Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦର୍ଶକଙ୍କୁ ଆମୋଦିତ କରିବାକୁ ଫେରିଲା ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ
ଆଜିର ଖବର

ଦର୍ଶକଙ୍କୁ ଆମୋଦିତ କରିବାକୁ ଫେରିଲା ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ

June 15, 2024No Comments4 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: କ୍ଷୁଦ୍ର ଚଳଚ୍ଚିତ୍ର, ପ୍ରମାଣିକ ଚଳଚ୍ଚିତ୍ର ଏବଂ ଆନିମେସନ୍ ଚଳଚ୍ଚିତ୍ର ପାଇଁ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଏମଆଇଏଫ୍ଏଫ୍)ର ଅଷ୍ଟାଦଶ ସଂସ୍କରଣ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି। ଏହାର ଭବ୍ୟ ଉଦଘାଟନୀ କାର୍ଯ୍ୟକ୍ରମ ଦର୍ଶକ ଏବଂ ଶିଳ୍ପ ପେସାଦାରମାନଙ୍କୁ ସମାନ ଭାବରେ ଆକର୍ଷିତ କରିବ ବୋଲି ପ୍ରତିଶ୍ରୁତି ଦେଇ ଏକ ଚଳଚ୍ଚିତ୍ର ଉତ୍ସବର ଶୁଭାରମ୍ଭ କରିବାକୁ ଯାଉଛି।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଏହି ମହୋତ୍ସବ ଅଂଶଗ୍ରହଣକାରୀଙ୍କୁ ବହୁପ୍ରତିକ୍ଷିତ ତଥା ସମୃଦ୍ଧ ଅନୁଭୂତିର ଝଲକ ପ୍ରଦାନ କରିବ। ମହୋତ୍ସବର ବିଭିନ୍ନ ସିନେମା ସମ୍ପଦକୁ ଉଜାଗର କରି ସେ କହିଛନ୍ତି, ଏଭଳି ଉତ୍ସବ ଆୟୋଜନର ମୂଳ ଉଦ୍ଦେଶ୍ୟ କେବଳ ସିନେମାକୁ ପ୍ରୋତ୍ସାହିତ କରିବା ନୁହେଁ, ବରଂ ସାମ୍ପ୍ରତିକ ଏବଂ ସାମାଜିକ-ଆର୍ଥିକ ପ୍ରସଙ୍ଗ ଉପରେ ବିଚାର କରିବା ଏବଂ ନୀତି ନିର୍ମାତାମାନଙ୍କୁ ସମାଧାନ ଦିଗରେ ମାର୍ଗଦର୍ଶନ କରିବା।

ପ୍ରମାଣିକ ଏବଂ କ୍ଷୁଦ୍ର ଚଳଚ୍ଚିତ୍ରର ବଢୁଥିବା ବଜାର ବିଷୟରେ ସଙ୍କେତ ଦେଇ ସଞ୍ଜୟ ଜାଜୁ କହିଥିଲେ ଯେ, ‘‘ପ୍ରମାଣିକ ଚଳଚ୍ଚିତ୍ର ବିଶ୍ୱସ୍ତରରେ ୧୬ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ଏକ ବିଶାଳ ଶିଳ୍ପ। ଏହା ଭିନ୍ନ ଶୈଳୀରେ ସୂଚନା, ପ୍ରେରଣା, ଆତ୍ମସମୀକ୍ଷା ଏବଂ ମନୋରଞ୍ଜନ କରିବାର ସାମର୍ଥ୍ୟକୁ ପ୍ରଦର୍ଶିତ କରିଥାଏ। ପ୍ରମାଣିକ ଚଳଚ୍ଚିତ୍ର ବ୍ୟତୀତ ଆମର ଏକ ଅତ୍ୟନ୍ତ ଚର୍ଚ୍ଚିତ ଏବଂ ଗତିଶୀଳ ଭିଏଫଏକ୍ସ ଦିଗ ରହିଛି ଯେଉଁଥିରେ ଆନିମେସନ ମଧ୍ୟ ଅନ୍ତର୍ଭୁକ୍ତ। ଏହା ଏକ ବଡ଼ ଶିଳ୍ପ ଯାହାର ଆମ ଦେଶରେ ବିପୁଳ ଆର୍ଥିକ ଏବଂ ନିଯୁକ୍ତି ସମ୍ଭାବନା ରହିଛି। ଆମେ ଖୁସି ଯେ ଏହି ବର୍ଗକୁ ଚଳିତ ବର୍ଷ ଏମଆଇଏଫଏଫର ଅଂଶ ବିଶେଷ କରାଯାଇପାରିଛି।’’

ଆନିମେସନ୍ ଏବଂ ଭିଏଫଏକ୍ସ ଉଦ୍ୟୋଗରେ ଆମ ଦେଶ ଯେଉଁ ପ୍ରବେଶ କରିଛି ତାହା ଉପରେ ଆଲୋକପାତ କରି ସଚିବ ଆହୁରି କହିଛନ୍ତି ଯେ, ‘‘ ‘ଛୋଟା ଭୀମ’ ଏବଂ ‘ଚାଚା ଚୌଧୁରୀ’ଙ୍କ ଭଳି ଭାରତୀୟ ଭିଏଫଏକ୍ସ ଚରିତ୍ର ବିଶ୍ୱରେ ପରିଚିତ ହୋଇପାରିଛନ୍ତି। ସେମାନେ ପ୍ରମାଣ କରିଛନ୍ତି ଯେ ଭାରତୀୟ କାହାଣୀଗୁଡ଼ିକ ବିଶ୍ୱ ସ୍ତରରେ ପ୍ରଭାବୀ ଢଙ୍ଗରେ ପ୍ରତିଫଳିତ ହେବାର ଶକ୍ତି ରଖିଛନ୍ତି। ସେ ଜୋର ଦେଇ କହିଥିଲେ, ‘‘ସାମଗ୍ରିକ ଉଦ୍ଦେଶ୍ୟ ହେଉଛି ଆନିମେସନ୍ କ୍ଷେତ୍ରରେ ଆମ ଦେଶ ଭିତରେ ବୌଦ୍ଧିକ ସମ୍ପତ୍ତି ସୃଷ୍ଟି କରିବା, ଯାହା ବହୁ ଦୂରକୁ ଯିବା ଉଚିତ। ଏହା ଆମର ଅନେକ ନିର୍ମାତାଙ୍କ ପାଇଁ ଏପରି ଧାରଣା ଆଣିବ ଯାହା ବିଶ୍ୱର ପରିକଳ୍ପନାକୁ ଆକର୍ଷିତ କରିବ ଏବଂ ଏହାକୁ ଗ୍ରହଣ କରିବା ଲାଗି ସୁଯୋଗ ଦେବ।’’

ସଞ୍ଜୟ ଜାଜୁ ଘୋଷଣା କରିଛନ୍ତି ଯେ ଆସନ୍ତା ସପ୍ତାହରେ ଏମଆଇଏଫଏଫରେ ୬୧ଟି ଭାଷାରେ ୫୯ଟି ଦେଶର ୩୧୪ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହେବା। ଏହି ମହୋତ୍ସବରେ ୮ଟି ବିଶ୍ୱ ପ୍ରିମିୟର, ୫ଟି ଅନ୍ତର୍ଜାତୀୟ ପ୍ରିମିୟର, ୧୮ଟି ଏସିଆ ପ୍ରିମିୟର ଏବଂ ୨୧ଟି ଇଣ୍ଡିଆ ପ୍ରିମିୟର ହେବାର କାର୍ଯ୍ୟକ୍ରମ ରହିଛି। ‘‘୬୦ଟି ଦେଶ ସେମାନଙ୍କ ଚଳଚ୍ଚିତ୍ର ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଅଂଶଗ୍ରହଣ କରୁଛନ୍ତି,’’ ସେ କହିଥିଲେ।

