ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଗତକାଲି ବିଜେପିରେ ଔପଚାରିକ ଭାବେ ମିଶିବା ପରେ ତାଙ୍କୁ ଗୁଜୁରାଟ ରାଜ୍ୟସଭା ପାଇଁ ପ୍ରାର୍ଥୀ କରାଯାଇଛି। ମୋଦିଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ଏସ୍. ଜୟଶଙ୍କରଙ୍କୁ ବୈଦେଶିକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଶପଥ ନେବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଛ’ ମାସ ଭିତରେ ସଂସଦର ଯେକୗଣସି ଗୃହର ସଦସ୍ୟ ହେବା ଅନିବାର୍ଯ୍ୟ। ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ଓ ସ୍ମୃତି ଇରାନୀ ଲୋକସଭା ସାଂସଦ ରୂପେ ନିର୍ବାଚିତ ହେବା ପରେ ଗୁଜୁରାଟର ଦୁଇ ରାଜ୍ୟସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏହି ଦୁଇ ଆସନରେ ବିଜେପି ଏସ୍. ଜୟଶଙ୍କର ଓ ଜୁଗଲଜୀ ମାଥୁରଜୀ ଠେକାର୍ଙ୍କୁ ପ୍ରାର୍ଥୀ କରିଛି। ଆଜି ଏସ୍. ଜୟଶଙ୍କର ନାମାଙ୍କନ ପତ୍ର ଦାଖଲ କରିପାରନ୍ତି ବୋଲି ସୂଚନା ରହିଛି।
Tags: