Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»NEET ସମ୍ବନ୍ଧରେ ଏ ବର୍ଷ ଏତେ ବିବାଦ କାହିଁକି?: ବୁଝନ୍ତୁ ସମସ୍ତ ସମସ୍ୟା
ଆଜିର ଖବର

NEET ସମ୍ବନ୍ଧରେ ଏ ବର୍ଷ ଏତେ ବିବାଦ କାହିଁକି?: ବୁଝନ୍ତୁ ସମସ୍ତ ସମସ୍ୟା

June 9, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଏହି ବର୍ଷ, NEET, ସ୍ନାତକୋତ୍ତର ମେଡିକାଲ ପାଠ୍ୟକ୍ରମରେ ଆଡମିଶନ ପାଇଁ ପରୀକ୍ଷା, ଅନେକ ବିବାଦ ଘେରି ରହିଛି। ଛାତ୍ରଛାତ୍ରୀମାନେ ଅନେକ ପ୍ରସଙ୍ଗରେ ସ୍ୱର ଉତ୍ତୋଳନ କରିଛନ୍ତି ଏବଂ ସୁପ୍ରିମକୋର୍ଟ ସମେତ ଅନେକ କୋର୍ଟରେ NEET ବିରୋଧରେ ଆବେଦନ କରିଛନ୍ତି।

ପୃଷ୍ଠଭୂମି ସୂଚନା

୧.   ନିଟ୍ (ସ୍ନାତକ)- ୨୦୨୪ ବିଷୟରେ

ନେସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଦ୍ୱାରା୫ ମଇ ୨୦୨୪ରେ ୫୭୧ଟି ସହର (ବିଦେଶର ୧୪ଟି ସହରକୁ ମିଶାଇ) ର ୪,୭୫୦ଟି କେନ୍ଦ୍ରରେ ନିଟ୍ (ୟୁଜି) ୨୦୨୪ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

ଦେଶର ସମସ୍ତ ମେଡିକାଲ ଶିକ୍ଷାନୁଷ୍ଠାନରେ ସ୍ନାତକ ଡାକ୍ତରୀ ପାଠ୍ୟକ୍ରମ (ଏମବିବିଏସ୍, ବିଡିଏସ୍ ଇତ୍ୟାଦି)ରେ ନାମଲେଖା ପାଇଁ ନେସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏସ) ୨୦୧୯ ମଇ ମାସରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ନିଟ୍ (ସ୍ନାତକ) ପରୀକ୍ଷା ଆୟୋଜନ କରିଆସୁଛି।