ସଚିବ ଆହୁରି କହିଥିଲେ, ଉଦଘାଟନୀ ସମାରୋହରେ ଶ୍ରୀଲଙ୍କା ସରକାର ସେମାନଙ୍କ ସାଂସ୍କୃତିକ ଐତିହ୍ୟକୁ ଲୋକଲୋଚନକୁ ଆଣିବା ଭଳି କାର୍ଯ୍ୟକ୍ରମ ପ୍ରଦର୍ଶନ କରିବାକୁ ଯାଉଥିବା ବେଳେ ଆର୍ଜେଣ୍ଟିନା ସରକାର ଉଦଯାପନୀ ଉତ୍ସବରେ ନିଜ ଦେଶର ପ୍ରତିଭା ପ୍ରଦର୍ଶନ କରିବେ।

ଏମଆଇଏଫଏଫ କେବଳ ଭାରତ ପାଇଁ ନୁହେଁ। ଏହା ଦୁନିଆ ବିଷୟରେ ଆଧାରିତ। ଏହା ସମଗ୍ର ବିଶ୍ୱର ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ଏକ ସୁଯୋଗ ପ୍ରଦାନ କରିଥାଏ ବୋଲି ସଚିବ ଶ୍ରୀ ଜାଜୁ କହିଥିଲେ।

ଏମଆଇଏଫଏଫରେ କିଛି ଅଭିନବ ପଦକ୍ଷେପ ଘୋଷଣା କରି ସଚିବ କହିଛନ୍ତି, ‘‘ଚଳିତ ବର୍ଷର ମହୋତ୍ସବରେ ପ୍ରଥମ ଥର ପାଇଁ ଡକ୍ ଫିଲ୍ମ ବଜାର ଆରମ୍ଭ ହେଉଛି, ଯାହା ସ୍ୱାଧୀନ ଚଳଚ୍ଚିତ୍ର ନିର୍ମାତାଙ୍କ ଲାଗି ସେମାନଙ୍କ ପ୍ରକଳ୍ପ ନିମନ୍ତେ କ୍ରେତା, ପ୍ରାୟୋଜକ ଏବଂ ସହଯୋଗୀ ଖୋଜିବା ପାଇଁ ଏକ ଉତ୍ସର୍ଗୀକୃତ ବଜାର।

ପ୍ରଥମ ଥର ପାଇଁ ଏମଆଇଏଫଏଫ ଡାନିଏଲା ଭୋଲକରଙ୍କ ନିର୍ଦ୍ଦେଶିତ ଏକ ମିଡଫେଷ୍ଟ ଫିଲ୍ମ ‘ଦ କମାଣ୍ଡାଣ୍ଟସ୍ ଶେଡୋ’କୁ ଚୟନ କରିଛି, ଯାହା ମହୋତ୍ସବର ଆକର୍ଷରେ ଏକ ନୂଆ ଦିଗ ଯୋଡିଛି।

ସମାବେଶନ ଏବଂ ସୁଲଭତା ଆହୁରି ପ୍ରୋତ୍ସାହିତ କରିବା ଦିଗରେ ସେ କହିଥିଲେ ଯେ ଏମଆଇଏଫ୍ଏଫ୍ ୨୦୨୪ ଏହାର ସ୍ଥାନଗୁଡିକୁ ସମସ୍ତଙ୍କ ପାଇଁ ସମ୍ପୂର୍ଣ୍ଣ ସୁଲଭ କରିଛି ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱୟମ୍ ସହ ଭାଗିଦାରୀରେ ଭିନ୍ନକ୍ଷମମାନଙ୍କ ପାଇଁ ସ୍ୱତନ୍ତ୍ର ଚଳଚ୍ଚିତ୍ର ପ୍ରଦର୍ଶନ କରିବାକୁ ଯାଉଛି।

