Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋଆ ଏସ୍‌ଏଚ୍‌ଏମ୍ ପକ୍ଷରୁ ରଜ ପିଠା ପ୍ରତିଯୋଗିତା ଆୟୋଜିତ
ଆଜିର ଖବର

ସୋଆ ଏସ୍‌ଏଚ୍‌ଏମ୍ ପକ୍ଷରୁ ରଜ ପିଠା ପ୍ରତିଯୋଗିତା ଆୟୋଜିତ

June 13, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍‌) ପକ୍ଷରୁ ରଜ ପିଠା ପ୍ରତିଯୋଗିତା ବୁଧବାର ଆୟୋଜିତ ହୋଇଯାଇଛି।

ଏହି ପ୍ରତିଯୋଗିତାରେ ମହିଳାମାନେ ଘରେ ପ୍ରସ୍ତୁତ କରି ବିଭିନ୍ନ ପ୍ରକାର ପିଠା ଆଣିଥିଲେ। ମୋଟ ୨୬ ଜଣ ମହିଳା ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ।

ବିଭିନ୍ନ ପ୍ରକାରର ପୋଡପିଠା ଯେପରିକି ବୁଢା ଚକୁଳି, ଛେନାମଣ୍ଡା, ବିରି ଖୋଜ, ସୋୟାବିନ୍ ଛୁଙ୍କ ଚିତଉ, ଜାମୁକୋଳି ଚିତଉ ପିଠା, ଆମ୍ବ କାକରା, ସପୁରୀ ଚାଉଳ ପୋଡପିଠା, ତାଳ ପୋଡପିଠା, ଚାଉଳ ପୋଡପିଠା, କ୍ଷୀର ପୋଡପିଠା, ବିରି ପୋଡପିଠା, ତ୍ରିରଙ୍ଗା ପୋଡ ପିଠା, ମହୁଲ ପୋଡ ପିଠା, ଚନ୍ଦ୍ରକାନ୍ତି, ସୁଜି ସିଝା ମଣ୍ଡା ପିଠା, ପୁରଦିଆ ମଣ୍ଡା, ସୁଜି କାକରା, ଗୁଡ଼ ଓ ଚିନି ଆରିଷା, ପାଳୁଅ ମଣ୍ଡା ପିଠା, ଭୋଗେଇ, କ୍ଷୀର ଗଇଁଠା, ଜାମୁକୋଳି ମିଠା, ଜାମୁନ୍ ମଣ୍ଡା, ଜାମୁନ୍ ମୋଦକ ଭଳି ୨୪ ପ୍ରକାର ପିଠା ମହିଳାମାନେ ପ୍ରସ୍ତୁତ କରି ପରିବେଷଣ କରିଥିଲେ।

ଏହି ମହିଳାମାନଙ୍କର ରୋଷେଇ ଦକ୍ଷତାକୁ ପରଖିବା ପାଇଁ ବିଚାରକ ଭାବେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି, ଛପନ ଭୋଗର ପ୍ରତିଷ୍ଠାତା ସତ୍ୟବ୍ରତ ମହାନ୍ତି, ପିପୁଲ୍ ହୋଟେଲ ଆଣ୍ଡ ରିସୋର୍ଟ ର ଡାଇକ୍ଟେର (ଅପରେସନ୍‌) ଶ୍ରୀ ସୌମ୍ୟଜିତ୍ ମଜୁମ୍‌ଦାର, ରୋଜିସ୍ କିଚେନ୍‌ର ପରିଚାଳନା ନିର୍ଦ୍ଦେଶିକା ସରୋଜା ଚୌଧୁରୀ ଓ ଶୁଭମ ଇଣ୍ଡଷ୍ଟ୍ରିସ୍‌, ଭୁବନେଶ୍ୱରର ନିର୍ଦ୍ଦେଶକ ମାନସ ପଣ୍ଡା ବିଚାରକ ଭାବେ ଯୋଗ ଦେଇ ଖାଦ୍ୟର ମାନ ନିରୂପଣ କରିଥିଲେ।

