Categories
ଆଜିର ଖବର ଜାତୀୟ ଖବର

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ତିନିଦିନିଆ ରାଷ୍ଟ୍ରୀୟ ଭୂମିକା ନିର୍ବାହ ଓ ଲୋକନୃତ୍ୟ ପ୍ରତିଯୋଗିତା ଆରମ୍ଭ

ନୂଆଦିଲ୍ଲୀ: ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ସର୍ବ-ଭାରତୀୟ ରାଷ୍ଟ୍ରୀୟ ଭୂମିକା ନିର୍ବାହ ଓ ଲୋକନୃତ୍ୟ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି। ତିନିଦିନ ଧରି ହେବାକୁଥିବା ଏହି ପ୍ରତିଯୋଗିତାରେ 29ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ତଥା ଚାରୋଟି ପ୍ରାୟୋଗିକ ବହୁଦ୍ଦେଶୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରୁଛନ୍ତି।

ଆଜି ଉଦ୍‌ଘାଟନୀ ଅଧିବେଶନରେ ଆଇଏମଏମଟିର ନିର୍ଦ୍ଦେଶକ ବିଶିଷ୍ଟ ବୈଜ୍ଞାନିକ ପ୍ରଫେସର ରାମାନୁଜ୍ ନାରାୟଣ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଉତ୍ସବକୁ “କିଶୋର ଭାରତ” ଭାବେ ଅଭିହିତ କରି ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତର ସଫଳ ରୂପାୟନ ଦିଗରେ ଏହା ସହାୟକ ହେବ ବୋଲି ଆଶା କରିଥିଲେ। ଭାରତର ଲୋକ ସଂସ୍କୃତି ଓ ପରଂପରାର ଉଚ୍ଚ ପ୍ରଶଂସା କରି ପ୍ରତି ପର୍ବପର୍ବାଣି ସହ ବିଜ୍ଞାନର ସଂପର୍କ ଥିବା କହିଥିଲେ।

ଏନ୍‌ସିଇଆର‌୍‌ଟିକୁ ଜ୍ଞାନର ଗନ୍ତାଘର ଭାବେ ବର୍ଣ୍ଣନା କରି ଜୀବନରେ ସଫଳତା ହାସଲ କରିବାକୁ ହେଲେ ଇଣ୍ଟରନେଟ୍ କି ମୋବାଇଲ ବଦଳରେ ଏନ୍‌ସିଇଆର୍‌ଟି ବହି ସହ ବନ୍ଧୁତା କରିବାକୁ ସେ ପରାମର୍ଶ ଦେଇଥିଲେ। ବହୁଭାଷୀ ଦେଶ ଭାରତବର୍ଷରେ ପାଞ୍ଚକୋଶରେ ପାଣି ଓ ଆଠକୋଶରେ ଭାଷା ବଦଳୁଥିବା କହି ସେ କହିଥିଲେ ଯେ, ନୃତ୍ୟଗୀତ ଯେଉଁ ଅଞ୍ଚଳର ବା ଭାଷାର ହେଉ ଏହାକୁ ଅନୁଭବ କରିହୁଏ।

ଜାତୀୟ ଶିକ୍ଷାନୀତି-2020ର ଦୃଷ୍ଟାନ୍ତ ଦେଇ ଶିକ୍ଷାର ମୂଳ ଉଦ୍ଦେଶ୍ୟ ସାଧନ ଶୀତତାପନିୟନ୍ତ୍ରିତ ବିଳସବ୍ୟସନ ଭରା କୋଠାବାଡ଼ିରେ ନଥାଏ, ଏହା ନିଷ୍ଠା ଓ ଶୃଙ୍ଖଳାରେ ମିଳେ ବୋଲି ସେ କହିଥିଲେ।  ପିଲାମାନଙ୍କ ପାଇଁ ମା ସବୁଠୁ ବଡ଼ ବ‌ୈଜ୍ଞାନିକ ବୋଲି ସେ ଦୃଢ଼ଭାବେ ମତପ୍ରକାଶ କରି ଜଣେ ଭଲ ନିରୀକ୍ଷକ ଓ ବହିର ଭଲ ବନ୍ଧୁ ହେବାକୁ ଆହ୍ୱାନ ଦେଇଥିଲେ।

