ନୂଆଦିଲ୍ଲୀ: ଶାସନ ହାତରୁ ଗଲେ କଣ ଅବସ୍ଥା ହୁଏ ତାହା ସମସ୍ତେ ଜାଣନ୍ତି। ସେହିପରି ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଆନ୍ଧ୍ର ପ୍ରଦେଶ ସରକାର ପରିବର୍ତ୍ତନ ପରେ। ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ବାସଭବନକୁ ଭାଙ୍ଗିଛି ନଗର ନିଗମ। ପୂର୍ବରୁ ଜଗମୋହନ ବେଆଇନି ନିର୍ମାଣ କରିଛନ୍ତି ବୋଲି ଅଭିଯୋଗ ହୋଇଥିଲା। ହେଲେ ସେ ମୁଖ୍ୟମନ୍ତ୍ରୀ ଥିବାରୁ କେହି କିଛି କରିପାରିଲେ ନାହିଁ।
ବର୍ତ୍ତମାନ ଗତ 12 ତାରିଖରେ ଆନ୍ଧ୍ର ପ୍ରଦେଶ ସରକାର ପରିବର୍ତ୍ତନ ହୋଇଯାଇଛି। ଜଗମୋହନଙ୍କ ସ୍ଥାନରେ ଟିଡିପି ନେତା ଚନ୍ଦ୍ରବାବୁ ନାଇଡୁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଶାସନ ଭାର ନେବାର ଦିନ କେଇଟା ହୋଇ ନାହିଁ ଆରମ୍ଭ କରିଦେଲେ ଏହି ପଦକ୍ଷେପ।
ଜଗନମୋହନଙ୍କ ହାଇଦ୍ରାବାଦ ଲୋଟସ ପଣ୍ଡ ନିକଟରେ ଏକ ନୂଆ ଘର କରିଛନ୍ତି। ସେଥିରେ ସେ ନଗର ନିଗମର ଏକ ଚଲା ରାସ୍ତା ଉପରେ ଏହି ଘର ନିର୍ମାଣ କରିଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଧିବାସୀମାନେ ଅଭିଯୋଗ କରିଥିଲେ। ଏହା ଉପରେ ନୂଆ ସରକାର ପଦକ୍ଷେପ ଗ୍ରହଣ କରି ବୁଲଡୋଜର ଲଗାଇ ଦେଇଛନ୍ତି।