ନୂଆଦିଲ୍ଲୀ: ଭାରତୀୟ ଦଳ ଆଜି ଟି -୨୦ ବିଶ୍ୱକପର ପ୍ରଥମ ମ୍ୟାଚ୍ ନ୍ୟୁୟର୍କର ନାସାଉ କାଉଣ୍ଟି ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳିବ। ସ୍ଥାନୀୟ ଅର୍ଥାତ୍ ନ୍ୟୁୟର୍କ ଟାଇମିଂ ଅନୁଯାୟୀ ଏହି ମ୍ୟାଚ୍ ସକାଳ ୧୦:୩୦ ରେ ଆରମ୍ଭ ହେବ, ଯେତେବେଳେ କି ଭାରତରେ ଏହି ମ୍ୟାଚ୍ ରାତି ୮ ଟାରୁ ଦେଖାଯିବ। ଟିମ୍ ଇଣ୍ଡିଆ ଏହି ପ୍ରଥମ ମ୍ୟାଚ୍ ପାଇଁ ଖେଳାଳି ଏକାଦଶ ଭିନ୍ନ ପ୍ରକାରର ଚୟନ କରିପାରେ। ତେବେ ଆସନ୍ତୁ ଜାଣିବା ଆୟର୍ଲାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆର ଖେଳାଳି ଏକାଦଶ କ’ଣ ହୋଇପାରେ?
ଓପନିଂରେ ରୋହିତ ଶର୍ମାଙ୍କ ସହ କୋହଲି:
ସର୍ବପ୍ରଥମେ ବିରାଟ କୋହଲି ଉଦଘାଟନୀ ମ୍ୟାଚରେ ରୋହିତ ଶର୍ମାଙ୍କ ସହ ନଜର ଆସିପାରନ୍ତି। ଏହି ମ୍ୟାଚରେ ଯଶାସୀ ଜୟସ୍ଵାଲ ବସିପାରନ୍ତି। ଯଦିଓ ଜୟସ୍ଵାଲ ଦଳର ମୁଖ୍ୟ ଓପନର୍ ଭାବରେ ଖେଳନ୍ତି। ବର୍ତ୍ତମାନ ଏଭଳି ପରିସ୍ଥିତିରେ ଦଳ କେଉଁ ଯୋଡି ସହିତ ଓପନିଂରେ ଦେଖାଯିବ ତାହା ଦେଖିବା ଆକର୍ଷଣୀୟ ହେବ। ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ୱାର୍ମ ଅପ୍ ମ୍ୟାଚରେ ରୋହିତ ଶର୍ମାଙ୍କ ସହ ସଞ୍ଜୁ ସାମସନ୍ ଓପନିଂ କରିଥିବା ଦେଖିବାକୁ ମିଳିଥିଲା। କିନ୍ତୁ ବିରାଟ କୋହଲି ସେହି ୱାର୍ମ ଅପ୍ ମ୍ୟାଚର ଖେଳିନଥିଲେ।
ଉଭୟ ୱିକେଟ୍ କିପର ସୁଯୋଗ ପାଇପାରନ୍ତି:
ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଟିମ୍ ଇଣ୍ଡିଆରେ ଉଭୟ ୱିକେଟ୍ କିପର ଯଥା ଋଷଭ ପନ୍ତ ଏବଂ ସଞ୍ଜୁ ସାମସନ ଆୟର୍ଲାଣ୍ଡ ବିପକ୍ଷରେ ସୁଯୋଗ ପାଇପାରନ୍ତି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପୂର୍ବରୁ ଋଷଭ ପନ୍ତଙ୍କୁ ତିନି ନମ୍ବରରେ ଦେଖିବାକୁ ମିଳୁଥିବାବେଳେ ସଞ୍ଜୁ ସାମସନଙ୍କୁ ପାଞ୍ଚ ନମ୍ବରରେ ଦେଖିବାକୁ ମିଳିପାରେ।
ସ୍ପିନର ଏବଂ ପେସରର କୁ ନେଇ ଦ୍ଵନ୍ଦ୍ଵ:
ପିଚ୍ କୁ ଦ୍ରୁଷ୍ଟିରେ ରଖି ରୋହିତ ଶର୍ମା କେଉଁ ବୋଲିଂ ଆକ୍ରମଣ କରିବାକୁ ଚାହୁଁଛନ୍ତି, ତାହା ଦେଖିବା ବାକି ରହିଲା। କିନ୍ତୁ ଯଦି ରୋହିତ ଶର୍ମା ତିନି ସ୍ପିନରଙ୍କ ସହ ଯାଆନ୍ତି ତେବେ ମହମ୍ମଦ ସିରାଜଙ୍କୁ ବସିବାକୁ ପଡିପାରେ। କାରଣ ତିନିଜଣ ସ୍ପିନରଙ୍କ ସହ ଅଧିନାୟକ ଦଳରେ ଡାହାଣହାତୀ ଜସପ୍ରୀତ ବୁମ୍ରା ଏବଂ ବାମହାତୀ ପେସର ଅର୍ଶଦୀପ ସିଂଙ୍କୁ ଚୟନ କରିପାରନ୍ତି, ଯାହାଫଳରେ ଏକ ବାମ-ଡାହାଣ ମିଶ୍ରଣ ହୋଇପାରିବ।
ବୁମରା ଏବଂ ଆର୍ଶଦୀପଙ୍କ ସହ ହାର୍ଦ୍ଦିକ ପାଣ୍ଡ୍ୟା ତୃତୀୟ ପେସର୍ ଭାବରେ କାର୍ଯ୍ୟ କରିବେ। ଏଭଳି ପରିସ୍ଥିତିରେ ରୋହିତ ଶର୍ମା ତିନି ଜଣ ସ୍ପିନରଙ୍କ ସହ ଓହ୍ଲାଇବାକୁ ଚାହାଁନ୍ତି, ଯେଉଁଥିରେ କୁଲଦୀପ ଯାଦବ ଏବଂ ୟୁଜବେନ୍ଦ୍ର ଚହଲ ମୁଖ୍ୟ ସ୍ପିନର ହୋଇପାରିବେ ଏବଂ ଜାଡେଜା ଅଲରାଉଣ୍ଡର ଭାବରେ ତୃତୀୟ ସ୍ପିନର ହୋଇପାରିବେ।
ଆୟର୍ଲାଣ୍ଡ ବିପକ୍ଷରେ ସମ୍ଭାବ୍ୟ ଖେଳାଳି ଏକାଦଶ:
ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ଋଷଭ ପନ୍ତ, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଯୁଜବେନ୍ଦ୍ର ଚହଲ, ଜସପ୍ରୀତ ବୁମ୍ରା ଏବଂ ଅର୍ଶଦୀପ ସିଂ।