Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରତାପ ଷଡଙ୍ଗୀଙ୍କୁ ପ୍ରସଂଶା କଲେ ମୋଦୀ, ଗୃହରେ ଧନ୍ୟବାଦ ପ୍ରସ୍ତାବ ଉପରେ ମତରଖି କଲେ ଏହି ପ୍ରସଂଶା
ଆଜିର ଖବର

ପ୍ରତାପ ଷଡଙ୍ଗୀଙ୍କୁ ପ୍ରସଂଶା କଲେ ମୋଦୀ, ଗୃହରେ ଧନ୍ୟବାଦ ପ୍ରସ୍ତାବ ଉପରେ ମତରଖି କଲେ ଏହି ପ୍ରସଂଶା

June 25, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଲୋକସଭାରେ ବକ୍ତବ୍ୟ ରଖୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଦେବା ଅବସରରେ ସାରା ଦେଶବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୋଦି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ଉପରେ ଉଭୟ ଗୃହରେ ଚର୍ଚ୍ଚା ଲାଗି ରହିଛି। ଆଜି ପ୍ରଧାନମନ୍ତ୍ରୀ ମୋଦି ଲୋକସଭାରେ ଏହି ଚର୍ଚ୍ଚା ଉପରେ ତାଙ୍କର ମତ ରଖିଛନ୍ତି। ଏହି ଅବସରରେ ମୋଦି ୨.୦ ସରକାରର ଏଜେଣ୍ଡା ଉପରେ ଆଲୋକପାତ କରିଛନ୍ତି। ସାଧାରଣ ଜନତା ପ୍ରଚଣ୍ଡ ବହୁମତ ଦେଇ ପୁଣିଥରେ ତାଙ୍କୁ ସରକାରକୁ ଆଣିଥିବାରୁ ଜନତାଙ୍କୁ ଧନ୍ୟବାଦ ଦେଇଛନ୍ତି। ଅନେକ ବର୍ଷ ପରେ ଦେଶ ଏକ ମଜବୁତ୍‌ ଜନାଦେଶ ଦେଇଛି ବୋଲି କହିଛନ୍ତି। ସେହିପରି ୫ ବର୍ଷର କଠିନ ପରିଶ୍ରମକୁ ଲୋକେ ଅନୁମୋଦନ କରିଛନ୍ତି। ବହୁ ପରୀକ୍ଷା ନିରୀକ୍ଷା ପରେ ଜନାଦେଶ ଆସିଛି। ଯାହାର କେହି ନାହିଁ, ତାଙ୍କ ପାଇଁ ସରକାର ବୋଲି ମୋଦି କହିଛନ୍ତି। ଏହି ଅବସରରେ ପ୍ରତାପଙ୍କ ସମେତ ଅନ୍ୟ ନେତାମାନଙ୍କର ଭାଷଣକୁ ପ୍ରଶଂସା କରିଛନ୍ତି। ନୂଆ ସଦସ୍ୟମାନେ ବହୁ ମର୍ମସ୍ପର୍ଶୀ ଯୁକ୍ତି ଉପସ୍ଥାପନ କରିଛନ୍ତି  ବୋଲି କହିଛନ୍ତି ମୋଦି। ଅନେକ ବର୍ଷ ପରେ ଦେଶ ଏକ ମଜବୁତ୍‌ ଜନାଦେଶ ଦେଇଛି। ଗୋଟିଏ ସରକାରକୁ ଦ୍ବିତୀୟବାର ପ୍ରଚଣ୍ଡ ମତଦାନ ଦେଇ ସତ୍ତାକୁ ଆଣିଛନ୍ତି, ଏହା ଆମ ମତଦାତା ନିଜଠାରୁ ନିଜ ଦେଶକୁ ଅଧିକ ଭଲପାଉଥିବାର ପ୍ରମାଣ ଦେଉଛି। ସଶକ୍ତି, ସମୃଦ୍ଧ ତଥା ସମାବେଶୀ ଭାରତ ଆମର ଲକ୍ଷ୍ୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଆମ ସରକାର ଗରିବଙ୍କ ପାଇଁ ସମର୍ପିତ ବୋଲି କହିଛନ୍ତି ମୋଦି। କିଏ ଜିତିଲା, କିଏ ହାରିଲା, ସେ ବିଷୟ ଛାଡ଼ିକୁ ଆଗକୁ ଚିନ୍ତା କରିବା ଦରକାର ବୋଲି କହିବା ସହିତ ସମସ୍ତେ ମିଳିମିଶି ଅଖଣ୍ଡ ଭାରତର ସ୍ବପ୍ନକୁ ପୂରା କରିବାକୁ ହେବ ବୋଲି କହିଛନ୍ତି ମୋଦି।

Share. Facebook Twitter LinkedIn Email WhatsApp Copy Link

Related Posts

ଯୁଦ୍ଧବିରତି ନା ଆତ୍ମସମର୍ପଣ? ଟ୍ରମ୍ପ-ଇରାନ ଚୁକ୍ତିକୁ ନେଇ ବଢ଼ୁଛି ଚର୍ଚ୍ଚା

June 15, 2026

ଆମେରିକା-ଇରାନ ଚୁକ୍ତି ମଧ୍ୟରେ ଏଲପିଜି ଓ ପେଟ୍ରୋଲ ନେଇ ଭାରତ ସରକାରଙ୍କ ବଡ଼ ବୟାନ

June 15, 2026

ଖୋର୍ଦ୍ଧାର ବିକାଶରେ ସ୍ଵର୍ଣ୍ଣିମ ଅଧ୍ୟାୟ ସୃଷ୍ଟି ହୋଇଛି: ଅପରାଜିତା ଷଡଙ୍ଗୀ

June 15, 2026

ସୈନିକ ସ୍କୁଲ ରାସ୍ତାରେ ସିରିଜ ଦୁର୍ଘଟଣା

June 15, 2026
Latest News

ଭାରତ-ସ୍ଲୋଭାକିଆ ମିଳିତ ବିବୃତ୍ତି

June 15, 2026

ଯୁଦ୍ଧବିରତି ନା ଆତ୍ମସମର୍ପଣ? ଟ୍ରମ୍ପ-ଇରାନ ଚୁକ୍ତିକୁ ନେଇ ବଢ଼ୁଛି ଚର୍ଚ୍ଚା

June 15, 2026

ପଶ୍ଚିମବଂଗ ଦିଘା ରୁ ‘ଧାମ’ ଶବ୍ଦ ଉଠିବା ପରେ ପୁରୀରେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ଗଣସମ୍ବର୍ଦ୍ଧନା

June 15, 2026

ଆମେରିକା-ଇରାନ ଚୁକ୍ତି ମଧ୍ୟରେ ଏଲପିଜି ଓ ପେଟ୍ରୋଲ ନେଇ ଭାରତ ସରକାରଙ୍କ ବଡ଼ ବୟାନ

June 15, 2026

ଖୋର୍ଦ୍ଧାର ବିକାଶରେ ସ୍ଵର୍ଣ୍ଣିମ ଅଧ୍ୟାୟ ସୃଷ୍ଟି ହୋଇଛି: ଅପରାଜିତା ଷଡଙ୍ଗୀ

June 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.