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରାରମ୍ଭରେ ଏନ୍‌ସିଇଆର୍‌ଟିର ସଂଯୋଜକ ଡକ୍ଟର ବିଜୟ କୁମାର ମଲିକ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିବାବେଳେ ଡ଼କ୍ଟର ହରିଶ କୁମାର ମିନା କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ ଅବଗତ କରିଥିଲେ। ପ୍ରଫେସର ଅଗ୍ରୱାଲ ନିଜ ସଭାପତି ଅଭିଭାଷଣରେ ଏନ୍‌ସିଇଆର୍‌ଟିର ଲକ୍ଷ୍ୟ ଓ ଆଭିମୁଖ୍ୟର ମହକ ବିଚ୍ଛୁରିତ କରିବା ଦିଗରେ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ କିଭଳି ନିରବଚ୍ଛିନ୍ନ ଭାବେ କାର୍ଯ୍ୟରତ ସେ ବିଷୟରେ ଆଲୋକପାତ କରି ଏହି ତିନିଦିନିଆ ଜାତୀୟ କାର୍ଯ୍ୟକ୍ରମର ସଫଳତା କାମନା କରିଥିଲେ। ପରିଶେଷରେ ପ୍ରତିଷ୍ଠାନର ଡ଼ିନ୍ ପ୍ରଫେସର ସନ୍ଧ୍ୟାରାଣୀ ସାହୁ ଧନ୍ୟବାଦାର୍ପଣ କରିଥିଲେ।

ଏହି ତିନି ଦିବସୀୟ ଜାତୀୟ ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କ ଅଂଶଗ୍ରହଣ ସେମାନଙ୍କ ବୌଦ୍ଧିକ ବିକାଶରେ ସହ ଭାରତର ଐତିହ୍ୟ ଓ ସଂସ୍କୃତିର ପ୍ରସାରରେ ସହାୟକ ହେବ।

 

Categories
ଆଜିର ଖବର ରାଜ୍ୟ ଖବର

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱରର ୬୧ ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଦେଶରେ ଅଗ୍ରଣୀ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ, ସ୍ଥାନୀୟ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଆଜି ୬୧ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ଓଡିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ କୁମ୍‌କୁମ୍ ମହାନ୍ତି ଏହି ପ୍ରତିଷ୍ଠା ଦିବସକୁ ଉଦ୍‌ଘାଟନ କରି ସାମଗ୍ରିକ ବିକାଶ ପାଇଁ ଖେଳକୁଦ, କଳା ପାଠ୍ୟକ୍ରମର ଗୁରୁତ୍ୱ ବିଷୟରେ କହିଥିଲେ। ଜାତୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦର ନିର୍ଦ୍ଦେଶକ ପ୍ରଫେସର ଦିନେଶ ପ୍ରସାଦ ସାକ୍‌ଲାନୀ ଛାତ୍ରଛାତ୍ରୀ, ପୁରାତନ କର୍ମଚାରୀ, ଅଧ୍ୟାପକ, ଅଧ୍ୟାପିକାମାନଙ୍କର ନିରବଚ୍ଛିନ୍ନ ସେବା କିପରି ପ୍ରତିଷ୍ଠାନର ବିକାଶ ଓ ଦେଶର ଶିକ୍ଷାର ଗୁଣବତ୍ତାରେ ସହାୟକ ହେବ ସେ ବିଷୟରେ କହିଥିଲେ।

ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପ୍ରକାଶଚନ୍ଦ୍ର ଅଗ୍ରୱାଲ ସ୍ୱାଗତ ଭାଷଣ ଦେବା ସହ ପ୍ରତିଷ୍ଠାନ କିପରି ବିଗତ ବର୍ଷରେ ଶିକ୍ଷଣ, ଶିକ୍ଷାଦାନ, ଅନୁସନ୍ଧାନ ଓ ବିସ୍ତାର କାର୍ଯ୍ୟକ୍ରମରେ ପ୍ରଭାବଶୀଳ କାର୍ଯ୍ୟ କରିଛି ବର୍ଣ୍ଣନା କରିଥିଲେ। ଡିନ୍ ପ୍ରଫେସର ସନ୍ଧ୍ୟାରାଣୀ ସାହୁ ପ୍ରତିଷ୍ଠାନର ଭୂମିକା ଉପରେ ଆଲୋକପାତ କରିଥିଲେ। ପୁରାତନ କର୍ମଚାରୀମାନଙ୍କୁ ମୁଖ୍ୟ ଅତିଥି ଓ ଅଧ୍ୟକ୍ଷ ସମ୍ବର୍ଦ୍ଧିତ କରିଥିଲେ।

ଏହି ଅବସରରେ ପରିସରରେ ବୃକ୍ଷରୋପଣ କରାଯାଇଥିଲା। ଡ. କଳିଙ୍ଗ କେତକୀଙ୍କ ସଂଯୋଜନାରେ ପରିଚାଳିତ କାର୍ଯ୍ୟକ୍ରମରେ ପ୍ରଶାସନିକ ଅଧିକାରୀ ପୁଷ୍କର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ପ୍ରତିଷ୍ଠାନରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମରେ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ବର ଦ୍ବାରା ଆନ୍ତଃଜିଲ୍ଲା ପ୍ରତିଯୋଗିତା