ପ୍ରଥମ ଥର ପାଇଁ ହେଉଥିବା ଆଉ ଏକ ପ୍ରୟାସ କ୍ରମେ, ମୁମ୍ବାଇ, କୋଲକାତା, ଚେନ୍ନାଇ, ପୁଣେ ଏବଂ ଦିଲ୍ଲୀ ଭଳି ପାଞ୍ଚଟି ସହରରେ ଏକକାଳୀନ ଏମଆଇଏଫ୍ଏଫ୍ ସ୍କ୍ରିନିଂ ଏବଂ ରେଡ୍ କାର୍ପେଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଯେଉଁଠାରେ ଦର୍ଶକ ସମାନ୍ତରାଳ ସ୍କ୍ରିନିଂ ଉପଭୋଗ କରିପାରିବେ। ଏହା ସମଗ୍ର ଭାରତରେ ଚଳଚ୍ଚିତ୍ର ପ୍ରେମୀଙ୍କ ପ୍ରିୟ ବିଶ୍ୱସ୍ତରୀୟ ସିନେମାର ଯାଦୁକୁ ପ୍ରଦର୍ଶିତ କରିବ।

ଭବିଷ୍ୟତ ପିଢ଼ିର ଚଳଚ୍ଚିତ୍ର ନିର୍ମାତାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମନ୍ତ୍ରଣାଳୟର ପ୍ରୟାସ ବିଷୟରେ ସୂଚନା ଦେଇ ସଚିବ କହିଛନ୍ତି ଯେ ଚଳିତ ବର୍ଷ ଏହି ଉତ୍ସବରେ ଏଫଟିଆଇଆଇ, ଏସଆରଏଫଟିଆଇ ଏବଂ ଆଇଆଇଏମସି ଭଳି ପ୍ରମୁଖ ଚଳଚ୍ଚିତ୍ର ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ନିମନ୍ତ୍ରଣ କରି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ସେମାନଙ୍କୁ ମହୋତ୍ସବରେ ନିଜକୁ ନିୟୋଜିତ କରିବା ଏବଂ ଶିଳ୍ପ ନେତୃବର୍ଗ ଏବଂ ନେଟୱର୍କ ଠାରୁ ଶିଖିବାର ସୁଯୋଗ ପ୍ରଦାନ କରିବ। ‘‘ଏହି ମହୋତ୍ସବରେ ଉଦୀୟମାନ ଚଳଚ୍ଚିତ୍ର ନିର୍ମାତାମାନେ ପରସ୍ପର ଠାରୁ ଏବଂ ଯେଉଁମାନେ ପୂର୍ବରୁ ନିଜର ପରିଚୟ ସୃଷ୍ଟି କରିସାରିଥିବା ଚଳଚ୍ଚିତ୍ର ବିଶେଷଜ୍ଞ ଏବଂ କିମ୍ବଦନ୍ତୀଙ୍କ ଠାରୁ ଶିଖିବାର ସୁଯୋଗ ପାଇପାରିବେ। ଏମଆଇଏଫଏଫର ଅନେକ ମହାନ ଚଳଚ୍ଚିତ୍ର ନିର୍ମାତା ସୃଷ୍ଟି କରିବାର ପରମ୍ପରା ରହିଛି। ଭବିଷ୍ୟତ ପାଇଁ ଚାମ୍ପିୟନ ସୃଷ୍ଟି କରିବା ଏବଂ ସେମାନଙ୍କୁ ବଡ଼ ହେବାର ସୁଯୋଗ ପ୍ରଦାନ କରିବା ଏହାର ମୂଳ ଉଦ୍ଦେଶ୍ୟ’’ ବୋଲି ସେ କହିଛନ୍ତି।

