ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିବାରୁ ପେମା ଖାଣ୍ଡୁଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

Published: Jun 13, 2024, 8:49 pm IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ପେମା ଖାଣ୍ଡୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଏହି ଅବସରରେ ଶପଥ ଗ୍ର୍ରହଣ କରିଥିବା ଅନ୍ୟ ମନ୍ତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ପ୍ରଧାନମନ୍ତ୍ରୀ ଦ୍ରୁତ ଗତିରେ ବିକାଶ ସୁନିଶ୍ଚିତ କରି ଲୋକମାନଙ୍କ ସେବା କରିବା ଦିଗରେ ଆଗାମୀ ଦିନରେ ସେମାନଙ୍କର ପ୍ରଚେଷ୍ଟା ପାଇଁ ଶୁଭକାମନା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି ଯେ:

“ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିବାରୁ ପେମା ଖାଣ୍ଡୁଙ୍କୁ ଅଭିନନ୍ଦନ । ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ଅନ୍ୟ ସମସ୍ତଙ୍କୁ ମଧ୍ୟ ମୋର ଶୁଭେଚ୍ଛା । ଲୋକମାନଙ୍କର ସେବା କରିବା ପାଇଁ ଆଗାମୀ ଦିନରେ ସେମାନେ କରିବାକୁ ଥିବା ପ୍ରଚେଷ୍ଟା ପାଇଁ ମୋର ଶୁଭକାମନା । ଏହି ନୂଆ ଟିମ୍ ଆଗାମୀ ଦିରେ ରାଜ୍ୟର ବିକାଶ ଆହୁରି ଦ୍ରୁତ ଗତିରେ ହେଉଛି ବୋଲି ସୁନିଶ୍ଚିତ କରିବ ।”

Related posts