ଭୁବନେଶ୍ଵର: ଏପ୍ରିଲ୍ ୧ ତାରିଖରୁ ଆରମ୍ଭ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମରେ ୧୮ ତମ ଦିବସରେ ଆନ୍ତଃଜିଲ୍ଲା କୁଇଜ୍, ତର୍କ, ପ୍ରବନ୍ଧ, ସ୍ଲୋଗାନ ଲିଖନ ତଥା ଛାୟା ଜି-୨୦ ସମ୍ମିଳନୀ ପ୍ରତିଯୋଗିତା ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପ୍ରକାଶଚନ୍ଦ୍ର ଅଗ୍ରୱାଲଙ୍କ ଦ୍ବାରା ଆନୁଷ୍ଠାନିକ ଭାବରେ ଉଦ୍‌ଘାଟିତ ହୋଇଯାଇଛି। ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା ତଥା ଡି.ଏମ. ସ୍କୁଲରୁ ଜିଲ୍ଲାସ୍ତରୀୟ ପ୍ରତିଯୋଗୀତା ଦ୍ବାରା ଚୟନିତ ଛାତ୍ରଛାତ୍ରୀ ଏହି ପ୍ରତିଯୋଗୀତାରେ ଭାଗ ନେଇଥିଲେ।

କେନ୍ଦ୍ରୀୟ ବିଦ୍ୟାଳୟ, ଜୱାହାର ନବୋଦୟ ବିଦ୍ୟାଳୟ, ରାଜ୍ୟ ବିଦ୍ୟାଳୟ ଓ ଡି.ଏମ. ସ୍କୁଲର ଛାତ୍ରଛାତ୍ରୀ ଜି-୨୦ ସମ୍ବନ୍ଧୀୟ ବିଷୟବସ୍ତୁ ଉପରେ ପ୍ରତିଯୋଗୀତାରେ ଭାଗ ନେଇ ଜି-୨୦ ର ବାର୍ତ୍ତା ବଣ୍ଟନ କରିଥିଲେ। ତର୍କ ପ୍ରତିଯୋଗୀତାରେ କେନ୍ଦ୍ରୀୟ ବିଦ୍ୟାଳୟ, ଜଗତସିଂହପୁରର ପଦ୍ମିନୀ ସୂର୍ଯ୍ୟପ୍ରଭା ସାହୁ, ପ୍ରବନ୍ଧରେ ଡିଏମ ସ୍କୁଲ, ଭୁବନେଶ୍ବର ଛାତ୍ର ସ୍ବୟମଭୁବା ପଟ୍ଟନାୟକ, ସ୍ଲୋଗାନ ଲିଖନରେ ନବୋଦୟ ବିଦ୍ୟାଳୟ, ଜଗତସିଂହପୁରରେ ବେଦପ୍ରକାଶ ମଲ୍ଲିକ, କୁଇଜ୍ ପ୍ରତିଯୋଗୀତାରେ ଡିଏମ୍ ବିଦ୍ୟାଳୟର ସ୍ବପ୍ନିଲ୍ ବେହେରା ଓ ଛାୟା ଜି-୨୦ ସମ୍ମିଳନୀରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ତରଣ୍ଡା, କେନ୍ଦ୍ରାପଡ଼ାର ଲିପ୍‌ସା ଶୁଭଦର୍ଶିନୀ ପରିଡ଼ା ଯୋଗ୍ୟ ବିବେଚିତ ହୋଇ ତୃତୀୟ ଶିକ୍ଷା ସମ୍ମିଳନୀରେ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ।

ପ୍ରଫେସର ମାନସୀ ଗୋସ୍ବାମୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୋଡାଲ୍ ଅଧିକାରୀ ଜି-୨୦ ପ୍ର. ଲକ୍ଷ୍ମୀଧର ବେହେରା, ଅଧ୍ୟାପକ ଅଭିଷେକ ଶତପଥୀ, ବିଭୂତି ଭୂଷଣ ସାଦ, ଶିକ୍ଷୟତ୍ରୀ ଜ୍ୟୋତି ଜେନା, ଅଧ୍ୟାପିକା ଅଭିପ୍‌ସା ବଳ, ରଶ୍ମିତା ମହାଳିକ, ସରସ୍ବତୀ ମହାରଣା, ଅଖିଲେଶ୍ବର ମିଶ୍ର, ଡିନ୍  ସନ୍ଧ୍ୟାରାଣୀ ସାହୁ ତଥା ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଛାତ୍ରଛାତ୍ରୀଙ୍କ ଦ୍ୱାରା ଛାୟା ଜି-୨୦ ସମ୍ମିଳନୀ ଆୟୋଜିତ

