ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱରରେ ଜି-୨୦ ଜନଭାଗିଦାରୀ ସାଇକେଲ ଶୋଭାଯାତ୍ରା

Published: Apr 8, 2023, 3:48 pm IST

ଭୁବନେଶ୍ଵର: ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମର ଅଷ୍ଟମ ଦିବସରେ ଏକ ବିଶାଳ ସାଇକେଲ ଶୋଭାଯାତ୍ରା ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପି.ସି. ଅଗ୍ରୱାଲଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ଭାରତ ଜି-୨୦ର ଅଧ୍ୟକ୍ଷତା ଗ୍ରହଣ କରିଥିବାରୁ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏହା ଏକ ଗର୍ବର ସମୟ।

ଏହି ସାଇକେଲ ଶୋଭାଯାତ୍ରାରେ ଜି-୨୦ ବିଷୟରେ ଜନ ସଚେତନତା କରାଯାଇଥିଲା। ଦୁଇ ଶହରୁ ଊର୍ଦ୍ଧ୍ଵ ଶିକ୍ଷକ ଶିକ୍ଷାର୍ଥୀ, ଅଭିଭାବକ, କର୍ମଚାରୀ ପ୍ରତିଷ୍ଠାନ ପରିସରରୁ ଆଚାର୍ଯ୍ୟ ବିହାର, କଳିଙ୍ଗ ଷ୍ଟାଡିୟମ, ୟୁନିଟ-୪, ଶାସ୍ତ୍ରୀ ନଗର ହୋଇ ପରିସର ପର୍ଯ୍ୟନ୍ତ ଆସିଥିଲେ।

ସମନ୍ୱୟ ଅଧିକାରୀ ପ୍ରଫେସର ଲକ୍ଷ୍ମୀଧର ବେହେରାଙ୍କ ତତ୍ତ୍ୱାବଧାନ ଓ ଅଧ୍ୟକ୍ଷ ପ୍ରଫେସର ପି.ସି. ଅଗ୍ରୱାଲଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାନର ୩୫୦ ଛାତ୍ରଛାତ୍ରୀ, କର୍ମଚାରୀ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମର ସଞ୍ଚାଳନ ପ୍ର. ଅନିମେଶ ମହାପାତ୍ର, ପ୍ରଦୀପ ରାୟ, ବୃନ୍ଦାବନ୍ଦ ଭୋଇ ଓ ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ। ପ୍ରତିଷ୍ଠାନର ଡିନ, ବିଭାଗୀୟ ମୁଖ୍ୟ, ଶିକ୍ଷକ ଶିକ୍ଷୟିତ୍ରୀ, ପ୍ରତିଷ୍ଠାନର କର୍ମଚାରୀ ଉପସ୍ଥିତ ଥିଲେ।

Related posts