୨.   ନିଟ୍ (ସ୍ନାତକ) ଫଳାଫଳ ଘୋଷଣା ପରେ ଚିନ୍ତା

୪ ଜୁନ୍ ୨୦୨୪ରେ ଏନଟିଏ ଦ୍ୱାରା ପରୀକ୍ଷା ଫଳ ଘୋଷଣା କରାଯାଇଥିଲା ।

ଫଳାଫଳ ପ୍ରକାଶ ପାଇବା ପରଠାରୁଅପ୍ରତ୍ୟାଶିତ ଭାବେ ଅଧିକ କଟ୍ ଅଫ୍ ସ୍କୋର, କ୍ଷତିପୂରଣ ମାର୍କ ଏବଂ ପର୍ଫେକ୍ଟ ସ୍କୋର ହାସଲ କରିଥିବା (୭୨୦/୭୨୦) ପରୀକ୍ଷାର୍ଥୀଙ୍କ ସଂଖ୍ୟାକୁ ନେଇ ଚିନ୍ତା ବଢ଼ିଛି । ଗୋଟିଏ କେନ୍ଦ୍ରରେ ୮ ଜଣ ଟପର୍ (୬ ଜଣ ପର୍ଫେକ୍ଟ ସ୍କୋରର ଏବଂ ୭୧୮ ଓ ୭୧୯ ସ୍କୋର କରିଥିବା ଜଣେ ଲେଖାଏଁ) ଥିବା ନେଇ ମଧ୍ୟ ଚିନ୍ତା ପ୍ରକଟ କରାଯାଇଛି ଅର୍ଥାତ୍ ସମସ୍ତ ୮ ଜଣ ପରୀକ୍ଷାର୍ଥୀ କେବଳ ଗୋଟିଏ କେନ୍ଦ୍ରରୁ ପରୀକ୍ଷା ଦେଇଥିବା ଅନୁମାନ କରାଯାଉଛି। ସାଧାରଣ ନିର୍ବାଚନ ଫଳାଫଳ ଘୋଷଣା ତାରିଖ ଦିନ ଅର୍ଥାତ୍ ଜୁନ୍ ୪ ତାରିଖରେ ଫଳାଫଳ ଶୀଘ୍ର ଘୋଷଣା ହେବା ନେଇ ମଧ୍ୟ ଚିନ୍ତା ପ୍ରକଟ କରାଯାଇଛି। ୧୦ ଦିନ ଆଗରୁ ପରୀକ୍ଷା ଫଳ ପ୍ରକାଶ ପାଇଥିବା ଅଭିଯୋଗ ହୋଇଛି।

ଏନଟିଏର ପକ୍ଷ

ସୂଚନା ବୁଲେଟିନରେ ଘୋଷଣା କରାଯାଇଥିବା ତାରିଖ ୧୪ ଜୁନ, ୨୦୨୪ ପରିବର୍ତ୍ତେ ୪ ଜୁନ୍ ୨୦୨୪ରେ ନିଟ୍ ସ୍ନାତକ ଫଳାଫଳ ଘୋଷଣା ସମ୍ପର୍କରେ ଏନଟିଏ ଏକ ଆଭିମୁଖ୍ୟ ଗ୍ରହଣ କରି ଦର୍ଶାଇଛି, ଯେହେତୁ ୨୦୨୪ ଜୁନ୍ ୪ ସୁଦ୍ଧା ଫଳାଫଳ ପ୍ରସ୍ତୁତ ହୋଇସାରିଛି, ତେଣୁ ଘୋଷଣାକୁ ଆଉ ୧୦ ଦିନ ବିଳମ୍ବ କରିବାର କୌଣସି କାରଣ ନାହିଁ। ଏହାବ୍ୟତୀତ ଏନଟିଏ ବର୍ଷକୁ ବର୍ଷ ଫଳାଫଳ ଘୋଷଣା ସମୟରେ ସୁଧାର ଆଣିବା ଦିଗରେ କାର୍ଯ୍ୟ କରୁଛି । କଟ୍ ଅଫ୍ ବିଷୟରେ କହିବାକୁ ଗଲେ, ପ୍ରାର୍ଥୀଙ୍କ ଆପେକ୍ଷିକ ପ୍ରଦର୍ଶନ ଉପରେ ନିର୍ଭର କରି ସେଗୁଡ଼ିକ ଭିନ୍ନ ଭିନ୍ନ ହୋଇଥାଏ।

ଅଧିକ ସଂଖ୍ୟକ ପର୍ଫେକ୍ଟ ସ୍କୋରର ଅର୍ଥାତ୍ ୭୨୦/୭୨୦ ବିଷୟରେ ଜାଣିବାକୁ ମିଳିଛି ଯେ ଚଳିତ ବର୍ଷ ସମ୍ପୂର୍ଣ୍ଣ ମାର୍କ ରଖିଥିବା ୬୭ ଜଣ ପରୀକ୍ଷାର୍ଥୀ ଅଛନ୍ତି । ତେବେ ଏହି ୬୭ ଜଣଙ୍କ ମଧ୍ୟରୁ ୪୪ ଜଣ ସମ୍ପୂର୍ଣ୍ଣ ମାର୍କ ରଖିବା ପଛରେ ଗୋଟିଏ ପଦାର୍ଥ ବିଜ୍ଞାନ ଉତ୍ତରରେ ସଂଶୋଧନ ହିଁ ଦାୟୀ। ଏଥିରେ ବର୍ତ୍ତମାନର ଦୁଇଟି ବିକଳ୍ପକୁ ସଠିକ୍ ଭାବରେ ଗ୍ରହଣ କରାଯାଇଛି ।

୩. ସମୟ ନଷ୍ଟ ପାଇଁ ଗ୍ରେସ୍‌ ମାର୍କ

କେତେକ ପରୀକ୍ଷା କେନ୍ଦ୍ରରେ ୦୫.୦୫.୨୦୨୪ରେ ନିଟ୍‌ (ସ୍ନାତକ) ପରୀକ୍ଷା ଆୟୋଜନ ବେଳେ ସମୟ ନଷ୍ଟକୁ ନେଇ ଚିନ୍ତା ବ୍ୟକ୍ତ କରାଯାଇ ପଞ୍ଜାବ ଓ ହରିୟାଣା, ଦିଲ୍ଲୀ ଓ ଛତିଶଗଡ଼ ହାଇକୋର୍ଟରେ ନିଟ୍‌ (ସ୍ନାତକ) ପ୍ରାର୍ଥୀଙ୍କ ଦ୍ୱାରା ରିଟ୍ ପିଟିସନ ଦାଖଲ କରାଯାଇଥିବା ନେଇ ଏନଟିଏ ସୂଚନା ଦେଇଥିଲା। ପରୀକ୍ଷାର୍ଥୀମାନେ କହିଛନ୍ତି ଯେ ଏହି କେନ୍ଦ୍ରଗୁଡ଼ିକରେ ପରୀକ୍ଷା ଶେଷ କରିବା ପାଇଁ ସେମାନଙ୍କୁ ପୂରା ୩ ଘଣ୍ଟା ୨୦ ମିନିଟ୍ ସମୟ ମିଳିନାହିଁ, ଯାହା ପଛରେ ପ୍ରଶ୍ନପତ୍ରର ଭୁଲ ବଣ୍ଟନ ଠାରୁ ଆରମ୍ଭ କରି କେତେକ କ୍ଷେତ୍ରରେ ଚିରି ଯାଇଥିବା ଓଏମ୍ଆର୍ ଦିଆଯିବା ଆଦି କାରଣ ରହିଛି।

ତେଣୁ ଏଭଳି ଅଭିଯୋଗ/ପ୍ରସ୍ତାବର ଅନୁଧ୍ୟାନ କରି ଏ ସମ୍ପର୍କରେ ଆବଶ୍ୟକ ସୁପାରିସ ଦାଖଲ କରିବା ପାଇଁ ଏନଟିଏ ପକ୍ଷରୁ ପରୀକ୍ଷା ଓ ଶିକ୍ଷା କ୍ଷେତ୍ରର ବିଶେଷଜ୍ଞମାନଙ୍କୁ ନେଇ ଏକ ଅଭିଯୋଗ ସମାଧାନ କମିଟି (ଜିଆରସି) ଗଠନ କରାଯାଇଥିଲା। ଏନଟିଏ ପକ୍ଷରୁ କୋର୍ଟରେ ଦର୍ଶାଯାଇଛି ଯେ ଜିଆରସିର ସୁପାରିସ ଆଧାରରେ ପ୍ରାର୍ଥୀଙ୍କ ପ୍ରତିନିଧିତ୍ୱ ଉପରେ ନିଷ୍ପତ୍ତି ନିଆଯିବ।

