Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ୬୧ତମ କ୍ରୀଡ଼ା ଉତ୍ସବ ଉଦ୍‌ଯାପିତ
ଆଜିର ଖବର

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ୬୧ତମ କ୍ରୀଡ଼ା ଉତ୍ସବ ଉଦ୍‌ଯାପିତ

March 5, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ୬୧ତମ କ୍ରୀଡ଼ା ଉତ୍ସବ ଉଦ୍‌ଯାପିତ
ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ୬୧ତମ କ୍ରୀଡ଼ା ଉତ୍ସବ ଉଦ୍‌ଯାପିତ

ଭୁବନେଶ୍ୱର: ଦୃଢ଼ ଇଚ୍ଛାଶକ୍ତି ଆଉ ସଂକଳ୍ପଭରା ଆଭିମୁଖ୍ୟ ଆମକୁ ଆମର ଲକ୍ଷ୍ୟପଥରେ ପହଞ୍ଚାଇପାରେ ବୋଲି ଭାରତୀୟ ଦୃଷ୍ଟିବାଧିତ କ୍ରିକେଟର ମହମ୍ମଦ ଜାଫର୍ ଇକ୍‌ବାଲ ମତବ୍ୟକ୍ତ କରିଛନ୍ତି। ଭାରତକୁ ଚାରିଥର ବିଶ୍ୱଚମ୍ପିୟାନ୍ କରିବା ସହ ଓଡ଼ିଶା କ୍ରିକେଟ୍‌କୁ କ୍ରମାଗତ ଭାବେ ସଫଳତା ଦେଇଥିବା ଜାଫର୍ ଇକ୍‌ବାଲ, ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ମୁଖ୍ୟ ଖେଳପଡ଼ିଆରେ ଉଦ୍‌ଯାପିତ ପ୍ରତିଷ୍ଠାନର ଦୁଇଦିନିଆ ୬୧ତମ କ୍ରୀଡ଼ା ଉତ୍ସବର ଉଦ୍‌ଯାପନୀ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ଯେ ଦୃଷ୍ଟିଶକ୍ତି ହରାଇବା ତାଙ୍କ ପାଇଁ ଅଭିଶାପ ନୁହେଁ ଆଶୀର୍ବାଦ।

ବିଦେଶରେ ବହୁ ଦେଶକୁ ହରାଇ ଦୃଷ୍ଟିବାଧିତ କ୍ରିକେଟ୍ ପାଇଁ ଭାରତକୁ ଗୌରବ ଆଣିବାରେ ସେ ଗର୍ବଅନୁଭବ କରନ୍ତି। ପ୍ରତିଷ୍ଠାନର ଅଧ୍ୟକ୍ଷା ପ୍ରଫେସର ମାନସୀ ଗୋସ୍ୱାମୀ ଉଦ୍‌ଯାପନୀ ସମାରୋହରେ ସ୍ୱାଗତସମ୍ଭାଷଣ ପ୍ରଦାନ କରି କ୍ରୀଡ଼ା ଆମକୁ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥରଖେ ବୋଲି ମତ ଦେଇ ଏବେ କ୍ରୀଡ଼ାକୁ ଜାତୀୟ ଶିକ୍ଷାନୀତି-୨୦୨୦ ଆଧାରରେ ଗୁରୁତ୍ୱ ପ୍ରଦାନ କରାଯାଉଛି ବୋଲି କହିଥିଲେ।

ଉଦ୍‌ଯାପନୀ ସମାରୋହରେ ପ୍ରତିଷ୍ଠାନର ‘ପୃଥ୍ୱୀ ହାଉସ୍‌’କୁ ଦଳଗତ ଶ୍ରେଷ୍ଠ ପ୍ରଦର୍ଶନ, ଅଲିଭା କୁଜୁର ବାଳିକା ଚମ୍ପିୟାନ୍ ଓ କେ. ଓଭିନ୍ ସିଂଙ୍କୁ ବାଳକ ଚମ୍ପିୟାନ୍ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଛାତ୍ରପରିଷଦ ଉପଦେଷ୍ଟା ପ୍ରଫେସର ଲକ୍ଷ୍ମୀଧର ବେହେରା, କ୍ରୀଡ଼ା ପରିଷଦ ଆବାହକ ପ୍ରଫେସର ରମାକାନ୍ତ ମହାଳିକ କ୍ରୀଡ଼ା ଉତ୍ସବକୁ ପରିଚାଳନା କରିଥିବା ବେଳେ କ୍ରୀଡ଼ା ଶିକ୍ଷକ ବୃନ୍ଦାବନ ଭୋଇ ଓ ମାନସରଞ୍ଜନ ପଣ୍ଡା ସହଯୋଗ କରିଥିଲେ। ଉଦ୍‌ଯାପନୀ ସମାରେହର ଶେଷରେ ଛାତ୍ର ପରିଷଦର ଯୁଗ୍ମ ଉପଦେଷ୍ଟା ଲେଫ୍ଟନାଣ୍ଟ ପ୍ରଫେସର ରଶ୍ମିରେଖା ସେଠୀ ଧନ୍ୟବାଦାର୍ପଣ କରିଥିଲେ।

ଡିଇଏସ୍ଏସ୍ଏଚ୍ ର ଅଧ୍ୟକ୍ଷ, ଯୁଗ୍ମ ଉପଦେଷ୍ଟା ଡ. କଳିଙ୍ଗ କେତକୀ ଉପସ୍ଥିତ ଥିଲେ। ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଏହି ଦୁଇଦିନିଆ କ୍ରୀଡ଼ା ଉତ୍ସବର ପରିଚାଳନାରେ, ପ୍ରଫେସର ରୀତାଞ୍ଜଳି ଦାଶ, ଡ. ଅରୂପ କୁମାର ଶାହା, ଫୁଲ ଚାନ୍ଦ ମୀନା, ପ୍ରଶାସନିକ ଅଧିକାରୀ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀବୃନ୍ଦ ସହଯୋଗ କରିଥିଲେ।

ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ସଂଘର ସଭାପତି ଡ. ହାଡିବନ୍ଧୁ  ପଟ୍ଟନାୟକ, ସମ୍ପାଦକ ରମେଶ ଚନ୍ଦ୍ର ପାତାଳସିଂହ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଛାତ୍ର ପରିଷଦର ଛାତ୍ରଛାତ୍ରୀ ପ୍ରତିନିଧି ଏହି କ୍ରୀଡ଼ା ଉତ୍ସବରେ ସହାୟତା କରିଥିଲେ। ଉଦ୍ଘାଟନୀ ଓ ଉଦ୍‌ଯାପନୀ ସମାରୋହରେ କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ ଡ. ଦେବାଶିଷ ମହାପାତ୍ର, ଡ. ସରିତା ଏମ୍‌. ଓ ଡ. ସର୍ବେଶ କୁମାର ମୌର୍ଯ୍ୟ।

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ କ୍ରୀଡ଼ାଉତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ଇ-୨୦ ଡିପଫେକ୍ ମାମଲା: ନୀତିନ ଗଡକରୀଙ୍କ ସପକ୍ଷରେ ରାୟ ଦେଲେ ହାଇକୋର୍ଟ

August 5, 2026

ମହିଳାଙ୍କୁ ସୁନା ଏବଂ ଶାଢୀ, ହଜ୍ ତୀର୍ଥଯାତ୍ରା ପାଇଁ ସବସିଡି ବୃଦ୍ଧି: ପଢନ୍ତୁ ତାମିଲନାଡୁ ବଜେଟ

August 5, 2026

କେନ୍ଦୁଝରରେ ବନ୍ୟା କ୍ଷୟକ୍ଷତି ଆକଳନ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ

August 5, 2026

RBI MPC 2026: ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ ନାହିଁ, ହୋମ୍ ଲୋନ୍ ଓ କାର୍ ଲୋନ୍ EMI ରହିବ ପୂର୍ବଭଳି

August 5, 2026
Latest News

ଇ-୨୦ ଡିପଫେକ୍ ମାମଲା: ନୀତିନ ଗଡକରୀଙ୍କ ସପକ୍ଷରେ ରାୟ ଦେଲେ ହାଇକୋର୍ଟ

August 5, 2026

NEET-UG ପ୍ୟାଟର୍ନରେ ବଡ଼ ପରିବର୍ତ୍ତନ: ସୁପ୍ରିମକୋର୍ଟଙ୍କ ସମ୍ମୁଖରେ ଯୋଜନା ପ୍ରକାଶ କଲେ ସରକାର

August 5, 2026

ମହିଳାଙ୍କୁ ସୁନା ଏବଂ ଶାଢୀ, ହଜ୍ ତୀର୍ଥଯାତ୍ରା ପାଇଁ ସବସିଡି ବୃଦ୍ଧି: ପଢନ୍ତୁ ତାମିଲନାଡୁ ବଜେଟ

August 5, 2026

କେନ୍ଦୁଝରରେ ବନ୍ୟା କ୍ଷୟକ୍ଷତି ଆକଳନ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ

August 5, 2026

ହଟ୍ଟଗୋଳ ମଧ୍ୟରେ ଏହି ପ୍ରମୁଖ ବିଲ୍ ପାସ୍ କଲେ ସୀତାରମଣ: ୩ ମିନିଟରେ କିପରି ହେଲା ସମ୍ଭବ?

August 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.