ସଞ୍ଜୟ ଜାଜୁ ଆହୁରି ମଧ୍ୟ କହିଛନ୍ତି ଯେ ଉଦଘାଟନୀ ସମାରୋହରେ ଏଫଟିଆଇଆଇ ଛାତ୍ର କ୍ଷୁଦ୍ର ଚଳଚ୍ଚିତ୍ର ‘‘ସନ୍‌ଫ୍ଲାୱାର୍ସ ୱେର୍‌ ଦ ଫର୍ଷ୍ଟ ୱାନ୍ସ ଟୁ ନୋ’’ ପ୍ରଦର୍ଶିତ ହେବ, ଯାହା ଚଳିତ ବର୍ଷ ୭୭ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ସମ୍ମାନିତ ହୋଇଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମର ସଫ୍ଟ ପାୱାରରେ ଭାରତର ପ୍ରଗତି ଏକ ବାସ୍ତବତା ଏବଂ ଆସନ୍ତା ସପ୍ତାହରେ ଏମଆଇଏଫଏଫର ଅଂଶ ହେବାକୁ ଯାଉଥିବା ଏହି କଳ୍ପନାତ୍ମକ ନିର୍ମାତାମାନଙ୍କ ଦ୍ୱାରା ଏହା ପ୍ରୋତ୍ସାହିତ ହେବାକୁ ଯାଉଛି। ‘‘ଆମେ ଏକ ବିଶାଳ, ବିବିଧ ଦେଶ ଯେଉଁଠାରେ ଏସବୁ ଭାଷାରେ ବହୁ ସଂଖ୍ୟକ ଭାଷା ଓ ନିର୍ମାତା ଅଛନ୍ତି । ସୋସିଆଲ ମିଡିଆ ଯୁଗରେ ଏମିତି ଅନେକ ନିର୍ମାତା ଅଛନ୍ତି ଯେଉଁମାନେ ସିନେମା ସ୍କୁଲକୁ ମଧ୍ୟ ଯାଇନାହାନ୍ତି। କିନ୍ତୁ ସେମାନଙ୍କର ଏକ ବିଶାଳ ପ୍ରଭାବୀ ନେଟୱର୍କ ଅଛି ଏବଂ ସେମାନଙ୍କର କାର୍ଯ୍ୟକ୍ରମ ଓ ବିଷୟବସ୍ତୁରେ ଯଥେଷ୍ଟ ସମ୍ଭାବନା ରହିଛି। ମହୋତ୍ସବରେ ଏଭଳି ସମସ୍ତ ଲୋକଙ୍କୁ ସୁଯୋଗ ମିଳିବ। ସ୍ୱାଧୀନ ଚଳଚ୍ଚିତ୍ର ନିର୍ମାତାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ସରକାରୀ ଯୋଜନା ରହିଛି,’’ ବୋଲି ସେ କହିଥିଲେ।

ଅଷ୍ଟାଦଶ ସଂସ୍କରଣ ଏମଆଇଏଫଏଫ କ୍ଷୁଦ୍ର ଚଳଚ୍ଚିତ୍ର ସଞ୍ଜୟ ଜାଜୁ
Share. Facebook Twitter LinkedIn Email WhatsApp Copy Link

Related Posts

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025

ଗୋପାଳପୁରରେ ସମବାୟ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

August 25, 2025

ବିପର୍ଯ୍ୟୟ ମୁକାବିଲା, ଏଏମ୍ସ ଭୁବନେଶ୍ବରରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତାଲିମ ଶିବିର ଆରମ୍ଭ

August 25, 2025
Latest News

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025

ଗୋପାଳପୁରରେ ସମବାୟ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

August 25, 2025

ବିପର୍ଯ୍ୟୟ ମୁକାବିଲା, ଏଏମ୍ସ ଭୁବନେଶ୍ବରରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତାଲିମ ଶିବିର ଆରମ୍ଭ

August 25, 2025

ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.