ଭୁବନେଶ୍ୱର: ଭାରତ ସରକାରଙ୍କ ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଦ୍ୱାରା ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ପାଇଁ ଚୟନିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱରର ଛାତ୍ରଛାତ୍ରୀଙ୍କ ଦ୍ୱାରା ଛାୟା ଜି-୨୦ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରୱାଲ ଏହି ସମ୍ମିଳନୀକୁ ଉଦଘାଟନ କରି ଶିକ୍ଷାର୍ଥୀମାନଙ୍କ ସୃଜନଶୀଳତାର ବିକାଶ ତଥା ବିଶ୍ୱ ନାଗରିକ ଗଠନର ଗୁରୁତ୍ୱ ବର୍ଣ୍ଣନା କରିଥିଲେ।

ପ୍ରତିଷ୍ଠାନର ଡିନ ପ୍ରଫେସର ସନ୍ଧ୍ୟାରାଣୀ ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଛାୟା ସମ୍ମିଳନୀରେ ଜି-୨୦ର ସଦସ୍ୟ ରାଷ୍ଟ୍ର ଏବଂ ୟୁରୋପୀୟ ସଂଘକୁ ପ୍ରତିନିଧିତ୍ୱ କରୁଥିବା ଛାତ୍ରଛାତ୍ରୀ ଖୁବ ସୁନ୍ଦର ଭାବେ ନିଜ ଦେଶର ଶିକ୍ଷା, ବୈଷୟିକ ଜ୍ଞାନ, ପରିବେଶ ଓ ଜଳବାୟୁ, ବିଶ୍ୱ ଅର୍ଥବ୍ୟବସ୍ଥା ତଥା ସମାଜର ସାମ୍ପ୍ରତିକ ସ୍ଥିତି ଉପସ୍ଥାପନ କରିବା ସହିତ ସମାଧାନର ସୂତ୍ର ଉପରେ ଆଲୋକପାତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଜି-୨୦ ନୋଡାଲ ଅଧିକାରୀ ପ୍ରଫେସର ଲକ୍ଷ୍ମୀଧର ବେହେରା, ପ୍ରଧାନଶିକ୍ଷକ ଅଖିଳେଶ୍ୱର ମିଶ୍ର, ପ୍ରାଧ୍ୟାପିକା ଡକ୍ଟର ଏଲିଜାବେଥ, ଡକ୍ଟର ପୁଷ୍ପଲତା ନେଗୀ, ଡକ୍ଟର ଅଭିଷେକ ଶତପଥୀ ଓ ପ୍ରତିଷ୍ଠାନ ତଥା ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀମାନେ ଉପସ୍ଥିତ ରହିଥିଲେ। ଶେଷରେ ଡକ୍ଟର ରଶ୍ମୀରେଖା ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜି-୨୦ ଜନଭାଗିଦାରୀ ଅଭିଯାନରେ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଭାରତ ସରକାରଙ୍କ ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଦ୍ୱାରା ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ପରିଚାଳନା ପାଇଁ ଚୟନ କରାଯାଇଥିବା ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ପକ୍ଷରୁ ଭାରତୀୟ ସଂସ୍କୃତିର ‘ବିବିଧତା ମଧ୍ୟରେ ଏକତା’ ଶୀର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମର ଚତୁର୍ଦ୍ଦଶ ଦିନରେ ଏହି କାର୍ଯ୍ୟକ୍ରମକୁ ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପ୍ରକାଶଚନ୍ଦ୍ର ଅଗ୍ରୱାଲ ଉଦଘାଟନ କରିଥିଲେ।

ପ୍ରତିଷ୍ଠାନର ଆର୍ଯ୍ୟଭଟ୍ଟ, ଅଗ୍ନି, ସୌର୍ଯ୍ୟ, ସ୍ଫୁଟନିକ ହାଉସ ଓ ଡିଏମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତ୍ତାକର୍ଷକ ସମ୍ବଲପୁରୀ, ଓଡ଼ିଶୀ, ଭାରତନାଟ୍ୟମ, ମହାକାଳୀ ସ୍ମୃତି ଆଦି ପରିବେଷଣ କରାଯାଇଥିଲା। ଯାହାକୁ ସମସ୍ତେ ଉଚ୍ଚ ପ୍ରଶଂସା କରିଥିଲେ।

ସେହିପରି ଆପୋଲୋ ଓ ରୋହିଣୀ ହାଉସର ଛାତ୍ରଛାତ୍ରୀ ଲୋକନୃତ୍ୟ ପରିବେଷଣ କରିଥିଲେ। ଡିନ୍‌ ପ୍ରଫେସର ସନ୍ଧ୍ୟାରାଣୀ ସାହୁ ଏବଂ ଶିକ୍ଷୟିତ୍ରୀ ଜ୍ୟୋତି ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜି-୨୦ ନୋଡାଲ ଅଧିକାରୀ ପ୍ରଫେସର ଲକ୍ଷ୍ମୀଧର ବେହେରା, ପ୍ରଧାନ ଶିକ୍ଷକ ଅଖିଳେଶ୍ୱର ମିଶ୍ର, ପ୍ରାଧ୍ୟାପିକା ରଶ୍ମୀରେଖା ସେଠୀ, ଡକ୍ଟର ଏଲିଜାବେଥ୍‌ ଗଙ୍ଗମେର ଓ ନୃତ୍ୟଗୁରୁ ବିଜନ ପଲାଇ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜି-୨୦ ଜନଭାଗିଦାରୀ: ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ ଜାତୀୟ ୱେବିନାର ଆୟୋଜିତ

ଭୁବନେଶ୍ୱର: ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ ପୂର୍ବରୁ ଆୟୋଜିତ ଜନଭାଗିଦାରୀ କାର୍ଯ୍ୟକ୍ରମରେ ଏକ ପ୍ରମୁଖ (ଆଙ୍କର) ଶିକ୍ଷାନୁଷ୍ଠାନ ଭାବେ ସାମିଲ ହୋଇଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଏନସିଇଆରଟି। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଦ୍ୱାରା ମିଳିଥିବା ଏହି ଦାୟିତ୍ୱକୁ ନିର୍ବାହ କରିବାକୁ ଯାଇ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇ ଭାରତର ଜି-୨୦ ଅଧ୍ୟକ୍ଷତା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି।

ଏହି କ୍ରମରେ ଆଜି ଜନଭାଗିଦାରୀ କାର୍ଯ୍ୟକ୍ରମର ତ୍ରୟୋଦଶ ଦିନରେ ପ୍ରତିଷ୍ଠାନ ପକ୍ଷରୁ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଉପରେ ଏକ ଜାତୀୟ ୱେବିନାର ଆୟୋଜନ କରାଯାଇଥିଲା।

ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପି. ସି. ଅଗ୍ରୱାଲ ୱେବିନାରରେ ଅଧ୍ୟକ୍ଷତା କରିଥିବା ବେଳେ ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲେ। ଅନ୍ୟ ବକ୍ତାମାନଙ୍କ ମଧ୍ୟରେ ଏନସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଏଚ. କେ. ସେନାପତି, କେନ୍ଦ୍ରାପଡ଼ାସ୍ଥିତ ଡିଆଇଇଟିର ଅଧ୍ୟକ୍ଷ ଡକ୍ଟର ପିସି ବର୍ମା ପ୍ରମୁଖ ଯୋଗ ଦେଇଥିଲେ। ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଏବଂ ଡିଏମ ସ୍କୁଲର ତିନି ଶହରୁ ଅଧିକ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଭାବେ ଉପସ୍ଥିତ ଥିଲେ।

ଏହାବ୍ୟତୀତ କେନ୍ଦ୍ରାପଡ଼ା, ଯାଜପୁର ଏବଂ ଜଗତସିଂହପୁର ଜିଲ୍ଲାର ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଏବଂ ଜନଶିକ୍ଷଣ ସଂସ୍ଥାନର ଶତାଧିକ ଛାତ୍ରଛାତ୍ରୀ, ଅଧ୍ୟକ୍ଷ, ଶିକ୍ଷକଶିକ୍ଷୟିତ୍ରୀ ଓ କର୍ମକର୍ତ୍ତାମାନେ ଅନଲାଇନ ମାଧ୍ୟମରେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ ବକ୍ତୃତା ପ୍ରତିଯୋଗିତା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର: ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ- ଆରଆଇଇ, ଏନସିଇଆରଟି ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଜନସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଆଜି ପ୍ରତିଷ୍ଠାନ ପରିସରରେ ଥିବା ଡିଏମ ସ୍କୁଲ ପରିସରରେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଏଥିରେ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପି.ସି ଅଗ୍ରୱାଲ, ଡିଏମ ସ୍କୁଲର ଅଧ୍ୟକ୍ଷ ଏ ପ୍ରଧାନ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ନୋଡାଲ ଅଧିକାରୀ ପ୍ରଫେସର ଲକ୍ଷ୍ମୀଧର ବେହେରା, ଶ୍ରୀ ପି.କେ ରାୟ ପ୍ରମୁଖ ଉପସ୍ଥିତ ଥିଲେ।

