ନେହେରୁ ଯୁବ କେନ୍ଦ୍ର ତରଫରୁ କେଚ୍ ଦି ରେନ୍ ସମ୍ପର୍କିତ କୁଇଜ୍ ପ୍ରତିଯୋଗିତା

Published: Mar 29, 2022, 6:14 pm IST

କନ୍ଦର୍ପ ବେହେରା
ରେଢ଼ାଖୋଲ: ନେହେରୁ ଯୁଵ କେନ୍ଦ୍ର ସମ୍ଵଲପୁର୍ ତରଫରୁ ନାକ୍ଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଏନ୍ଏସ୍ଏସ୍ ଶାଖା ସହଯୋଗରେ ଆଜି ବୃଷ୍ଟି ଜଳ ସଂରକ୍ଷଣ ସମ୍ପର୍କିତ “କେଚ୍ ଦି ରେନ୍” କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ନେହେରୁ ଯୁଵ କେନ୍ଦ୍ରର ସ୍ଵେଚ୍ଛାସେବୀ ପିପୁଲ୍ କୁମାର ସାହୁ ଓ ଅଧ୍ୟାପକ ଡ଼ ପ୍ରଶାନ୍ତ କୁମାର ଦାସଙ୍କ ପରିଚାଳନାରେ ଆୟୋଜିତ କୁଇଜ୍ ପ୍ରତିଯୋଗିତାରେ ସାତଟି ଦଳ ରେ ମୋଟ୍ ଅଠେଇଶ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ।

ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼ ଦୀପେନ୍ କୁମାର ପଟ୍ଟନାୟକ ଵୃଷ୍ଟିଜଳ ସାଇତି ରଖିବା ର ଆବଶ୍ୟକତା ଓ ପଦ୍ଧତି ଉପରେ ଆଲୋକପାତ କରିଥିଲେ। ଅଧ୍ୟକ୍ଷ କନ୍ଦର୍ପ ରାଉଳଙ୍କ ପରିଚାଳନା ରେ ଅନୁଷ୍ଠିତ ହୋଇଥିଵା ସଭା ରେ ଅଧ୍ୟାପକ ସରୋଜ କୁମାର ଭୁଏ ଧନ୍ୟବାଦ ଅର୍ପଣ କରିଥିଲେ।

ଉକ୍ତ ପ୍ରତିଯୋଗିତାରେ ପ୍ରଥମ ହୋଇ ଥିବା ଦଳ ର ସୁଚରିତା, ରୁସ୍ନା, ପ୍ରଣିତା ଓ ଵେଦସ୍ମିନିଙ୍କୁ ଏକ ହଜାର ଟଙ୍କା ପୁରସ୍କାର, ଦ୍ଵିତୀୟ ହୋଇ ଥିବା ଦଳର ଶ୍ରବଣ, ଭେଙ୍କଟଶ୍ବର, ଧୀରେନ୍ ଓ ସିପୁନ୍ ଙ୍କୁ ଛଅ ଶହ ଟଙ୍କା ଓ ତୃତୀୟ ହୋଇଥିବା ଦଳର ଲିଙ୍କନ, କମଳ, ରିଙ୍କୁ ଓ ଆଦିତ୍ୟଙ୍କୁ ଚାରି ଶହ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା।

Related posts