ନୂଆଦିଲ୍ଲୀ: ୨୦୨୪ ଟି -୨୦ ବିଶ୍ୱକପର ସୁପର-୮ ପାଇଁ ସମସ୍ତ ଆଠଟି ଦଳ ଚୁଡାନ୍ତ ହୋଇଛି। ସୁପର-୮ରେ ପ୍ରବେଶ କରିଥିବା ବାଂଲାଦେଶ ହେଉଛି ଶେଷ ଦଳ। ବର୍ତ୍ତମାନ ଆଠଟି ଦଳ ମଧ୍ୟରେ ମୋଟ ୧୨ ଟି ମ୍ୟାଚ୍ ଖେଳାଯିବ। ଏହା ପରେ ଟି -୨୦ ବିଶ୍ୱକପର ସେମିଫାଇନାଲ ଏବଂ ଫାଇନାଲ ମ୍ୟାଚ୍ ଆୟୋଜିତ ହେବ। ଭାରତ ଏବଂ ଆମେରିକା ସହିତ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଆଫଗାନିସ୍ତାନ, ୱେଷ୍ଟଇଣ୍ଡିଜ୍, ଦକ୍ଷିଣ ଆଫ୍ରିକା ଏବଂ ବାଂଲାଦେଶ ସୁପର-୮ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।
ଜୁନ୍ ୧୯ ତାରିଖରୁ ସୁପର-୮ ମ୍ୟାଚ୍ ଆରମ୍ଭ ହେବ। ଏହାର ପ୍ରଥମ ମ୍ୟାଚ୍ ଆମେରିକା ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ। ଭାରତର ପ୍ରଥମ ମ୍ୟାଚ୍ ଆଫଗାନିସ୍ତାନ ବିପକ୍ଷରେ ଅଛି। ଜୁନ୍ ୨୦ ତାରିଖରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ। ସୁପର-୮ ପାଇଁ ଦୁଇଟି ଗ୍ରୁପ ଗଠନ କରାଯାଇଛି। ପ୍ରତ୍ୟେକ ଗ୍ରୁପରେ ଚାରୋଟି ଦଳ ଅଛନ୍ତି। ଗ୍ରୁପ୍-୧ ରେ ଭାରତ ଅଛି । ଏଥିରେ ଆଫଗାନିସ୍ତାନ, ଅଷ୍ଟ୍ରେଲିଆ ଏବଂ ବାଂଲାଦେଶ ମଧ୍ୟ ଅନ୍ତର୍ଭୁକ୍ତ। ଗ୍ରୁପ୍-୨ରେ ଇଂଲଣ୍ଡ, ୱେଷ୍ଟଇଣ୍ଡିଜ୍, ଆମେରିକା ଏବଂ ଦକ୍ଷିଣ ଆଫ୍ରିକା ରଖାଯାଇଛି।
ସଂପୂର୍ଣ୍ଣ କାର୍ଯ୍ୟସୂଚୀ: