ଯାହାକି ଏହି ଦୁଇ ରାଷ୍ଟ୍ରାୟତ୍ତ କମ୍ପାନୀଙ୍କୁ ବିବିଧ ବିଷୟକ କୋଇଲାରୁ ରାସାୟନିକ ବ୍ୟବସାୟ ପାଇଁ ସହଯୋଗ କରିବ । ଏହା କୋଲ୍ ଇଣ୍ଡିଆ ଲିମିଟେଡ଼୍ (ସିଆଇଏଲ)ର ଏକ ସହଯୋଗୀ ସଂସ୍ଥା ଯେଉଁଥିରେ ସିଆଇଏଲର ୫୧ ପ୍ରତିଶତ ଏବଂ ଭେଲ୍‌ର ୪୯ ପ୍ରତିଶତ ଅଂଶଧନ ରହିଛି ।

ଏହି ପ୍ରକଳ୍ପକୁ କାର୍ଯ୍ୟାନ୍ୱୟନ କରିବା ନିମନ୍ତେ ପ୍ୟାକେଜିଂ ଚିନ୍ତାଧାରା ଆଂଶିକ ଭାବରେ ଏଲଏସଟିକେ ମୋଡ୍‌ରେ କରିବାକୁ ଚୂଡ଼ାନ୍ତ କରାଯାଇଛି ଯେଉଁଥିରେ ଚାରିଗୋଟି ଏଲଏସଟିକେ ପ୍ୟାକେଜ୍ ଏବଂ ୨୯ଗୋଟି ଅନ୍ୟ ଅଫ୍ ସାଇଟ୍ ଏବଂ ୟୁଟିଲିଟି ପ୍ୟାକେଜ୍ ରହିଛି ଯାହାକି ଇପିସି ମୋଡ଼୍‌ରେ କାର୍ଯ୍ୟକାରୀ କରାଯିବ ବୋଲି ଚିହ୍ନଟ କରାଯାଇଛି ।

ଚାରିଗୋଟି ପ୍ୟାକେଜ୍ ମଧ୍ୟରୁ ଏଲଏସଟିକେ-୨, ଏଲଏସଟିକେ-୩ ଏବଂ ଏଲଏସଟିକେ-୪କୁ ନିଲାମୀ ମାର୍ଗ ମାଧ୍ୟମରେ କାର୍ଯ୍ୟକାରୀ କରାଯିବ ଏବଂ ଅବଶିଷ୍ଟ ଏଲଏସଟିକେ-୧କୁ ଭେଲ୍ ମନୋନୟନ ଆଧାରରେ ସାକାର କରିବ ।

ସେହି ଚାରିଗୋଟି ଏଲଏସଟିକେ ପ୍ୟାକେଜଗୁଡ଼ିକ ହେଲା:

-ଏଲଏସଟିକେ-୧ ପ୍ୟାକେଜ୍‌: କୋଇଲା ବାଷ୍ପୀକରଣ, ବାୟୁ ପୃଥକୀକରଣ ୟୁନିଟ୍ (ଏଏସୟୁ), ପାଉଁଶ ପରିଚାଳନା ଯୋଜନା (ଏଏଚପି), ବାଷ୍ପ ଉତ୍ପାଦନ ଯୋଜନା (ଏସଜିପି), କୋଇଲା ପରିବହନ ପ୍ଲାଣ୍ଟ୍ (ସିଏଚପି), କୋଇଲା ବାଷ୍ପୀକରଣ ନିମନ୍ତେ କୁଲିଂ ଟାୱାର ସ୍ଥାପନ ।

-ଏଲଏସଟିକେ-୨ ପ୍ୟାକେଜ୍‌: ଅଶୋଧିତ ବାଷ୍ପ ବିଶୁଦ୍ଧିକରଣ ଯେଉଁଥିରେ ସିଓ ସିଫ୍ଟ ୟୁନିଟ୍ ସାମିଲ, ରେକ୍ଟିସୋଲ୍ ୟୁନିଟ୍‌, ସଲଫର ରିକଭରୀ ୟୁନିଟ୍ ଏବଂ ତରଳ ନାଇଟ୍ରୋଜେନ୍ ସଫେଇ ୟୁନିଟ୍ ।

