Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲାଏନ୍ସ ଜିଓକୁ ଆନ୍ତର୍ଜାତୀୟ ‘ସିଡିପି ଜଳବାୟୁ’ ପୁରସ୍କାର
ଆଜିର ଖବର

ରିଲାଏନ୍ସ ଜିଓକୁ ଆନ୍ତର୍ଜାତୀୟ ‘ସିଡିପି ଜଳବାୟୁ’ ପୁରସ୍କାର

June 13, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କାର୍ବନ ଫୁଟ୍ ପ୍ରିଣ୍ଟ ହ୍ରାସ କରିବା ଦିଗରେ ପ୍ରୟାସ ପାଇଁ ରିଲାଏନ୍ସ ଜିଓ ଇନଫୋକମ୍ ଲିମିଟେଡ୍ କୁ ୨୦୨୨-୨୩ ବର୍ଷ ପାଇଁ “ସିଡିପି ଜଳବାୟୁ (କ୍ଳାଇମେଟ)” ପୁରସ୍କାର ପ୍ରଦାନ କରାଯାଇଛି । ଆନ୍ତର୍ଜାତୀୟ ରେଟିଂ ଏଜେନ୍ସି – କାର୍ବନ ଡିସକ୍ଲୋଜର ପ୍ରୋଜେକ୍ଟ (ସିଡିପି) ରିଲାଏନ୍ସ ଜିଓକୁ ଏହାର ଉଦ୍ୟମ ପାଇଁ ‘ଏ’ ରେଟିଂ ପ୍ରଦାନ କରିଛି । ୨୦୧୯ ପରଠାରୁ ଜିଓ ପ୍ରଥମ ଥର ପାଇଁ ‘ଏ’ ରେଟିଂ ପାଇଛି । ଭାରତୀୟ ଟେଲିକମ୍ କ୍ଷେତ୍ରର ଦ୍ୱିତୀୟ ବୃହତ୍ତମ କମ୍ପାନୀ ଭାରତୀ ଏୟାରଟେଲ୍କୁ ‘ବି’ ରେଟିଂ ମିଳିଛି ।

ସିଡିପି ‘ଏ’ ରେଟିଂ କେବଳ ସେହି କମ୍ପାନୀମାନଙ୍କୁ ଦିଆଯାଇଥାଏ ଯାହା ପରିବେଶ କ୍ଷେତ୍ରରେ ନେତୃତ୍ୱ ଦେଖାଇଥାଏ । ଜଳବାୟୁ ପରିବର୍ତ୍ତନ, ଜଙ୍ଗଲ ନଷ୍ଟ ହେବା ଏବଂ ଜଳ ନିରାପତ୍ତା ଭଳି ପ୍ରସଙ୍ଗରେ କମ୍ପାନୀକୁ ଏହାର କାର୍ଯ୍ୟ ଏବଂ କାର୍ଯ୍ୟପ୍ରଣାଳୀ ସିଡିପିକୁ ସୂଚିତ କରିବାକୁ ପଡିଥାଏ । ଏହା ସହିତ କମ୍ପାନୀମାନଙ୍କୁ ଜଳବାୟୁ ପରିବର୍ତ୍ତନକୁ ନିୟନ୍ତ୍ରଣ କରିବା ଏବଂ ଜଳ ସମସ୍ୟାକୁ ହ୍ରାସ କରିବା ପାଇଁ ରଣନୀତି ପ୍ରସ୍ତୁତ ଏବଂ କାର୍ଯ୍ୟକାରୀ କରିବାକୁ ପଡିଥାଏ ।

ଜିଓ ମୁଖପାତ୍ର କହିଛନ୍ତି, “କାର୍ବନ ଫୁଟ୍ ପ୍ରିଣ୍ଟ ହ୍ରାସ କରିବାରେ ରିଲାଏନ୍ସ ଜିଓ ନେତୃତ୍ୱର ଦୂରଦୃଷ୍ଟି ଏବଂ ପ୍ରତିବଦ୍ଧତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଜିଓକୁ ଦିଆଯାଇଥିବା ‘ଏ’ ଗ୍ରେଡ୍ ସ୍ଥିରତା ଏବଂ ଦାୟିତ୍ୱସଂପନ୍ନ କାର୍ଯ୍ୟଧାରା ପ୍ରତି ଏହାର ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଛି ।”

