ବଢ଼ିଲା ଆଉ ୧୦୦ ମେଡିକାଲ ସିଟ୍‌: ୩ଟି ମେଡିକାଲ କଲେଜରେ ସିଟ୍‌ ବୃଦ୍ଧି ନେଇ ସ୍ବାସ୍ଥ୍ୟ ବିଭାଗର ବିଜ୍ଞପ୍ତି

Published: Jun 25, 2019, 5:20 pm IST

ରାଜ୍ୟରେ  ଆଉ ୧୦୦ ମେଡିକାଲ ସିଟ୍‌ ବଢିଛି। ୩ଟି ମେଡିକାଲ କଲେଜରେ ସିଟ୍‌ ବୃଦ୍ଧି ନେଇ ସ୍ବାସ୍ଥ୍ୟ ବିଭାଗର ବିଜ୍ଞପ୍ତି ପ୍ରକାଶ କରିଛି। ବୁର୍ଲାରେ ୫୦ ଏବଂ କୋରାପୁଟ ଓ ମୟୂରଭଞ୍ଜରେ ୨୫-୨୫ ସିଟ୍‌ ବୃଦ୍ଧି କରାଯାଇଛି। ବୁର୍ଲା ଭିମ୍‌ସାରରେ ମେଡିକାଲ ସିଟ୍‌ ସଂଖ୍ୟା ୧୫୦ରୁ ୨୦୦କୁ ବୃଦ୍ଧି କରାଯାଇଛି। ବାରିପଦା ମେଡିକାଲ କଲେଜରେ ସିଟ୍‌ ସଂଖ୍ୟା ୧୦୦ରୁ ୧୨୫ ଓ କୋରାପୁଟ ମେଡିକାଲ କଲେଜରେ ସିଟ୍‌ ସଂଖ୍ୟା ୧୦୦ରୁ ୧୨୫କୁ ବୃଦ୍ଧି କରାଯାଇଛି।  ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବାବଦରେ ସିଟ୍‌ ବୃଦ୍ଧି କରାଯାଇଛି।

Related posts