-ଏଲଏସଟିକେ-୩ ପ୍ୟାକେଜ୍‌: ଆମୋନିଆ ସିନ୍ଥେସିସ୍ ୟୁନିଟ୍‌, ନିଲାମୀ ବ୍ୟବସ୍ଥା ମାଧ୍ୟମରେ ଇପିସି କଣ୍ଟ୍ରାକ୍ଟର ଚୟନ ।

-ଏଲଏସଟିକେ-୪ ପ୍ୟାକେଜ୍‌: ନାଇଟ୍ରିକ୍ ଏସିଡ୍‌, ଆମୋନିଆ ନାଇଟ୍ରେଟ୍ ପ୍ଲାଣ୍ଟ୍ ସହିତ ପ୍ରିଲିଂ ଟାୱାର ଏବଂ ଆମୋନିଆ ୟୁନିଟ୍ ପାଇଁ କୁଲିଂ ଟାୱାର ନିର୍ମାଣ, ନାଇଟ୍ରିକ୍ ଏସିଡ଼୍ ୟୁନିଟ୍‌, ଆମୋନିୟମ୍ ନାଇଟ୍ରେଟ୍ ୟୁନିଟ୍ ।

– ଅଫ୍ ସାଇଟ୍ସ ଏବଂ ୟୁଟିଲିଟିଜ୍‌: ନିଲାମୀ ମାଧ୍ୟମରେ ଇପିସି କଣ୍ଟ୍ରାକ୍ଟର ଚୟନ ଯେଉଁଥିରେ ୨୯ଗୋଟି ପ୍ୟାକେଜିଂକୁ ଚିହ୍ନଟ କରାଯାଇଛି ଯାହାର ଆନୁମାନିକ ମୂଲ୍ୟକୁ ଡିଏଫଆର ଚୂଡ଼ାନ୍ତକରଣ ନିମନ୍ତେ ଗ୍ରହଣ କରାଯିବ ।

ଏହି ପ୍ରକଳ୍ପକୁ ଏଭଳି ଭାବରେ ପରିକଳ୍ପନା କରାଯାଇଛି ଯାହା ଫଳରେ କୌଣସି ସୁଯୋଗକୁ ହାତଛଡ଼ା କରାଯାଇନାହିଁ । ଏଥିପାଇଁ ୩୫୦ ଏକର ପରିମିତ ଭୂମି କୋଲ୍ ଇଣ୍ଡିଆ ଲିମିଟେଡ୍‌କୁ (ସିଆଇଏଲ) ତୁରନ୍ତ ଉପଲବ୍ଧ କରାଯାଇଛି ଏବଂ ଚୂଡ଼ାନ୍ତ ଆମୋନିୟମ୍ ନାଇଟ୍ରେଟ୍ ଅଫ୍ ଟେକ୍ ଉତ୍ପାଦକୁ ସିଆଇଏଲ ନେଇଯିବ ଏବଂ ତାହା କୋଇଲା ଖନନ କାର୍ଯ୍ୟରେ ବିଷ୍ଫୋରକ ଭାବରେ ବ୍ୟବହାର କରାଯିବ । ଏହା ଦେଶର ପ୍ରଥମ ବ୍ୟବସାୟିକ ଭିତ୍ତିକ କୋଇଲା ବାଷ୍ପୀକରଣ କାରଖାନା ହେବ ଯାହାକି ଭେଲ୍ ଦ୍ୱାରା ବିକାଶ ଘଟାଯାଇଥିବା ନିଜସ୍ୱ କୋଇଲା ବାଷ୍ପୀକରଣ ପ୍ରଯୁକ୍ତିକୁ ପ୍ରଦର୍ଶିତ କରିବ । କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଏଥି ନିମନ୍ତେ ଆର୍ଥିକ ସହଯୋଗ/ ପ୍ରୋତ୍ସାହନ/ ଗ୍ରାଣ୍ଟ୍ ପ୍ରଦାନ କରାଯାଇଛି (‘ଆର୍ଥିକ ପ୍ରୋତ୍ସାହନ ରାଶି’) ଯଦ୍ୱାରା ସରକାରୀ ରାଷ୍ଟ୍ରାୟତ୍ତ ଉଦ୍ଦ୍ୟୋଗ ତଥା ଘରୋଇ କ୍ଷେତ୍ରର ସଂସ୍ଥାମାନଙ୍କର କୋଇଲା/ଲିଗନାଇଟ୍ ବାଷ୍ପୀକରଣ ପ୍ରକଳ୍ପକୁ ସହାୟକ ହେବ । ଏଭଳି ଆର୍ଥିକ ପ୍ରୋତ୍ସାହନ ରାଶିକୁ ତିନିଗୋଟି ଶ୍ରେଣୀରେ ବିଭକ୍ତ କରାଯାଇଛି । ଏହି ପ୍ରକଳ୍ପ ଦେଶରେ ପ୍ରଥମ ହେବ ଯାହାକି ଶ୍ରେଣୀ-୧ରେ ପ୍ରାୟ ୧୩୫୦ କୋଟି ଟଙ୍କାର ମୁନାଫା ପ୍ରଦାନ କରିବ ।

ଏହାତିରିକ୍ତ, ଏଲଏସଟିକେ-୩ ଏବଂ ଏଲଏସଟିକେ-୪ ମଧ୍ୟ ପ୍ରସ୍ତୁତ କରାଯାଇଛି ଏବଂ ତାହା ଏବେ ସିଆଇଏଲ ନିକଟରେ ମଂଜୁରୀ ପାଇଁ ରହିଛି ଏବଂ ଆଶା କରାଯାଉଛି ଯେ ଏଲଏସଟିକେ-୩ ଏବଂ ଏଲଏସଟିକେ-୪ ପାଇଁ ନିଲାମୀ ଯଥା ଶୀଘ୍ର ପ୍ରକାଶ ପାଇବ ।

Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ରକ ଭର୍ତ୍ତି ଗଞ୍ଜେଇ ଜବତ : ତିନି ଗିରଫ

July 10, 2026

ଅଣସରର ଏକାଦଶ ଦିନ: ଆଜି ଚକାବିଜେ କରିବେ ମହାପ୍ରଭୁ, କାଲି ଦଶମୂଳମୋଦକ ସେବନ ପରେ ସୁସ୍ଥ ହେବେ ଶ୍ରୀଜିଉ

July 10, 2026

ଏବେ ଦୁବାଇରୁ ଆସିବ ବିଦ୍ୟୁତ୍: ସମୁଦ୍ର ତଳେ ବିଛାଯିବ କେବୁଲ୍, ଜାଣନ୍ତୁ କେତେ ଖର୍ଚ୍ଚ କରିବ ଭାରତ?

July 10, 2026

ଓଡ଼ିଶାରେ ପ୍ରଥମ: ସମ୍ ହସ୍ପିଟାଲରେ ଅତ୍ୟାଧୁନିକ ମଲିକ୍ୟୁଲାର ଡାଏଗ୍ନୋସିସ୍ ଓ ଜିନୋମିକ୍ସ ଲ୍ୟାବ୍‌

July 10, 2026
Latest News

ଟ୍ରକ ଭର୍ତ୍ତି ଗଞ୍ଜେଇ ଜବତ : ତିନି ଗିରଫ

July 10, 2026

ଅଣସରର ଏକାଦଶ ଦିନ: ଆଜି ଚକାବିଜେ କରିବେ ମହାପ୍ରଭୁ, କାଲି ଦଶମୂଳମୋଦକ ସେବନ ପରେ ସୁସ୍ଥ ହେବେ ଶ୍ରୀଜିଉ

July 10, 2026

ଏବେ ଦୁବାଇରୁ ଆସିବ ବିଦ୍ୟୁତ୍: ସମୁଦ୍ର ତଳେ ବିଛାଯିବ କେବୁଲ୍, ଜାଣନ୍ତୁ କେତେ ଖର୍ଚ୍ଚ କରିବ ଭାରତ?

July 10, 2026

ଓଡ଼ିଶାରେ ପ୍ରଥମ: ସମ୍ ହସ୍ପିଟାଲରେ ଅତ୍ୟାଧୁନିକ ମଲିକ୍ୟୁଲାର ଡାଏଗ୍ନୋସିସ୍ ଓ ଜିନୋମିକ୍ସ ଲ୍ୟାବ୍‌

July 10, 2026

ଦିଲ୍ଲୀରେ ବଡ଼ ରାଜନୈତିକ ହଲଚଲ: ବିଜେପିରେ ଯୋଗଦେବେ ଏହି ଦଳର ୧୬ କାଉନସିଲର 

July 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.