Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବହିସ୍କାର ପରେ କଂଗ୍ରେସ ଭବନରେ ହିଁ କଂଗ୍ରେସ ବିରୋଧରେ ଗର୍ଜ୍ଜିଲେ ମାନସ ଚୌଧୁରୀ
ଆଜିର ଖବର

ବହିସ୍କାର ପରେ କଂଗ୍ରେସ ଭବନରେ ହିଁ କଂଗ୍ରେସ ବିରୋଧରେ ଗର୍ଜ୍ଜିଲେ ମାନସ ଚୌଧୁରୀ

June 8, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବହିସ୍କାର ପରେ କଂଗ୍ରେସ ଭବନରେ ହିଁ କଂଗ୍ରେସ ବିରୋଧରେ ଗର୍ଜ୍ଜିଲେ ମାନସ ଚୌଧୁରୀ

ଭୁବନେଶ୍ଵର: କଂଗ୍ରେସ ଦଳରୁ ବହିଷ୍କୃତ ହେବା ପରେ କଟକ ଜ଼ିଲ୍ଲା କଂଗ୍ରେସ ର ପୂର୍ବତନ ସଭାପତି ମାନସ ରଞ୍ଜନ ଚୌଧୁରୀ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ରେ ଏକ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ବିରୋଧରେ ଗର୍ଜ୍ଜନ କରିଛନ୍ତି। ସେ କହିଛନ୍ତି ଯେ ଦୀର୍ଘ ୩୦ ବର୍ଷ ଧରି କଂଗ୍ରେସ ଦଳରେ ମୁଁ ଜଣେ ଶୃଙ୍ଖଳିତ କର୍ମୀ ଭାବରେ କାର୍ଯ୍ୟ କରିଆସୁଅଛି। ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ମୋତେ ବହିଷ୍କାର କରାଯାଇଛି ବୋଲି ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି। ଦଳର ଏହି କର୍ଯ୍ୟାନୁଷ୍ଠାନ ମୋତେ ବିସ୍ମିତ କରିଛି ବୋଲି ମାନସ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଓଡିଶା ରେ ଯେଉଁ ରାଜନୈତିକ ବାତାବରଣ ଥିଲା ସେଥିରୁ ସ୍ପଷ୍ଟ ଯେ ଚାଳିଶିରୁ ଉର୍ଦ୍ଧ୍ବ ବିଧାନସଭା କ୍ଷେତ୍ର ରେ କଂଗ୍ରେସ ବିଜୟ ଲାଭ କରିଥାନ୍ତ ମାତ୍ର ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏବଂ ଓଡିଶା ପ୍ରଭାରୀ ଡ଼କ୍ଟର ଅଜୟ କୁମାର ବିଜୁ ଜନତା ଦଳ ପାଖରେ ମୁଣ୍ଡ ବିକି ଦେଇଥିବାରୁ କଂଗ୍ରେସ କୁ ମାତ୍ର ୧୪ ଟି ଆସନ ମିଳିଲା। ନିର୍ବାଚନ ପ୍ରଚାର ସମୟରେ ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖର୍ଗେ ଙ୍କ ସଭା ବ୍ୟତୀତ ଏହି ଦୁଇ ଜଣଙ୍କୁ କେଉଁଠାରେ ବି ଦେଖିବାକୁ ମିଳିଲାନାହିଁ।

୮୦ ଟି ବିଧାନସଭା ପ୍ରାର୍ଥୀ ଏବଂ ୧୪ ଟି ସାଂସଦ ପାର୍ଥୀ ଙ୍କୁ ଟଙ୍କାଟିଏ ବି ଦଳୀୟ ଫଣ୍ଡ ମିଳିଲା ନାହିଁ। ଯଦିବା ଏଆଇସିସି ସମସ୍ତ ପ୍ରାର୍ଥୀ ଙ୍କ ପାଇଁ ଦଳୀୟ ଫଣ୍ଡ ପଠାଇଥିଲେ।ଯେଉଁ କଂଗ୍ରେସ ପ୍ରାର୍ଥୀ କଂଗ୍ରେସ କର୍ଯ୍ୟ।ଳୟ ରେ କିମ୍ବା ଭୁବନେଶ୍ୱର ସ୍ଥିତ ଏଚଆଇଆଇ ହୋଟେଲରେ ଡ଼କ୍ଟର ଅଜୟ କୁମାରଙ୍କୁ ଭେଟି ଦଳୀୟ ଫଣ୍ଡ ପାଇଁ ନିବେଦନ କରିଥିଲେ ସେମାନଙ୍କୁ ଅଜୟ କୁମାର ଅତି ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲେ।