ଅନ୍ୟପଟେ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଆନୁକୂଲ୍ୟରେ ଜଗତସିଂହପୁର କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ଜି୨୦ ବିଷୟବସ୍ତୁକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱରରେ ଜି-୨୦ ଜନଭାଗିଦାରୀ ସାଇକେଲ ଶୋଭାଯାତ୍ରା

ଭୁବନେଶ୍ଵର: ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମର ଅଷ୍ଟମ ଦିବସରେ ଏକ ବିଶାଳ ସାଇକେଲ ଶୋଭାଯାତ୍ରା ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପି.ସି. ଅଗ୍ରୱାଲଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ଭାରତ ଜି-୨୦ର ଅଧ୍ୟକ୍ଷତା ଗ୍ରହଣ କରିଥିବାରୁ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏହା ଏକ ଗର୍ବର ସମୟ।

ଏହି ସାଇକେଲ ଶୋଭାଯାତ୍ରାରେ ଜି-୨୦ ବିଷୟରେ ଜନ ସଚେତନତା କରାଯାଇଥିଲା। ଦୁଇ ଶହରୁ ଊର୍ଦ୍ଧ୍ଵ ଶିକ୍ଷକ ଶିକ୍ଷାର୍ଥୀ, ଅଭିଭାବକ, କର୍ମଚାରୀ ପ୍ରତିଷ୍ଠାନ ପରିସରରୁ ଆଚାର୍ଯ୍ୟ ବିହାର, କଳିଙ୍ଗ ଷ୍ଟାଡିୟମ, ୟୁନିଟ-୪, ଶାସ୍ତ୍ରୀ ନଗର ହୋଇ ପରିସର ପର୍ଯ୍ୟନ୍ତ ଆସିଥିଲେ।

ସମନ୍ୱୟ ଅଧିକାରୀ ପ୍ରଫେସର ଲକ୍ଷ୍ମୀଧର ବେହେରାଙ୍କ ତତ୍ତ୍ୱାବଧାନ ଓ ଅଧ୍ୟକ୍ଷ ପ୍ରଫେସର ପି.ସି. ଅଗ୍ରୱାଲଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାନର ୩୫୦ ଛାତ୍ରଛାତ୍ରୀ, କର୍ମଚାରୀ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମର ସଞ୍ଚାଳନ ପ୍ର. ଅନିମେଶ ମହାପାତ୍ର, ପ୍ରଦୀପ ରାୟ, ବୃନ୍ଦାବନ୍ଦ ଭୋଇ ଓ ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ। ପ୍ରତିଷ୍ଠାନର ଡିନ, ବିଭାଗୀୟ ମୁଖ୍ୟ, ଶିକ୍ଷକ ଶିକ୍ଷୟିତ୍ରୀ, ପ୍ରତିଷ୍ଠାନର କର୍ମଚାରୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜି-୨୦ ଜନଭାଗିଦାରୀ: ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ

ଭୁବନେଶ୍ୱର: ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଭୁବନେଶ୍ୱରସ୍ଥିତ ଏନସିଇଆରଟି ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ ବିଭିନ୍ନ ଜନଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ଉପଲକ୍ଷେ ଆଜି ପ୍ରତିଷ୍ଠାନ ପରିସରରେ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

ଏଥିରେ ୧୫୦ରୁ ଅଧିକ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ସକ୍ରିୟ ଭାବେ ଯୋଗ ଦେଇ ବ୍ୟାଡମିଣ୍ଟନ ଓ ଲନ୍‌ ଟେନିସ୍‌ ଖେଳିଥିଲେ। ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପି.ସି.ଅଗ୍ରୱାଲ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନୋଡାଲ ଅଧିକାରୀ ପ୍ରଫେସର ଲକ୍ଷ୍ମୀଧର ହେବରା, ପ୍ରଫେସର ଏ.କେ ମହାପାତ୍ର, ଡକ୍ଟର ଡି.କେ ବେଜ୍‌ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱରରେ ଜି-୨ଠ ଜନଭାଗିଦାରୀ କାର୍ଯ୍ୟକ୍ରମ

ଭୁବନେଶ୍ଵର: ଚଳିତ ବର୍ଷ ଜି-୨୦ରେ ଭାରତର ଅଧ୍ୟକ୍ଷତା ଅବସରରେ କେନ୍ଦ୍ର ସରକାର ଜନଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରାଇଛନ୍ତି। ସ୍ଥାନୀୟ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ଅଗ୍ରଣୀ ପ୍ରତିଷ୍ଠାନ ଭାବେ ଏହି କାର୍ଯ୍ୟକ୍ରମର ସପ୍ତମ ଦିବସରେ ଖେଳକୁଦ କାର୍ଯ୍ୟକ୍ରମ ଆୟୋଜନ କରିଅଛି। ପ୍ରତିଷ୍ଠାନର ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଲନ୍ ଟେନିସ୍ ଓ ବ୍ୟାଡମିଣ୍ଟନ ପ୍ରତିଯୋଗିତା (ଛାତ୍ରଛାତ୍ରୀ ଓ କର୍ମଚାରୀ)କୁ ଅଧ୍ୟକ୍ଷ ପ୍ର. ପି.ସି. ଅଗ୍ରୱାଲ ଉଦଘାଟନ କରିଥିଲେ।