ଏହି ପ୍ରତିଯୋଗିତାରେ ପ୍ରତିଯୋଗୀ ମାନଙ୍କର ଖାଦ୍ୟର ସ୍ୱାଦ, ପ୍ରସ୍ତୁତି, ପରିବେଷଣ ଓ ଏହାର ଭିନ୍ନତାକୁ ନେଇ ବିଚାର କରାଯାଇଥିଲେ।

ଏସ୍‌ଏଚ୍‌ଏମ୍ ଡିନ୍‌ର ଅଧ୍ୟକ୍ଷ ପ୍ରଫେସର ଚଇନି ସ୍ୱାଗତ ଭାଷଣ ଦେଇ ପ୍ରତିଯୋଗୀମାନଙ୍କୁ ଧନ୍ୟବାଦ ପ୍ରଦାନ କରି ସହିତ ସେମାନଙ୍କୁ ଉତ୍ସାହିତ କରିଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶୁଭମ୍ ଇଣ୍ଡଷ୍ଟ୍ରିସ୍ ର ନିର୍ଦ୍ଦେଶକ ଶ୍ରୀ ପଣ୍ଡା କହିଥିଲେ ଯେ ଆମ ସଂସ୍କୃତିକୁ ଖୁବ୍ ନିଆରା ଭାବରେ ପରିପ୍ରକାଶ କରିବାର ମାଧ୍ୟମ ହେଉଛି ପିଠା ପ୍ରତିଯୋଗିତା। ଏହା କେବଳ ପ୍ରତିଯୋଗିତା ନୁହେଁ ଏହା ଆମ ଭିତରେ ଲୁକ୍କାୟିତ ଅବସ୍ଥାରେ ଥିବା ପ୍ରତିଭାକୁ ପରିପ୍ରକାଶ କରିବାର ଉପାୟ। ସମ୍ମାନିତ ଅତିଥି ଭାବେ ରୋଜିସ୍ କିଚେନ୍‌ର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତି ଚୌଧୁରୀ କହିଥିଲେ ଯେ ନାରୀମାନେ ସ୍ୱାବଲମ୍ବୀ ହେବା ଏବଂ ସେମାନଙ୍କ ପାଖରେ ଥିବା ଲୁକ୍କାୟିତ ପ୍ରତିଭାକୁ ପ୍ରସ୍ପୁଟିତ କରିବା ଜରୁରୀ। ସେହିପରି ସମ୍ମାନିତ ଅତିଥି ଭାବେ ଛପନ ଭୋଗର ପ୍ରତିଷ୍ଠାତା ଶ୍ରୀ ମହାନ୍ତି, ପିପୁଲ୍ ହୋଟେଲ ଆଣ୍ଡ ରିସୋର୍ଟ ର ଡାଇକ୍ଟେର (ଅପରେସନ୍‌) ଶ୍ରୀ ମଜୁମଦାର ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ସହିତ ଇନୋଭେଟିବ୍ ଚିନ୍ତାଧାରା ପାଇଁ ସେମାନଙ୍କର ଉଦ୍ୟମକୁ ପ୍ରଶଂସା କରିଥିଲେ।

