Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୪୪ ବର୍ଷରେ କରିସ୍ମା କପୁର୍‌, ୧୫ ବର୍ଷ ବୟସରେ ଫିଲ୍ମ ଦୁନିଆରେ ପାଦ ଥାପିଥିଲେ କରିସ୍ମା
ଆଜିର ଖବର

୪୪ ବର୍ଷରେ କରିସ୍ମା କପୁର୍‌, ୧୫ ବର୍ଷ ବୟସରେ ଫିଲ୍ମ ଦୁନିଆରେ ପାଦ ଥାପିଥିଲେ କରିସ୍ମା

June 25, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

୪୪ ବର୍ଷ ବୟସରେ ପାଦ ଥାପିଛନ୍ତି ବଲିଉଡ୍‌ ଅଭିନେତ୍ରୀ କରିସ୍ମା କପୁର୍‌ । ୯୦ଦଶକର ଲୋକପ୍ରିୟ ଅଭିନେତ୍ରୀ କରିସ୍ମା କପୁର୍‌ ଜୁନ୍‌ ୨୫, ୧୯୭୪ରେ ଜନ୍ମଗ୍ରହଣ କରିଥିଲେ ।  କପୁର୍‌ ପରିବାରର ପ୍ରଥମ ଝିଅ ଭାବେ କରିସ୍ମା ବଲିଉଡ୍‌ରେ ପ୍ରବେଶ କରିଥିଲେ । ୧୯୯୧ରେ  ମାତ୍ର ୧୫ ବର୍ଷ ବୟସରେ ‘ପ୍ରେମ କଏଦୀ’ ଜରିଆରେ ବଲିଉଡ୍‌ ପାଦ ଥାପି ଥିବା କରିସ୍ମା ଅନେକଗୁଡ଼ିଏ ସୁପରହିଟ୍‌ ଫିଲ୍ମ ଦେଇଛନ୍ତି । ତାଙ୍କ ହିଟ୍‌ ଚଳଚ୍ଚିତ୍ର ମଧ୍ୟରେ ରହିଛି ‘ଜିଗର୍‌’, ‘ଅନାରି’, ‘ସାଜନ୍‌ ଚାଲେ ସସୁରାଲ୍‌’, ’ରାଜା ହିନ୍ଦୁସ୍ତାନୀ’, ‘ଦିଲ୍‌ ତୋ ପାଗଲ୍‌ ହୈ,’, ‘ହିରୋ ନଂ ଓ୍ବାନ୍‌’, ’ ବିଓ୍ବି ନଂ ଓ୍ବାନ୍‌’, ’ଜୁଡ୍‌ଓ୍ବା’, ‘ଦୁଲ୍‌ହନ୍‌ ହମ୍‌ ଲେ ଜାଏେଙ୍ଗ’, ‘ହମ୍‌ ସାଥ୍‌ ସାଥ୍‌ ହୈ’, ‘ଫିଜା’, ‘ଜୁବୈଦା’ ପ୍ରମୁଖ । ଅଭିନେତା ରଣଧୀର୍‌ କପୁର୍‌ ଓ ମାତା ବିବତାଙ୍କ ବଡ଼ ଝିଅ ହେଉଛନ୍ତି କରିସ୍ମା । ଫିଲ୍ମ ପରିବାରର ହୋଇଥିଲେ ମଧ୍ୟ ଫିଲ୍ମ ଦୁନିଆକୁ  ଆସିବା ପାଇଁ ତାଙ୍କ ପିତା ଚାହୁଁନଥିଲେ । କିନ୍ତୁ ଫିଲ୍ମ ଦୁନିଆରେ ପାଦ ଥାପି ନିଜର ଏକ ସ୍ବତନ୍ତ୍ର ପରିଚୟ କରିଛନ୍ତି କରିସ୍ମା କପୁର୍‌ । ଅଭିନୟରେ ଯେତିକି ଚର୍ଚ୍ଚିତଥିଲେ, ନିଜ ରିଲ୍‌ ଲାଇଫ୍‌କୁ ନେଇ ମଧ୍ୟ ସେତିକି ଚର୍ଚ୍ଚିତ କରିସ୍ମା । ଜୁନିଅର୍‌ ବି ଅର୍ଥାତ୍‌ ଅଭିଷେକ ବଚ୍ଚନଙ୍କ ସହ ସମ୍ପର୍କକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଥିଲେ କରିସ୍ମା । ଶୁଣିବାକୁ ମିଳିଥିଲା ଯେ ଉଭୟ କାଳେ ନିର୍ବନ୍ଧ କରିଛନ୍ତି । କିନ୍ତୁ ଅଭିଷେକଙ୍କ ସହ ସମ୍ପର୍କକୁ କାଟି ସଞ୍ଜୟ କପୁର୍‌ଙ୍କୁ ବିବାହ କରିଥିଲେ । କିନ୍ତୁ ଏହି ବିବାହ ବେଶି ଦିନ ତିଷ୍ଠି ପାରିନାହିଁ । ଏବେ ସଞ୍ଜୟଙ୍କଠୁ ଡିଭୋର୍ସ ନେଇ ଅଲଗା ରହୁଛନ୍ତି କରିସ୍ମା । ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି ।  ଏବେ ଏକତା କପୁର୍‌ଙ୍କ ‘ମେଣ୍ଟାଲ୍‌ ହୁଡ୍‌’ ଜରିଆରେ ଡିଜିଟାଲ୍‌ ଡେବ୍ୟୁ କରିବାକୁ ପ୍ରସ୍ତୁତ ହେଉଛନ୍ତି କରିସ୍ମା ।

Share. Facebook Twitter LinkedIn Email WhatsApp Copy Link

Related Posts

ଶପଥ ଗ୍ରହଣ ଉତ୍ସବ ପୂର୍ବରୁ କେରଳ କ୍ୟାବିନେଟ ଘୋଷଣା

May 17, 2026

ମୃତ୍ୟୁଞ୍ଜୟ-ହାରାମଣୀ ଛାତ୍ରବୃତ୍ତି ମେଧା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

May 17, 2026

ନେଦରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆନୁଷ୍ଠାନିକ ଆଲୋଚନା

May 17, 2026

ଡଚ୍ ସିଇଓମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ

May 17, 2026
Latest News

ଶପଥ ଗ୍ରହଣ ଉତ୍ସବ ପୂର୍ବରୁ କେରଳ କ୍ୟାବିନେଟ ଘୋଷଣା

May 17, 2026

ମୃତ୍ୟୁଞ୍ଜୟ-ହାରାମଣୀ ଛାତ୍ରବୃତ୍ତି ମେଧା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

May 17, 2026

ନେଦରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆନୁଷ୍ଠାନିକ ଆଲୋଚନା

May 17, 2026

ଡଚ୍ ସିଇଓମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ

May 17, 2026

ଶିକ୍ଷା ବିକାଶ ସମିତି ପକ୍ଷରୁ ମେଧାବୀ ଅଭିନନ୍ଦନ ୨୦୨୬ ଉତ୍ସବ

May 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.