କାର୍ଯ୍ୟକ୍ରମରେ ଡିନ ପ୍ରଫେସର ସନ୍ଧ୍ୟାରଣୀ ସାହୁ, ବିଭିନ୍ନ ବିଭାଗର ମୁଖ୍ୟ, ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ପ୍ର. ଅନିମେଶ ମହାପାତ୍ର, ଡ. ଜିବେଂଦୁ ବେଜ ପରିଚାଳନା କରିଥିଲେ। ନୋଡାଲ ଅଫିସର ପ୍ରଫେସର ଲକ୍ଷ୍ମୀଧର ବେହେରା ଓ ସଂଯୋଜକ ଅଖିଳେଶ୍ୱର ମିଶ୍ରଙ୍କ ସଂଯୋଜନା ଓ ଅଧ୍ୟକ୍ଷଙ୍କ ନେତୃତ୍ୱରେ ଏହି ଜନଭାଗିଦାରୀ କାର୍ଯ୍ୟକ୍ରମ ଏପ୍ରିଲ ୨୨ ପର୍ଯ୍ୟନ୍ତ ଚାଲିବ।

Categories
ଆଜିର ଖବର ରାଜ୍ୟ ଖବର

ଜି-୨୦ ଜନଭାଗିଦାରୀ: ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ

ଭୁବନେଶ୍ୱର: ଭୁବନେଶ୍ୱରରେ ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ପକ୍ଷରୁ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି କ୍ରମରେ ଆଜି ପ୍ରତିଷ୍ଠାନ ପକ୍ଷରୁ କୁଇଜ୍‌ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ପ୍ର

ତିଷ୍ଠାନ ପରିସରରେ ଥିବା ପ୍ରାୟୋଗିକ ବହୁଉଦ୍ଦେଶୀୟ ବିଦ୍ୟାଳୟ (ଡିଏମ) ସ୍କୁଲର ଛାତ୍ରଛାତ୍ରୀଙ୍କୁ ୪ଟି ଦଳରେ ବିଭକ୍ତ କରାଯାଇ କୁଇଜ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ୩୦୦ରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ। ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପକାଶ ଚନ୍ଦ୍ର ଅଗ୍ରୱାଲ ଡିଏମ ସ୍କୁଲର ଅଧ୍ୟକ୍ଷ ଏ ମିଶ୍ର, ଡିନ୍‌  ପ୍ରଫେସର ଏସ.ଆର ସାହୁ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ଜି୨୦, ନିପୁଣ, ଜାତୀୟ ଶିକ୍ଷା ନୀତି, ଡିଜିଟାଲ ଅଧ୍ୟୟନ ଆଦି ବିଷୟକୁ ନେଇ କୁଇଜ୍‌ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଜି-୨୦ ଜନଭାଗିଦାରୀ ଅନ୍ତର୍ଗତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଜନସଚେତନତା ସୃଷ୍ଟି କରିବା ଲାଗି ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଏନସିଇଆରଟି ପକ୍ଷରୁରୁ ଜି୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରମରେ ପ୍ରତିଷ୍ଠାନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପି.ସି ଅଗ୍ରୱାଲ କାର୍ଯ୍ୟକ୍ରମର ନେତୃତ୍ୱ ନେବା ସହିତ କ୍ୟାମ୍ପସ ପରିସରରେ ବୃକ୍ଷରୋପଣ କରିଥିଲେ। ପ୍ରତିଷ୍ଠାନର ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀମାନେ ଏଥିରେ ଭାଗ ନେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଆଜି କଳା ଉତ୍ସବ 2022 କୁ ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: କଳା ଉତ୍ସବ 2022 ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନସିଇଆରଟି) ଓ ସ୍କୁଲ୍ ଶିକ୍ଷା ଏବଂ ସାକ୍ଷରତା ବିଭାଗ, ଶିକ୍ଷା ମନ୍ତ୍ରଣାଳୟ ଦ୍ବାରା ଆଜିଠୁ 7 ଜାନୁୟାରୀ 2023 ପର୍ଯ୍ୟନ୍ତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (ଆରଆଇଇ), ଭୁବନେଶ୍ବର ଠାରେ ଆୟୋଜିତ ହେବ। କଳା ଉତ୍ସବର ଉଦଘାଟନୀ ସମାରୋହ ଆଜି ଦିନ ସକାଳ 10 ଟା ସମୟରେ ଅନୁଷ୍ଠିତ ହେବ। ଏହି ସମାରୋହକୁ ମାନ୍ୟବର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିବେ।

