Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ଏହା ଏକ ବଡ ମାମଲା’: ମୋଦୀଙ୍କ ଉପରେ ଦୁର୍ନୀତି ଅଭିଯୋଗ ଆଣି ଜେପିସି ତଦନ୍ତ ଦାବି କଲେ ରାହୁଲ
ଆଜିର ଖବର

‘ଏହା ଏକ ବଡ ମାମଲା’: ମୋଦୀଙ୍କ ଉପରେ ଦୁର୍ନୀତି ଅଭିଯୋଗ ଆଣି ଜେପିସି ତଦନ୍ତ ଦାବି କଲେ ରାହୁଲ

June 6, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
UGC-NET ପୁନଃପରୀକ୍ଷା ଉପରେ ପୁଣି ଉଠିଲା ପ୍ରଶ୍ନ: ଟାର୍ଗେଟ କଲେ ରାହୁଲ ଗାନ୍ଧୀ
UGC-NET ପୁନଃପରୀକ୍ଷା ଉପରେ ପୁଣି ଉଠିଲା ପ୍ରଶ୍ନ: ଟାର୍ଗେଟ କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଶେଷ ହେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହାଙ୍କୁ ଷ୍ଟକ ମାର୍କେଟକୁ ନେଇ କଡ଼ା ଟାର୍ଗେଟ କରିଛନ୍ତି। ଜୁନ୍ ୧ ତାରିଖରେ ଲୋକସଭା ନିର୍ବାଚନର ଏକଜିଟ୍ ପୋଲ୍ ପ୍ରକାଶ ପାଇବା ପରେ ଷ୍ଟକ୍ ମାର୍କେଟ୍ ଜୁନ୍ ୩ ତାରିଖରେ ସମସ୍ତ ରେକର୍ଡ ଭାଙ୍ଗିଥିଲା। ଜୁନ୍ ୪ ତାରିଖରେ ଫଳାଫଳ ଆସିବା ପରେ ଷ୍ଟକ୍ ମାର୍କେଟ୍ ଭୁଶୁଡି ପଡିଥିଲା। ଏ ସମ୍ପର୍କରେ ରାହୁଲ ଗାନ୍ଧୀ ବଡ ଅଭିଯୋଗ କରିଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ, “ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀ ଷ୍ଟକ୍ ମାର୍କେଟ ଉପରେ ମନ୍ତବ୍ୟ ଦେଇ କହିଥିଲେ ଯେ, ଷ୍ଟକ୍ ମାର୍କେଟ୍ ଦ୍ରୁତ ଗତିରେ ବଢିବ ଏବଂ ଲୋକମାନେ ସେୟାର କିଣିବା ଉଚିତ୍। ଜୁନ୍ ୧ ତାରିଖରେ ଗଣମାଧ୍ୟମ ମିଥ୍ୟା ଏକଜିଟ୍ ପୋଲ୍ ପ୍ରକାଶ କରିଥିଲା। ଜୁନ୍ ୩ ତାରିଖରେ ଷ୍ଟକ୍ ମାର୍କେଟ୍ ସମସ୍ତ ରେକର୍ଡ ଭାଙ୍ଗିଥିଲା।

ପ୍ରଧାନମନ୍ତ୍ରୀ ନିବେଶ କରିବାକୁ କାହିଁକି ପରାମର୍ଶ ଦେଲେ?:

ରାହୁଲ ଗାନ୍ଧୀ ପ୍ରଶ୍ନ ପଚାରିଥିଲେ ଯେ, “ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ନିବେଶ କରିବାକୁ କାହିଁକି ପରାମର୍ଶ ଦେଇଥିଲେ? ଅମିତ ଶାହା କାହିଁକି ଲୋକଙ୍କୁ ସେୟାର କିଣିବାକୁ କହିଥିଲେ? ଯଦି ବିଜେପି ଏବଂ ଏହି ବିଦେଶୀ ନିବେଶକଙ୍କ ମଧ୍ୟରେ କୌଣସି ସମ୍ପର୍କ ଅଛି, ତେବେ ଏହା କ’ଣ …. ଆମେ ଏହାର ଜେପିସି ତଦନ୍ତ ଦାବି କରୁଛୁ। ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହାଙ୍କ ଭୂମିକା ଉପରେ ତଦନ୍ତ ହେଉ।

