Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ତିନିଦିନିଆ ରାଷ୍ଟ୍ରୀୟ ଭୂମିକା ନିର୍ବାହ ଓ ଲୋକନୃତ୍ୟ ପ୍ରତିଯୋଗିତା ଆରମ୍ଭ
ଆଜିର ଖବର

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ତିନିଦିନିଆ ରାଷ୍ଟ୍ରୀୟ ଭୂମିକା ନିର୍ବାହ ଓ ଲୋକନୃତ୍ୟ ପ୍ରତିଯୋଗିତା ଆରମ୍ଭ

January 3, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ସର୍ବ-ଭାରତୀୟ ରାଷ୍ଟ୍ରୀୟ ଭୂମିକା ନିର୍ବାହ ଓ ଲୋକନୃତ୍ୟ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି। ତିନିଦିନ ଧରି ହେବାକୁଥିବା ଏହି ପ୍ରତିଯୋଗିତାରେ 29ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ତଥା ଚାରୋଟି ପ୍ରାୟୋଗିକ ବହୁଦ୍ଦେଶୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରୁଛନ୍ତି।

ଆଜି ଉଦ୍‌ଘାଟନୀ ଅଧିବେଶନରେ ଆଇଏମଏମଟିର ନିର୍ଦ୍ଦେଶକ ବିଶିଷ୍ଟ ବୈଜ୍ଞାନିକ ପ୍ରଫେସର ରାମାନୁଜ୍ ନାରାୟଣ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଉତ୍ସବକୁ “କିଶୋର ଭାରତ” ଭାବେ ଅଭିହିତ କରି ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତର ସଫଳ ରୂପାୟନ ଦିଗରେ ଏହା ସହାୟକ ହେବ ବୋଲି ଆଶା କରିଥିଲେ। ଭାରତର ଲୋକ ସଂସ୍କୃତି ଓ ପରଂପରାର ଉଚ୍ଚ ପ୍ରଶଂସା କରି ପ୍ରତି ପର୍ବପର୍ବାଣି ସହ ବିଜ୍ଞାନର ସଂପର୍କ ଥିବା କହିଥିଲେ।

ଏନ୍‌ସିଇଆର‌୍‌ଟିକୁ ଜ୍ଞାନର ଗନ୍ତାଘର ଭାବେ ବର୍ଣ୍ଣନା କରି ଜୀବନରେ ସଫଳତା ହାସଲ କରିବାକୁ ହେଲେ ଇଣ୍ଟରନେଟ୍ କି ମୋବାଇଲ ବଦଳରେ ଏନ୍‌ସିଇଆର୍‌ଟି ବହି ସହ ବନ୍ଧୁତା କରିବାକୁ ସେ ପରାମର୍ଶ ଦେଇଥିଲେ। ବହୁଭାଷୀ ଦେଶ ଭାରତବର୍ଷରେ ପାଞ୍ଚକୋଶରେ ପାଣି ଓ ଆଠକୋଶରେ ଭାଷା ବଦଳୁଥିବା କହି ସେ କହିଥିଲେ ଯେ, ନୃତ୍ୟଗୀତ ଯେଉଁ ଅଞ୍ଚଳର ବା ଭାଷାର ହେଉ ଏହାକୁ ଅନୁଭବ କରିହୁଏ।

ଜାତୀୟ ଶିକ୍ଷାନୀତି-2020ର ଦୃଷ୍ଟାନ୍ତ ଦେଇ ଶିକ୍ଷାର ମୂଳ ଉଦ୍ଦେଶ୍ୟ ସାଧନ ଶୀତତାପନିୟନ୍ତ୍ରିତ ବିଳସବ୍ୟସନ ଭରା କୋଠାବାଡ଼ିରେ ନଥାଏ, ଏହା ନିଷ୍ଠା ଓ ଶୃଙ୍ଖଳାରେ ମିଳେ ବୋଲି ସେ କହିଥିଲେ।  ପିଲାମାନଙ୍କ ପାଇଁ ମା ସବୁଠୁ ବଡ଼ ବ‌ୈଜ୍ଞାନିକ ବୋଲି ସେ ଦୃଢ଼ଭାବେ ମତପ୍ରକାଶ କରି ଜଣେ ଭଲ ନିରୀକ୍ଷକ ଓ ବହିର ଭଲ ବନ୍ଧୁ ହେବାକୁ ଆହ୍ୱାନ ଦେଇଥିଲେ।

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରାରମ୍ଭରେ ଏନ୍‌ସିଇଆର୍‌ଟିର ସଂଯୋଜକ ଡକ୍ଟର ବିଜୟ କୁମାର ମଲିକ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିବାବେଳେ ଡ଼କ୍ଟର ହରିଶ କୁମାର ମିନା କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ ଅବଗତ କରିଥିଲେ। ପ୍ରଫେସର ଅଗ୍ରୱାଲ ନିଜ ସଭାପତି ଅଭିଭାଷଣରେ ଏନ୍‌ସିଇଆର୍‌ଟିର ଲକ୍ଷ୍ୟ ଓ ଆଭିମୁଖ୍ୟର ମହକ ବିଚ୍ଛୁରିତ କରିବା ଦିଗରେ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ କିଭଳି ନିରବଚ୍ଛିନ୍ନ ଭାବେ କାର୍ଯ୍ୟରତ ସେ ବିଷୟରେ ଆଲୋକପାତ କରି ଏହି ତିନିଦିନିଆ ଜାତୀୟ କାର୍ଯ୍ୟକ୍ରମର ସଫଳତା କାମନା କରିଥିଲେ। ପରିଶେଷରେ ପ୍ରତିଷ୍ଠାନର ଡ଼ିନ୍ ପ୍ରଫେସର ସନ୍ଧ୍ୟାରାଣୀ ସାହୁ ଧନ୍ୟବାଦାର୍ପଣ କରିଥିଲେ।

ଏହି ତିନି ଦିବସୀୟ ଜାତୀୟ ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କ ଅଂଶଗ୍ରହଣ ସେମାନଙ୍କ ବୌଦ୍ଧିକ ବିକାଶରେ ସହ ଭାରତର ଐତିହ୍ୟ ଓ ସଂସ୍କୃତିର ପ୍ରସାରରେ ସହାୟକ ହେବ।

 

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ
Share. Facebook Twitter LinkedIn Email WhatsApp Copy Link

Related Posts

ଇ-୨୦ ଡିପଫେକ୍ ମାମଲା: ନୀତିନ ଗଡକରୀଙ୍କ ସପକ୍ଷରେ ରାୟ ଦେଲେ ହାଇକୋର୍ଟ

August 5, 2026

NEET-UG ପ୍ୟାଟର୍ନରେ ବଡ଼ ପରିବର୍ତ୍ତନ: ସୁପ୍ରିମକୋର୍ଟଙ୍କ ସମ୍ମୁଖରେ ଯୋଜନା ପ୍ରକାଶ କଲେ ସରକାର

August 5, 2026

ମହିଳାଙ୍କୁ ସୁନା ଏବଂ ଶାଢୀ, ହଜ୍ ତୀର୍ଥଯାତ୍ରା ପାଇଁ ସବସିଡି ବୃଦ୍ଧି: ପଢନ୍ତୁ ତାମିଲନାଡୁ ବଜେଟ

August 5, 2026

ହଟ୍ଟଗୋଳ ମଧ୍ୟରେ ଏହି ପ୍ରମୁଖ ବିଲ୍ ପାସ୍ କଲେ ସୀତାରମଣ: ୩ ମିନିଟରେ କିପରି ହେଲା ସମ୍ଭବ?

August 5, 2026
Latest News

ଇ-୨୦ ଡିପଫେକ୍ ମାମଲା: ନୀତିନ ଗଡକରୀଙ୍କ ସପକ୍ଷରେ ରାୟ ଦେଲେ ହାଇକୋର୍ଟ

August 5, 2026

NEET-UG ପ୍ୟାଟର୍ନରେ ବଡ଼ ପରିବର୍ତ୍ତନ: ସୁପ୍ରିମକୋର୍ଟଙ୍କ ସମ୍ମୁଖରେ ଯୋଜନା ପ୍ରକାଶ କଲେ ସରକାର

August 5, 2026

ମହିଳାଙ୍କୁ ସୁନା ଏବଂ ଶାଢୀ, ହଜ୍ ତୀର୍ଥଯାତ୍ରା ପାଇଁ ସବସିଡି ବୃଦ୍ଧି: ପଢନ୍ତୁ ତାମିଲନାଡୁ ବଜେଟ

August 5, 2026

କେନ୍ଦୁଝରରେ ବନ୍ୟା କ୍ଷୟକ୍ଷତି ଆକଳନ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ

August 5, 2026

ହଟ୍ଟଗୋଳ ମଧ୍ୟରେ ଏହି ପ୍ରମୁଖ ବିଲ୍ ପାସ୍ କଲେ ସୀତାରମଣ: ୩ ମିନିଟରେ କିପରି ହେଲା ସମ୍ଭବ?

August 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.