ନୂଆ ସରକାରରେ ମନ୍ତ୍ରୀମାନଙ୍କୁ ମିଳିଲା ଦାୟିତ୍ୱ, ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ?

Published: Jun 15, 2024, 8:47 pm IST

ଭୁବନେଶ୍ବର: ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ ଆଜି ମନ୍ତ୍ରୀମଣ୍ଡଳର ବିଭାଗ ବଣ୍ଟନ କରାଯାଇଛି। ଜାଣନ୍ତୁ କେଉଁ ମନ୍ତ୍ରୀଙ୍କୁ ମିଳିଲା କେଉଁ ବିଭାଗ…..

ମୋହନ ମାଝୀ: ମୁଖ୍ୟମନ୍ତ୍ରୀ, ଗୃହ, ସାଧାରଣ ପ୍ରଶାସନ ବିଭାଗ

କନକବର୍ଦ୍ଧନ ସିଂହଦେଓ: ଉପ ମୁଖ୍ୟମନ୍ତ୍ରୀ, କୃଷି, ଶକ୍ତି

ପ୍ରଭାତୀ ପରିଡ଼ା: ଉପ ମୁଖ୍ୟମନ୍ତ୍ରୀ, ମହିଳା ଓ ଶିଶୁ ବିଭାଗ, ମିଶନ ଶକ୍ତି

ସୁରେଶ ପୂଜାରୀ: ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ

ପୃଥ୍ବୀରାଜ ହରିଚନ୍ଦନ: ଆଇନ ଓ ପୂର୍ତ୍ତ, ଅବକାରୀ

ନିତ୍ୟାନନ୍ଦ ଗଣ୍ଡ: ସ୍କୁଲ ଓ ଗଣଶିକ୍ଷା, ଏସସି/ଏସଟି, ସଂଖ୍ୟାଲଘୁ ଓ ଓବିସି, ସାମାଜିକ ସୁରକ୍ଷା

ମୁକେଶ ମହାଲିଙ୍ଗ: ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ଆଇଟି

ରବି ନାରାୟଣ ନାଏକ: ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ

କୃଷ୍ଣଚନ୍ଦ୍ର ପାତ୍ର: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ କାରିଗରୀ

ବିଭୂତି ଭୂଷଣ ଜେନା: ବାଣିଜ୍ୟ, ପରିବହନ, ଖଣି ଓ ଇସ୍ପାତ

କୃଷ୍ଣଚନ୍ଦ୍ର ମହାପାତ୍ର: ଗୃହ ଓ ନଗର ଉନ୍ନୟନ, ସାଧାରଣ ଉଦ୍ୟୋଗ

ଗଣେଶରାମ ସିଂ ଖୁଣ୍ଟିଆ: ଜଙ୍ଗଲ ଓ ପରିବେଶ, ଶ୍ରମ

ସୂର୍ଯ୍ୟବଂଶୀ ସୂରଜ: ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା ଓ ସଂସ୍କୃତି

ପ୍ରଦୀପ ବଳ ସାମନ୍ତ: ସମବାୟ, ବୟନଶିଳ୍ପ, ହସ୍ତଶିଳ୍ପ

ଗୋକୁଳାନନ୍ଦ ମଲ୍ଲିକ: ମତ୍ସ୍ୟ ଓ ପଶୁ ସମ୍ପଦ, ଏମଏସଏମଇ

ସମ୍ପଦ ସ୍ବାଇଁ: ଶିଳ୍ପ, କୌଶଳ ବିକାଶ, ବୈଷୟିକ ଶିକ୍ଷା।

Related posts