ଏହି ଉତ୍ସବରେ ସଚିବ, ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା, ଶିକ୍ଷା ମନ୍ତ୍ରଣାଳୟ, ଭାରତ ସରକାର, ସଞ୍ଜୟ କୁମାର ଏବଂ ନିର୍ଦ୍ଦେଶକ, ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ, ପ୍ରଫେସର ଦୀନେଶ ପ୍ରସାଦ ସାକଲାନି ମଧ୍ୟ ଯୋଗଦେବେ।

କଳା ଉତ୍ସବ 2022 ଯାହା 3-7 ଜାନୁୟାରୀ 2023 ମଧ୍ୟରେ ଅନୁଷ୍ଠିତ ହେବ, ଏଥିରେ 10 ଟି କଳା କୁ ପ୍ରଦର୍ଶିତ କରାଯିବ ଯଥା – 1. ଭୋକାଲ୍ ମ୍ୟୁଜିକ୍ – ଶାସ୍ତ୍ରୀୟ, 2. ଭୋକାଲ୍ ମ୍ୟୁଜିକ୍ – ପାରମ୍ପରିକ, 3. ବାଦ୍ୟଯନ୍ତ୍ର ସଂଗୀତ – ପରକ୍ୟୁସିଭ୍, 4. ଇନଷ୍ଟ୍ରୁମେଣ୍ଟାଲ୍ ମ୍ୟୁଜିକ୍ – ମେଲୋଡିକ୍, 5. ନୃତ୍ୟ – ଶାସ୍ତ୍ରୀୟ, 6. ନୃତ୍ୟ – ଲୋକ, 7. ଭିଜୁଆଲ୍ ଆର୍ଟସ (2-ଡାଇମେନ୍ସନାଲ୍), 8. ଭିଜୁଆଲ୍ ଆର୍ଟସ (3-ଡାଇମେନ୍ସନାଲ୍), 9. ସ୍ୱଦେଶୀ ଖେଳନା ଏବଂ ଖେଳ ଏବଂ 10. ଡ୍ରାମା (ଏକକ ଅଭିନୟ)। ଛାତ୍ରମାନେ ଏହି ସମସ୍ତ ବର୍ଗରେ ସେମାନଙ୍କର କଳା ପ୍ରଦର୍ଶନ କରିବେ। କଳା ଉତ୍ସବ 2022 ଟି 36 ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ, କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ ଏବଂ ନବୋଦୟ ବିଦ୍ୟାଳୟ ସମିତିରୁ 714 ଟି ଏଣ୍ଟ୍ରି ଗ୍ରହଣ କରିଛନ୍ତି ଯେଉଁଥିରେ 357 ବାଳିକା ଏବଂ 357 ବାଳକ 7 ଜଣ ଦିବ୍ୟାଙ୍ଗ ଅଂଶଗ୍ରହଣ କରିବେ। ଏହି ପ୍ରତିଯୋଗିତା 3, 4 ଏବଂ 5 ଜାନୁୟାରୀ 2023 ରେ ଅନୁଷ୍ଠିତ ହେବ ଯାହାକି ପ୍ରଖ୍ୟାତ କଳାକାରମାନଙ୍କ ଦ୍ୱାରା ବିଚାର କରାଯିବ।

ଉଦ୍‌ଯାପନୀ ଉତ୍ସବ 7 ଜାନୁୟାରୀ 2023 ରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟ ପାଇଁ ମୁଖ୍ୟ ଅତିଥି ହେଉଛନ୍ତି ଅନ୍ନପୂର୍ଣ୍ଣା ଦେବୀ, ରାଷ୍ଟ୍ର ମନ୍ତ୍ରୀ, ଶିକ୍ଷା ମନ୍ତ୍ରଣାଳୟ, ଭାରତ ସରକାର। ଡା. ସୁଭାଷ ସରକାର ଓ ଡା. ରାଜକୁମାର ରଞ୍ଜନ ସିଂ, ରାଷ୍ଟ୍ର ମନ୍ତ୍ରୀ ଶିକ୍ଷା ମନ୍ତ୍ରଣାଳୟ, ଭାରତ ସରକାର ମଧ୍ୟ ସମ୍ମାନିତ ଅତିଥି ଭାବରେ ଯୋଗ ଦେବେ।