Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭାରତୀୟ ନୌସେନା ପକ୍ଷରୁ ଆୟୋଜିତ ହେବ ଇଣ୍ଡିଆନ୍ ନେଭି କୁଇଜ୍ ପ୍ରତିଯୋଗିତା

ସୀତାରାମ ଅଗ୍ରୱାଲ

ଚିଲିକା: ଜି-୨୦ ଥୀଙ୍କ ଶିଖର ସମ୍ମିଳନୀର ଏକ ଅଂଶ ଭାବରେ, ଭାରତୀୟ ନୌସେନା ନବମ ଓ ଦଶମ ଶ୍ରେଣୀରେ ପଢ଼ୁଥିବା ସ୍କୁଲ ପିଲାମାନଙ୍କ ପାଇଁ ‘ଇଣ୍ଡିଆନ୍ ନେଭି କୁଇଜ୍ (G20 THINQ)’ ନାମକ ଏକ ଜାତୀୟ ତଥା ଆନ୍ତର୍ଜାତୀୟ କୁଇଜ୍ ପ୍ରତିଯୋଗିତା ଆୟୋଜନ କରୁଛି। ଏହି କାର୍ଯ୍ୟକ୍ରମ ଦୁଇଟି ପର୍ଯ୍ୟାୟରେ, ଜାତୀୟ ରାଉଣ୍ଡ ଏବଂ ଆନ୍ତର୍ଜାତୀୟ ରାଉଣ୍ଡରେ କରାଯିବ ବୋଲି ଯୋଜନା କରାଯାଇଛି।

ଜି-୨୦ ଅଧୀନରେ ଆନ୍ତର୍ଜାତୀୟ ରାଉଣ୍ଡ ଆୟୋଜନ କରାଯିବାର ଯୋଜନା ରହିଛି। କୁଇଜ୍ ପ୍ରିଲିମ ପ୍ରତିଯୋଗିତା ଅନଲାଇନ ଏବଂ ସେମି ଫାଇନାଲ୍ ଓ ଫାଇନାଲ୍ ପ୍ରତିଯୋଗିତା ମୁମ୍ବାଇର ଗେଟୱେ ଏଫ ଇଣ୍ଡିଆ ଠାରେ ଅନୁଷ୍ଠିତ ହେବ। ସର୍ବୋତ୍ତମ କୁଇଜ୍ ଟିମ ଗୁଡିକ, ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍ ଠାରେ ହେବାକୁ ଥିବା ଆନ୍ତର୍ଜାତୀୟ ରାଉଣ୍ଡରେ ଭାଗ ନେଇ ଭାରତର ପ୍ରତିନିଧିତ୍ୱ କରିବେ।

ଆଗ୍ରହୀ ବିଦ୍ୟାଳୟଗୁଡ଼ିକ www.theindiannavyquiz.in ୱେବସାଇଟରେ ପଞ୍ଜୀକୃତ ହୋଇ ଉକ୍ତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ ବୋଲି ଭାରତୀୟ ନୌସେନା ପକ୍ଷରୁ କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଜି-୨୦ ଜନଭାଗିଦାରୀ: ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ

ଭୁବନେଶ୍ୱର: ଭୁବନେଶ୍ୱରରେ ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ପକ୍ଷରୁ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି କ୍ରମରେ ଆଜି ପ୍ରତିଷ୍ଠାନ ପକ୍ଷରୁ କୁଇଜ୍‌ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ପ୍ର

ତିଷ୍ଠାନ ପରିସରରେ ଥିବା ପ୍ରାୟୋଗିକ ବହୁଉଦ୍ଦେଶୀୟ ବିଦ୍ୟାଳୟ (ଡିଏମ) ସ୍କୁଲର ଛାତ୍ରଛାତ୍ରୀଙ୍କୁ ୪ଟି ଦଳରେ ବିଭକ୍ତ କରାଯାଇ କୁଇଜ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ୩୦୦ରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ। ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପକାଶ ଚନ୍ଦ୍ର ଅଗ୍ରୱାଲ ଡିଏମ ସ୍କୁଲର ଅଧ୍ୟକ୍ଷ ଏ ମିଶ୍ର, ଡିନ୍‌  ପ୍ରଫେସର ଏସ.ଆର ସାହୁ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ଜି୨୦, ନିପୁଣ, ଜାତୀୟ ଶିକ୍ଷା ନୀତି, ଡିଜିଟାଲ ଅଧ୍ୟୟନ ଆଦି ବିଷୟକୁ ନେଇ କୁଇଜ୍‌ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ମନ କୀ ବାତ୍‌ କୁଇଜ୍‌ରେ ଅଂଶଗ୍ରହଣ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଆମନ୍ତ୍ରଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍‌ କୀ ବାତ୍‌ କୁଇଜ୍‌ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଆମନ୍ତ୍ରଣ କରିଛନ୍ତି। ଏହି ପ୍ରଶ୍ନୋତ୍ତର ପ୍ରତିଯୋଗିତାରେ ବିଭିନ୍ନ ଗୋଷ୍ଠୀଭିତ୍ତିକ ପ୍ରୟାସ ସମେତ ସଦ୍ୟତମ ଅଧ୍ୟାୟର ବିଷୟବସ୍ତୁ ସ୍ଥାନ ପାଇବ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି:

