Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଧାନସଭା ଅଧିବେଶନ ଆରମ୍ଭ, ରାଜ୍ୟପାଳଙ୍କ ଅଭିଭାଷଣରୁ ଗୃହକାର୍ଯ୍ୟ ଆରମ୍ଭ
ଆଜିର ଖବର

ବିଧାନସଭା ଅଧିବେଶନ ଆରମ୍ଭ, ରାଜ୍ୟପାଳଙ୍କ ଅଭିଭାଷଣରୁ ଗୃହକାର୍ଯ୍ୟ ଆରମ୍ଭ

June 25, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ମଙ୍ଗଳବାର ଆରମ୍ଭ ହୋଇଛି। ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଜର ଅଭିଭାଷଣ ରଖିଥିଲେ। ପ୍ରାରମ୍ଭରେ ବିଜୟ ନେଇ ରାଜ୍ୟପାଳ ଅଭିନନ୍ଦନ ଜଣାଇଥିଲେ। ଦିବଙ୍ଗତ ପୂର୍ବତନ ସାଂସଦ, ବିଧାୟକ ଏବଂ ଶହୀଦ ଯବାନଙ୍କ ପାଇଁ ଶୋକ ପ୍ରକାଶ କରିଥିଲେ। ବାତ୍ୟା ‘ଫନି’ର ଭୟାବହତା ଓ କ୍ଷୟକ୍ଷତି ବିଷୟରେ ସୂଚନା ଦେବା ସହ ବାତ୍ୟା ମୁକାବିଲାରେ ରାଜ୍ୟ ସରକାରଙ୍କ ସଫଳତାକୁ ପ୍ରଶଂସା କରିଥିଲେ। ରାଜ୍ୟପାଳ କହିଥିଲେ, ମୋ ସରକାରକୁ କ୍ରମାଗତ ୫ମ ଥର ପାଇଁ ଜନମତ ମିଳିଛି। ଲୋକଙ୍କ ଭରସା ଓ ବିଶ୍ଵାସକୁ ବଜାୟ ରଖିବାକୁ ଆମେ ସଙ୍କଳ୍ପବଦ୍ଧ। ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ପାଳନ ପାଇଁ ପ୍ରଥମ ଦିନକରୁ ପ୍ରଚେଷ୍ଟା କରାଯାଇଛି। ସରକାର ଗଢିବାର ପ୍ରଥମ ଦିନର ମନ୍ତ୍ରିପରିଷଦ ଡକାଯାଇ କାର୍ଯୃ ଆରମ୍ଭ କରାଯାଇଛି । କାଳିଆ ଯୋଜନାରେ ଭୂମିହୀନ, ଭାଗଚାଷୀଙ୍କୁ ସାମିଲ କରାଯାଇଛି। କୃଷିର ବିକାଶ ଓ କଷକ ସଶକ୍ତୀକରଣ ସରକାରର ମୂଳ ଲକ୍ଷ୍ୟ। ମିଶନ ଶକ୍ତି ମହିଳା ଗୋଷ୍ଠୀଙ୍କୁ ୫ ହଜାର କୋଟିର କାମ ଦିଆଯିବ। ପ୍ରତି ପଞ୍ଚାୟତ ଓ ଜିଲା ସ୍ତରରେ ମିଶନ ଶକ୍ତି ଗୃହ ପ୍ରତିଷ୍ଠା ହେବ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତଙ୍କୁ ସ୍ବାସ୍ଥ୍ୟସେବା ମିଳୁଛି। ଏହି ଯୋଜନାରେ ସହାୟତା ରାଶିରେ ବୃଦ୍ଧି କରାଯାଇ ମହିଳାଙ୍କୁ ୧୦ଲକ୍ଷଟଙ୍କାର ସ୍ବାସ୍ଥ୍ୟ ସହାୟତା ମିଳିବ ।  ହାଇସ୍କୁଲରେ ଆଇଟି ଲ୍ୟାବ୍‌ ପ୍ରତିଷ୍ଠା ହେବ। ସମସ୍ତ ବୈଷୟିକ ଶିକ୍ଷାକୁଷ୍ଠାନକୁ ୱାଇଫାଇ କରାଯିବ। ଶିଳ୍ପରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ପାଇଁ ସଂରକ୍ଷଣ ବ୍ୟବସ୍ଥା କରାଯାଉଛି। ରାଜ୍ୟର ସମସ୍ତ କଚ୍ଚା ଘରକୁ ପକ୍କା କରିବାକୁ ଉଦ୍ୟମ କରାଯାଇଛି ।  ବୃଦ୍ଧା, ଭିନ୍ନକ୍ଷମ ଆଦି ଭତ୍ତାକୁ ବୃଦ୍ଧି କରାଯାଇଛି । ଭୁବେନଶ୍ବର – କଟକ ଦ୍ବୈତ ନଗର ପାଇଁ ମେଟ୍ରୋ ରେଳ କରାଯିବାର ରହିଛି । ଭୁବନେଶ୍ଵରରେ ବିଶ୍ଵସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ବିକଶିତ ହୋଇଛି ବୋଲି ରାଜ୍ୟପାଳ ତାଙ୍କ ଅଭିଭାଷଣରେ ସୂଚନା ଦେଇଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଇଂଲଣ୍ଡକୁ ପରାସ୍ତ କରିବା ପାଇଁ ଭାରତକୁ କେତେ ରନ ଆବଶ୍ୟକ?: ଦେଖନ୍ତୁ ପରିସଂଖ୍ୟାନ

March 5, 2026

ରେଢ଼ାଖୋଲ ବିଜୁ ଜନତା ଦଳ ପକ୍ଷରୁ ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କ ୧୦୮ ତମ ଜନ୍ମ ଜୟନ୍ତୀ

March 5, 2026

ଜନଗଣନା-୨୦୨୭ ପାଇଁ ‘ପ୍ରଗତି’ ଏବଂ ‘ବିକାଶ’ ମାସ୍କଟ୍‌ର ଶୁଭାରମ୍ଭ କଲେ ଅମିତ ଶାହ

March 5, 2026

ଆମେରିକା ଇରାନ ସଂଘର୍ଷ: ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଇରାନ ଓ ଓମାନ ବୈଦେଶିକ ମନ୍ତ୍ରୀଙ୍କ ସହିତ ହେଲେ କଥା

March 5, 2026
Latest News

ଇଂଲଣ୍ଡକୁ ପରାସ୍ତ କରିବା ପାଇଁ ଭାରତକୁ କେତେ ରନ ଆବଶ୍ୟକ?: ଦେଖନ୍ତୁ ପରିସଂଖ୍ୟାନ

March 5, 2026

ରେଢ଼ାଖୋଲ ବିଜୁ ଜନତା ଦଳ ପକ୍ଷରୁ ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କ ୧୦୮ ତମ ଜନ୍ମ ଜୟନ୍ତୀ

March 5, 2026

ଜନଗଣନା-୨୦୨୭ ପାଇଁ ‘ପ୍ରଗତି’ ଏବଂ ‘ବିକାଶ’ ମାସ୍କଟ୍‌ର ଶୁଭାରମ୍ଭ କଲେ ଅମିତ ଶାହ

March 5, 2026

ଆମେରିକା ଇରାନ ସଂଘର୍ଷ: ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଇରାନ ଓ ଓମାନ ବୈଦେଶିକ ମନ୍ତ୍ରୀଙ୍କ ସହିତ ହେଲେ କଥା

March 5, 2026

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ୬୧ତମ କ୍ରୀଡ଼ା ଉତ୍ସବ ଉଦ୍‌ଯାପିତ

March 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.