କଂଗ୍ରେସ ନେତା କହିଛନ୍ତି ଯେ, “ଏହା ଏକ ବଡ ମାମଲା। ଏହା ଆଦାନୀଙ୍କ ସହ ଜଡିତ, କିନ୍ତୁ ଏହା ବହୁତ ବଡ ପ୍ରସଙ୍ଗ। ଏହା ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ ସହ ଜଡିତ। ବିଜେପିରେ ଉଚ୍ଚ ପଦବୀରେ ଅବସ୍ଥାପିତ ଲୋକମାନେ ଏହି ଦୁର୍ନୀତି କରିଛନ୍ତି। ବିଜେପି ଏବଂ ଯେଉଁମାନେ ଏକଜିଟ୍ ପୋଲ୍ କରିଥିଲେ ସେମାନଙ୍କ ମଧ୍ୟରେ କୌଣସି ସମ୍ପର୍କ ଅଛି କି ନାହିଁ, ଆମେ ଜାଣିବାଜୁ ଚାହୁଁ। ଆମେ ଅନୁଭବ କରୁଛୁ ଯେ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ଏଥିରେ ସିଧାସଳଖ ଜଡିତ ଅଛନ୍ତି, ତେଣୁ ଆମେ ଜେପିସି ତଦନ୍ତ ଚାହୁଁ। ”

କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ କହିଛନ୍ତି ଯେ, “ଏଥିରେ ବିଜେପିର ସବୁଠୁ ବଡ ନେତା ଖୁଚୁରା ନିବେଶକଙ୍କୁ ଏହି ବାର୍ତ୍ତା ଦେଇଥିଲେ ଯେ ଆପଣ ଷ୍ଟକ୍ କିଣିବା ଉଚିତ୍। ଏକଜିଟ୍ ପୋଲ୍ ଭୁଲ୍ ଏବଂ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିବ ନାହିଁ ବୋଲି ସେମାନେ ସୂଚନା ପାଇଥିଲେ, ତେଣୁ ସେମାନେ ଏଭଳି କାମ କରିଥିଲେ। ଶ୍ରୀ ଗାନ୍ଧୀ କହିଛନ୍ତି ଯେ, ୩୦ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି ଏବଂ କ୍ଷମତାରେ ଥିବା ଲୋକମାନେ ଉପକୃତ ହୋଇଛନ୍ତି, ତେଣୁ ଆମେ ଜେପିସି ତଦନ୍ତ ଦାବି କରୁଛୁ।

amit shah Breaking News narendra modi rahul gandhi stock market
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗିରଫ

August 18, 2026

କୋରାପୁଟର ଲକ୍ଷ୍ମୀପୁରରେ ଭୂକମ୍ପ ଝଟକା, ଭୟରେ ଘରୁ ବାହାରିଲେ ଲୋକେ

August 18, 2026

ଚିଲିକା ଅଞ୍ଚଳର ସମାଜସେବୀ ଶଙ୍କର ପାଇକରାୟଙ୍କୁ ଏମ୍ସରେ ସାକ୍ଷାତ କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

August 18, 2026

“ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ”: ଆତଙ୍କବାଦ ଉପରେ ପାକିସ୍ତାନକୁ ଭାରତର କଡ଼ା ଜବାବ

August 18, 2026
Latest News

ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗିରଫ

August 18, 2026

କୋରାପୁଟର ଲକ୍ଷ୍ମୀପୁରରେ ଭୂକମ୍ପ ଝଟକା, ଭୟରେ ଘରୁ ବାହାରିଲେ ଲୋକେ

August 18, 2026

ଚିଲିକା ଅଞ୍ଚଳର ସମାଜସେବୀ ଶଙ୍କର ପାଇକରାୟଙ୍କୁ ଏମ୍ସରେ ସାକ୍ଷାତ କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

August 18, 2026

“ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ”: ଆତଙ୍କବାଦ ଉପରେ ପାକିସ୍ତାନକୁ ଭାରତର କଡ଼ା ଜବାବ

August 18, 2026

‘ନିଶାମୁକ୍ତ ଭାରତ ଅଭିଯାନ’ ପାଇଁ ଓମ୍ଫେଡ୍ ର ଶପଥ ଗ୍ରହଣ

August 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.