କମିଟି ସମ୍ପୃକ୍ତ ପରୀକ୍ଷା କେନ୍ଦ୍ରଗୁଡ଼ିକର କର୍ମକର୍ତ୍ତାଙ୍କ ତଥ୍ୟଗତ ରିପୋର୍ଟ ଏବଂ ସିସିଟିଭି ଫୁଟେଜ୍ ଆଧାରରେ ଅଭିଯୋଗ/ପ୍ରସ୍ତାବକୁ ବିଚାରକୁ ନେଇଥିଲା। ୨୦୧୮ର ରିଟ୍‌ ପିଟିସନ୍‌ ୫୫୧ରେ ୧୩.୦୬.୨୦୧୮ରେ ଦିଆଯାଇଥିବା ରାୟରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ବ୍ୟବହୃତ ପ୍ରଣାଳୀ/ସୂତ୍ର ଅନୁଯାୟୀ ପରୀକ୍ଷା ସମୟ ନଷ୍ଟ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ଏବଂ ଏଭଳି ପରୀକ୍ଷାର୍ଥୀଙ୍କୁ ସେମାନଙ୍କ ଉତ୍ତର ଦକ୍ଷତା ଏବଂ ନଷ୍ଟ ହୋଇଥିବା ସମୟ ଆଧାରରେ ମାର୍କ ସହିତ କ୍ଷତିପୂରଣ ପ୍ରଦାନ କରାଯାଇଥିଲା ।

କ୍ଷତିପୂରଣ ମାର୍କ ଦିଆଯିବା କାରଣରୁ ଉପୁଜିଥିବା ସମସ୍ୟାର ସମାଧାନ ପାଇଁ ଏନଟିଏ ଏକ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛି।

ABP Premium neet NEET UG NEET UG 2024 Paper Leak
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ପ୍ରିୟଙ୍କା ଚତୁର୍ବେଦୀ, ବିଜେପିରେ ଯୋଗଦେବା ଉପରେ ବଢିଲା କଳ୍ପନାଜଳ୍ପନା

August 5, 2025

ଇତିହାସ ରଚିଲେ ଦୀପିକା ପାଦୁକୋଣ: ପଛରେ ପଡ଼ିଲେ ଏହି ହଲିଉଡ୍ ଷ୍ଟାର

August 5, 2025

ଚାରଟି ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କଲା ବିଜେଡି, ଜାଣନ୍ତୁ କେଉଁଠି କାହାକୁ ମିଳିଲା ଦାୟିତ୍ବ

August 5, 2025

ଜୀ ସାର୍ଥକର ‘ଦେଖିବା ଟିଭି ଜିତିବା ଇଭି’ ପ୍ରତିଯୋଗିତାର ୫ ବିଜୟୀଙ୍କୁ ମିଳିଲା ଇଭି ଗାଡି

August 5, 2025
Latest News

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ପ୍ରିୟଙ୍କା ଚତୁର୍ବେଦୀ, ବିଜେପିରେ ଯୋଗଦେବା ଉପରେ ବଢିଲା କଳ୍ପନାଜଳ୍ପନା

August 5, 2025

ରାଜ୍ୟସ୍ତରୀୟ ବନ ଅଧିକାରୀ ସମ୍ମିଳନୀରେ ଜଙ୍ଗଲ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡା ତାଗିଦ, କହିଲେ…

August 5, 2025

ଘୋଷଣା ହେଲା ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଏବଂ ସଦସ୍ୟାଙ୍କ ନାମ

August 5, 2025

ଇତିହାସ ରଚିଲେ ଦୀପିକା ପାଦୁକୋଣ: ପଛରେ ପଡ଼ିଲେ ଏହି ହଲିଉଡ୍ ଷ୍ଟାର

August 5, 2025

ଘୋଷଣା ହେଲା ଓଡିଶା ମହିଳା ଆୟୋଗ ଅଧ୍ୟକ୍ଷା ଓ ସଦସ୍ୟାଙ୍କ ନାମ, ଜାଣନ୍ତୁ କାହାକୁ ଦିଆଗଲା ନିଯୁକ୍ତି

August 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.