ପ୍ରତିଯୋଗୀମାନଙ୍କ ଖାଦ୍ୟ ପ୍ରସ୍ତୁତିକୁ ନେଇ ବୀଣା ପାଣିଗ୍ରାହୀ ପ୍ରଥମ,  ଜ୍ୟୋସ୍ନା ମିଶ୍ର ଦ୍ୱିତୀୟ ଓ ସୁସ୍ମିତା ପରମାଣିକ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ସ୍ୱାଦରେ ଶଶୀପ୍ରଭା ଦାସ ପ୍ରଥମ, ସନ୍ଧ୍ୟାରାଣୀ ରଥ ଦ୍ୱିତୀୟ ଓ ସରୋଜିନୀ ମିଶ୍ର ତୃତୀୟ ସ୍ଥାନ ଗ୍ରହଣ କରିଥିଲେ। ପ୍ରସ୍ତୁତି ଓ ବାସ୍ନାରେ ମମତା ପାଣି ପ୍ରଥମ, ଅରୁନ୍ଧତୀ ମିଶ୍ର ଦ୍ୱିତୀୟ ଓ ଶ୍ରୀମତି ବିଦୁଲତା ସ୍ୱାଇଁ ତୃତୀୟ ସ୍ଥାନ ଅଧିକାର କରିଥିଲେ। ପିଠାର ଭିନ୍ନତାରେ ଯୁଗଶ୍ରୀ ବିଶୋଇଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ଶେଷରେ ଏସ୍‌ଏଚ୍‌ଏମ୍‌ର ଆସିଷ୍ଟାଂଟ୍ ପ୍ରଫେସର ସଂଘମିତ୍ରା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

ଶିକ୍ଷା ଓ ଅନୁସନ୍ଧାନ ସୋଆ ଏସ୍‌ଏଚ୍‌ଏମ୍
Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ରକ ଭର୍ତ୍ତି ଗଞ୍ଜେଇ ଜବତ : ତିନି ଗିରଫ

July 10, 2026

ଅଣସରର ଏକାଦଶ ଦିନ: ଆଜି ଚକାବିଜେ କରିବେ ମହାପ୍ରଭୁ, କାଲି ଦଶମୂଳମୋଦକ ସେବନ ପରେ ସୁସ୍ଥ ହେବେ ଶ୍ରୀଜିଉ

July 10, 2026

ଏବେ ଦୁବାଇରୁ ଆସିବ ବିଦ୍ୟୁତ୍: ସମୁଦ୍ର ତଳେ ବିଛାଯିବ କେବୁଲ୍, ଜାଣନ୍ତୁ କେତେ ଖର୍ଚ୍ଚ କରିବ ଭାରତ?

July 10, 2026

ଓଡ଼ିଶାରେ ପ୍ରଥମ: ସମ୍ ହସ୍ପିଟାଲରେ ଅତ୍ୟାଧୁନିକ ମଲିକ୍ୟୁଲାର ଡାଏଗ୍ନୋସିସ୍ ଓ ଜିନୋମିକ୍ସ ଲ୍ୟାବ୍‌

July 10, 2026
Latest News

ଟ୍ରକ ଭର୍ତ୍ତି ଗଞ୍ଜେଇ ଜବତ : ତିନି ଗିରଫ

July 10, 2026

ଅଣସରର ଏକାଦଶ ଦିନ: ଆଜି ଚକାବିଜେ କରିବେ ମହାପ୍ରଭୁ, କାଲି ଦଶମୂଳମୋଦକ ସେବନ ପରେ ସୁସ୍ଥ ହେବେ ଶ୍ରୀଜିଉ

July 10, 2026

ଏବେ ଦୁବାଇରୁ ଆସିବ ବିଦ୍ୟୁତ୍: ସମୁଦ୍ର ତଳେ ବିଛାଯିବ କେବୁଲ୍, ଜାଣନ୍ତୁ କେତେ ଖର୍ଚ୍ଚ କରିବ ଭାରତ?

July 10, 2026

ଓଡ଼ିଶାରେ ପ୍ରଥମ: ସମ୍ ହସ୍ପିଟାଲରେ ଅତ୍ୟାଧୁନିକ ମଲିକ୍ୟୁଲାର ଡାଏଗ୍ନୋସିସ୍ ଓ ଜିନୋମିକ୍ସ ଲ୍ୟାବ୍‌

July 10, 2026

ଦିଲ୍ଲୀରେ ବଡ଼ ରାଜନୈତିକ ହଲଚଲ: ବିଜେପିରେ ଯୋଗଦେବେ ଏହି ଦଳର ୧୬ କାଉନସିଲର 

July 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.