ମୋର ଭୁଲ ଏତିକି ଥିଲା ଯେ କଂଗ୍ରେସ ପାର୍ଥୀ ଙ୍କୁ ସେମାନଙ୍କ ପ୍ରାପ୍ୟ ଦଳୀୟ ଫଣ୍ଡ ଦେବାକୁ ମୁଁ ଦୃଢ କଣ୍ଠରେ ଦାବି କରିଥିଲି। ଅନ୍ୟ ପକ୍ଷ ରେ ବହୁ ଯୋଗ୍ୟ ପାର୍ଥୀଙ୍କୁ ଟିକେଟ ଦେବାର ୧୦ ଦିନ ପରେ ସେମାନଙ୍କ ଟିକେଟ କାଟି ଅନ୍ୟମାନଙ୍କୁ ଟିକେଟ ଦବା କାର୍ଯ୍ୟକୁ ମୁଁ ପ୍ରତିବାଦ କରିଥିଲି। ଓଡିଶା ବାସୀ ଏବଂ ଗଣମାଧ୍ୟମ ପ୍ରତିନିଧି ନିଶ୍ଚିତ ଅନୁଭବ କରିଥିବେ ଯେ ପାଖାପାଖି ୧୦୦ ଟି ସିଟ ରେ କଂଗ୍ରେସ ର ଲଢେଇ ଦୃଶ୍ୟମାନ ନଥିଲା। କାରଣ ଶାସକ ଦଳ ର ଇଙ୍ଗିତ ରେ ଉଭୟ ପିସିସି ସଭାପତି ଓ ପ୍ରଭାରୀ ପରିଚାଳିତ ହୋଇ ଏ ଭଳି ପରିସ୍ଥିତି ସୃଷ୍ଟି କରିଥିଲେ। ଓଡ଼ିଶାରେ ନିର୍ବାଚନ ପ୍ରଚାରକୁ ଅବହେଳା କରି ପ୍ରଭାରୀ ଅଜୟ କୁମାର ଓଡ଼ିଶା ବାହାରେ ଘୋଡ଼ା ଚଢ଼ାରେ ବ୍ୟସ୍ତ ଥିଲେ।

ବହୁ ପ୍ରାର୍ଥୀଙ୍କ ଠାରୁ ଟିକେଟ ପାଇଁ ଟଙ୍କା ନିଆଯାଇଥିବାର ଅଭିଯୋଗ ମଧ୍ୟ ମୋ ଦୃଷ୍ଟିକୁ ଆସିଛି ବୋଲି ମାନସ କହିଛନ୍ତି। ଶାସକ ଦଳକୁ ସୁହାଇଲା ଭଳି ପ୍ରାର୍ଥୀ ଦେଲେ, ଯାହାକୁ ମୁଁ ବିରୋଧ କାଲି। ସୁତରାଂ ଓଡିଶା କଂଗ୍ରେସ କୁ ଧୂଳିସାତ କରିଥିବା ପିସିସି ସଭାପତି ଓ ପ୍ରଭାରୀ ତାଙ୍କ ନିଜ ଦୋଷ କୁ ଘୋଡାଇବା ପାଇଁ ମୋତେ ଦଳରୁ ବହିଷ୍କୃତ କରିଛନ୍ତି ବୋଲି ମାନସ କହିଛନ୍ତି।