ରେଟିଂ ସମ୍ପର୍କରେ ସିଡିପି ପକ୍ଷରୁ ପ୍ରକାଶ କରାଯାଇଛି ଯେ “ଯେଉଁ କମ୍ପାନୀଗୁଡିକ ‘ଏ’ ରେଟିଂ ପାଇଛନ୍ତି ସେମାନେ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ସବୁଠାରୁ ସଚେତନ ଏବଂ ପାରଦର୍ଶୀ । ଆମର ମୂଲ୍ୟାୟନ ପରିବେଶର ପ୍ରମୁଖ ମାନକଗୁଡିକୁ ରେଖାଙ୍କିତ କରୁଛି ଏବଂ ଏହି ତଥ୍ୟରୁ ଆପଣ କମ୍ପାନୀଗୁଡିକ ମଧ୍ୟରେ ଏକ ତୁଳନାତ୍ମକ ଅଧ୍ୟୟନ କରିପାରିବେ ।”

‘ସିଡିପି ଜଳବାୟୁ’ ପୁରସ୍କାର ବ୍ୟତୀତ ରିଲାଏନ୍ସ ଜିଓ “ସିଡିପି ସପ୍ଲାୟର ଏନଗେଜମେଣ୍ଟ” ରେ ମଧ୍ୟ ‘ଏ’ ରେଟିଂ ପାଇଛି।

Reliance JIO
Share. Facebook Twitter LinkedIn Email WhatsApp Copy Link

Related Posts

ଅଳ୍ପକେ ପରାଜୟରୁ ବଞ୍ଚିଲା ଭାରତ: ଶେଷ ଓଭରରେ ଜାପାନ ଠାରୁ ଜିତିଲା ଟିମ୍ ଇଣ୍ଡିଆ

September 22, 2026

ବିହାର: ଭୂମିହୀନ ପରିବାର ପାଇଁ ଜମି, ଆଜିଠାରୁ ପଞ୍ଚାୟତରେ ସ୍ୱତନ୍ତ୍ର ଶିବିର

September 22, 2026

ଏସୀୟ କ୍ରୀଡ଼ାରେ ଇତିହାସ ରଚିଲା ମହିଳା କ୍ରିକେଟ୍ ଦଳ, ଭରତ ପାଇଁ ଜିତିଲା ପ୍ରଥମ ସ୍ୱର୍ଣ୍ଣ

September 22, 2026

ନାଗରିକତା ବିନା ଭୋଟ କିପରି: ସୋନିଆ ଗାନ୍ଧୀଙ୍କ ଉପରେ ବଡ଼ ଆକ୍ରମଣ କଲା ବିଜେପି

September 22, 2026
Latest News

ଅଳ୍ପକେ ପରାଜୟରୁ ବଞ୍ଚିଲା ଭାରତ: ଶେଷ ଓଭରରେ ଜାପାନ ଠାରୁ ଜିତିଲା ଟିମ୍ ଇଣ୍ଡିଆ

September 22, 2026

ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ, ଶୋକ ପ୍ରସ୍ତାବ ପରେ ବିରୋଧୀଙ୍କ ହଟ୍ଟଗୋଳ

September 22, 2026

ବିହାର: ଭୂମିହୀନ ପରିବାର ପାଇଁ ଜମି, ଆଜିଠାରୁ ପଞ୍ଚାୟତରେ ସ୍ୱତନ୍ତ୍ର ଶିବିର

September 22, 2026

ଏସୀୟ କ୍ରୀଡ଼ାରେ ଇତିହାସ ରଚିଲା ମହିଳା କ୍ରିକେଟ୍ ଦଳ, ଭରତ ପାଇଁ ଜିତିଲା ପ୍ରଥମ ସ୍ୱର୍ଣ୍ଣ

September 22, 2026

ନାଗରିକତା ବିନା ଭୋଟ କିପରି: ସୋନିଆ ଗାନ୍ଧୀଙ୍କ ଉପରେ ବଡ଼ ଆକ୍ରମଣ କଲା ବିଜେପି

September 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.