
ନୂଆଦିଲ୍ଲୀ: NEET ପରୀକ୍ଷା ବାତିଲ ଏବଂ କାଉନସେଲିଂ ଉପରେ ପ୍ରତିବନ୍ଧକ ସମ୍ପର୍କରେ ଆବେଦନ କରିଥିବା ଆବେଦନକାରୀମାନେ କୌଣସି ଆଶ୍ଵସ୍ତି ପାଇନାହାଁନ୍ତି। କାଉନସେଲିଂ ଉପରେ ପ୍ରତିବନ୍ଧକ ଲଗାଇବାକୁ କୋର୍ଟ ମନା କରି ଦେଇଛନ୍ତି। ଏହି ପ୍ରସଙ୍ଗରେ ଏହାର ଉତ୍ତର ମାଗିବା ପାଇଁ NEET ପରୀକ୍ଷା କରୁଥିବା NTA କୁ ସୁପ୍ରିମକୋର୍ଟ ଉତ୍ତର ମାଗିଛନ୍ତି। କୋର୍ଟ କହିଛନ୍ତି ଯେ, ଏନଟିଆର ଉତ୍ତର ପାଇବା ପରେ ଏହା ଉପରେ ଜୁଲାଇ ୮ ତାରିଖରେ ଶୁଣାଣି ହେବ।