ମୁଁ ପିସିସି ସଭାପତି ଙ୍କ ବିନା ସହଯୋଗ ରେ ସାଲେପୁର ଠାରେ ରାହୁଲ ଗାନ୍ଧୀ ଙ୍କର ନିର୍ବାଚନୀ ସଭା କରାଇଥିଲି। ଭୁବନେଶ୍ୱର ରେ ମଧ୍ୟ ଏଆଇସିସି ସଭାପତି ସମ୍ମାନନୀୟ ମଲ୍ଲିକାର୍ଜୁନ ଖର୍ଗେଙ୍କର ସଭା ମୁଁ ଆୟୋଜନ କରିବା କଥା ମଧ୍ୟ ସମସ୍ତେ ଜାଣନ୍ତି। ପିସିସି ସଭାପତି ଙ୍କର ଭାରତ ଯୋଡ଼ କାର୍ଯ୍ୟକ୍ରମ ରେ ମୋର ଭୂମିକା କଣ ଥିଲା ତାହା ମଧ୍ୟ ଓଡିଶା ର କଂଗ୍ରେସ କର୍ମୀ ଜାଣିଛନ୍ତି। ଅତଏବ ଯଦି କଂଗ୍ରେସ ପ୍ରାର୍ଥୀ , କର୍ମୀ ଓ ଦଳର ସ୍ୱାର୍ଥ ପାଇଁ ମୁହଁ ଖୋଲି ମୋତେ ବହିଷ୍କାର ହେବାକୁ ପଡେ ତେବେ ଏହି କାର୍ଯ୍ୟ କୁ ମୁଁ ବାରମ୍ବାର କରିବାକୁ ପଛେଇବି ନାହିଁ ବୋଲି ମାନସ ଚେତାବନୀ ଦେଇଛନ୍ତି।

Manas Choudhury ଓଡିଶା ପ୍ରଦେଶ କଂଗ୍ରେସ ପ୍ରଦେଶ କଂଗ୍ରେସ ମାନସ ଚୌଧୁରୀ
Share. Facebook Twitter LinkedIn Email WhatsApp Copy Link

Related Posts

NEET MDS 2026 ପାଇଁ ଆବେଦନ ପ୍ରକ୍ରିୟା ଜାରି: ମାର୍ଚ୍ଚ 30 ସୁଦ୍ଧା କରନ୍ତୁ ପଞ୍ଜୀକରଣ

March 14, 2026

ଇଞ୍ଜିନିୟରମାନଙ୍କ ପାଇଁ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 14, 2026

ଦେଶରେ ପ୍ରଥମ ହେଲା ପୂର୍ବତଟ ରେଳପଥ: ବର୍ଷକରେ ପରିବହନ କଲା ୫୦୦ ମେଟ୍ରିକ ଟନ୍ ପଣ୍ୟ

March 14, 2026

ନୂଆଦିଲ୍ଲୀରେ ସମ୍ୱଲପୁରୀ ଗାୟକଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 14, 2026
Latest News

NEET MDS 2026 ପାଇଁ ଆବେଦନ ପ୍ରକ୍ରିୟା ଜାରି: ମାର୍ଚ୍ଚ 30 ସୁଦ୍ଧା କରନ୍ତୁ ପଞ୍ଜୀକରଣ

March 14, 2026

ଇଞ୍ଜିନିୟରମାନଙ୍କ ପାଇଁ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 14, 2026

ଦେଶରେ ପ୍ରଥମ ହେଲା ପୂର୍ବତଟ ରେଳପଥ: ବର୍ଷକରେ ପରିବହନ କଲା ୫୦୦ ମେଟ୍ରିକ ଟନ୍ ପଣ୍ୟ

March 14, 2026

ନୂଆଦିଲ୍ଲୀରେ ସମ୍ୱଲପୁରୀ ଗାୟକଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 14, 2026

ଓଡ଼ିଶାରେ ୩.୫ ଗୁଣରୁ ଅଧିକ ବେଗରେ କାର୍ଯ୍ୟକ୍ଷମ ହେଲା ନୂଆ ରେଳ ଟ୍ରାକ୍‌

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.