
ଭୁବନେଶ୍ଵର: ଆଜି ୨୦୨୪ ସାଧାରଣ ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ପାଇଁ ଭୋଟିଂ ଚାଲିଛି। ଏହି ସମୟରେ ପଶ୍ଚିମବଙ୍ଗର କିଛି କିଛି ସ୍ଥାନରେ ହିଂସା ସାମ୍ନାକୁ ଆସୁଥିବା ବେଳେ ଅନେକ ସ୍ଥାନରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଚାଲିଛି। କିନ୍ତୁ ବର୍ତ୍ତମାନ ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ପରିସ୍ଥିତି ଖରାପ ହୋଇଯାଇଥିବା ଖବର ମିଳିଛି। ମହିଳାମାନେ ପୋଲିସ ଷ୍ଟେସନକୁ ଘେରିଛନ୍ତି ଏବଂ ସେଠାରେ ଭାରୀ ପୋଲିସ ଫୋର୍ସ ମୁତୟନ କରାଯାଇଛି। ମହିଳାମାନେ ରାଜବାଡି ପୋଲିସ ପୋଷ୍ଟକୁ ଘେରି ରହିଛନ୍ତି। ଏଠାରେ ଜବରଦସ୍ତ ସ୍ଲୋଗାନ ଚାଲିଛି।