‘‘ଆମେ ଏହି ମାସର ମନ କୀ ବାତ୍‌ରେ କେତେକ ଗୋଷ୍ଠୀଗତ ପ୍ରୟାସ ସହିତ ବିଭିନ୍ନ ବିଷୟବସ୍ତୁ ସାମିଲ କରିଥିଲୁ। ନମୋ ଆପ୍‌ରେ ଏମକେବି କୁଇଜରେ ଭାଗ ନିଅନ୍ତୁ।’’

Categories
ଆଞ୍ଚଳିକ

ନେହେରୁ ଯୁବ କେନ୍ଦ୍ର ତରଫରୁ କେଚ୍ ଦି ରେନ୍ ସମ୍ପର୍କିତ କୁଇଜ୍ ପ୍ରତିଯୋଗିତା

କନ୍ଦର୍ପ ବେହେରା
ରେଢ଼ାଖୋଲ: ନେହେରୁ ଯୁଵ କେନ୍ଦ୍ର ସମ୍ଵଲପୁର୍ ତରଫରୁ ନାକ୍ଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଏନ୍ଏସ୍ଏସ୍ ଶାଖା ସହଯୋଗରେ ଆଜି ବୃଷ୍ଟି ଜଳ ସଂରକ୍ଷଣ ସମ୍ପର୍କିତ “କେଚ୍ ଦି ରେନ୍” କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ନେହେରୁ ଯୁଵ କେନ୍ଦ୍ରର ସ୍ଵେଚ୍ଛାସେବୀ ପିପୁଲ୍ କୁମାର ସାହୁ ଓ ଅଧ୍ୟାପକ ଡ଼ ପ୍ରଶାନ୍ତ କୁମାର ଦାସଙ୍କ ପରିଚାଳନାରେ ଆୟୋଜିତ କୁଇଜ୍ ପ୍ରତିଯୋଗିତାରେ ସାତଟି ଦଳ ରେ ମୋଟ୍ ଅଠେଇଶ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ।

ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼ ଦୀପେନ୍ କୁମାର ପଟ୍ଟନାୟକ ଵୃଷ୍ଟିଜଳ ସାଇତି ରଖିବା ର ଆବଶ୍ୟକତା ଓ ପଦ୍ଧତି ଉପରେ ଆଲୋକପାତ କରିଥିଲେ। ଅଧ୍ୟକ୍ଷ କନ୍ଦର୍ପ ରାଉଳଙ୍କ ପରିଚାଳନା ରେ ଅନୁଷ୍ଠିତ ହୋଇଥିଵା ସଭା ରେ ଅଧ୍ୟାପକ ସରୋଜ କୁମାର ଭୁଏ ଧନ୍ୟବାଦ ଅର୍ପଣ କରିଥିଲେ।

ଉକ୍ତ ପ୍ରତିଯୋଗିତାରେ ପ୍ରଥମ ହୋଇ ଥିବା ଦଳ ର ସୁଚରିତା, ରୁସ୍ନା, ପ୍ରଣିତା ଓ ଵେଦସ୍ମିନିଙ୍କୁ ଏକ ହଜାର ଟଙ୍କା ପୁରସ୍କାର, ଦ୍ଵିତୀୟ ହୋଇ ଥିବା ଦଳର ଶ୍ରବଣ, ଭେଙ୍କଟଶ୍ବର, ଧୀରେନ୍ ଓ ସିପୁନ୍ ଙ୍କୁ ଛଅ ଶହ ଟଙ୍କା ଓ ତୃତୀୟ ହୋଇଥିବା ଦଳର ଲିଙ୍କନ, କମଳ, ରିଙ୍କୁ ଓ ଆଦିତ୍ୟଙ୍କୁ ଚାରି ଶହ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା।