Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଦ୍ୟୁତ୍ କେୱାଇସି ଅପଡେଟ୍ ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ଦୂରସଞ୍ଚାର ବିଭାଗ
ଆଜିର ଖବର

ବିଦ୍ୟୁତ୍ କେୱାଇସି ଅପଡେଟ୍ ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ଦୂରସଞ୍ଚାର ବିଭାଗ

June 18, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବିଦ୍ୟୁତ ସଂଯୋଗ ସହ ଜଡ଼ିତ କେୱାଇସି ଅପଡେଟ୍ ଦୁର୍ନୀତିରେ ବିଭିନ୍ନ ମୋବାଇଲ ନମ୍ବର ଜରିଆରେ ଜାଲିଆତି ହୋଇଥିବା ଖବର ଆସିବା ପରେ ନାଗରିକଙ୍କୁ ସୁରକ୍ଷା ଦେବା ପାଇଁ ଦୂରସଞ୍ଚାର ବିଭାଗ (ଡିଓଟି) ଲକ୍ଷ୍ୟ ଆଧାରିତ ପଦକ୍ଷେପ ଗ୍ରହଣ କରିଛି।

ଏଠାରେ କେତେକ ଗୁରୁତ୍ୱପୂର୍ଣ୍ଣ ବିବରଣୀ ଦିଆଯାଇଛି:

ଡିଓଟିର ସଂଚାର ସାଥୀ ପୋର୍ଟାଲରେ ‘ଚକ୍ଷୁ-ରିପୋର୍ଟ ସନ୍ଦିଗ୍ଧ ଠକେଇ ଯୋଗାଯୋଗ’ ସୁବିଧା ମାଧ୍ୟମରେ ସନ୍ଦିଗ୍ଧ ଠକେଇ ଯୋଗାଯୋଗ ବିଷୟରେ ସୂଚନା ଦେବା ପାଇଁ ସଚେତନ ଏବଂ ସତର୍କ ନାଗରିକମାନେ ସକ୍ରିୟ ହୋଇଛନ୍ତି। ଏହା ସାଇବର ଅପରାଧ ଏବଂ ଆର୍ଥିକ ଠକେଇର ମୁକାବିଲା ଏବଂ ରୋକିବାରେ ଡିଓଟିକୁ ସାହାଯ୍ୟ କରିଛି ।

ନାଗରିକଙ୍କ ଡିଭାଇସ୍ ଉପରେ ନିୟନ୍ତ୍ରଣ ହାସଲ କରିବା ପାଇଁ ଠକମାନେ ବିଦ୍ୟୁତ ସଂଯୋଗ ସହ ଜଡ଼ିତ କେୱାଇସି ଅପଡେଟ୍ ଏବଂ କ୍ଷତିକାରଣ ଏପିକେ ଫାଇଲ୍ ସହ ଜଡ଼ିତ ଏସଏମଏସ୍ ଏବଂ ହ୍ୱାଟ୍ସଆପ୍ ମେସେଜ୍ ବ୍ୟବହାର କରୁଥିବା ର କିଛି ମାମଲା ସାମ୍ନାକୁ ଆସିଛି।

ଦୂରସଞ୍ଚାର ବିଭାଗ ଚକ୍ଷୁ ପୋର୍ଟାଲକୁ ଜାଲିଆତି କାର୍ଯ୍ୟକଳାପ ରିପୋର୍ଟ ଏବଂ ବିଶ୍ଳେଷଣ ପାଇଁ ବ୍ୟବହାର କରିଥିଲା ଏବଂ ପ୍ରାରମ୍ଭିକ ଭାବରେ ପାଞ୍ଚଟି ସନ୍ଦିଗ୍ଧ ସଂଖ୍ୟା ଚିହ୍ନଟ କରିଥିଲା। ପୋର୍ଟାଲର ଏଆଇ ଦ୍ୱାରା ପରିଚାଳିତ ବିଶ୍ଳେଷଣରୁ ଜଣାପଡିଛି ଯେ ୩୧,୭୪୦ ମୋବାଇଲ୍ ନମ୍ବର ସହ ଯୋଡ଼ି ହୋଇଥିବା ୩୯୨ଟି ହ୍ୟାଣ୍ଡସେଟ୍ ଏଭଳି ଠକେଇ କାର୍ଯ୍ୟରେ ସମ୍ପୃକ୍ତ ଥିଲା।

ସାଇବର ଅପରାଧ, ଆର୍ଥିକ ଠକେଇରେ ଅପବ୍ୟବହାର ହୋଇଥିବା ୩୯୨ଟି ମୋବାଇଲ୍ ହ୍ୟାଣ୍ଡସେଟ୍ କୁ ସର୍ବଭାରତୀୟ ସ୍ତରରେ ଆଇଏମ୍ଇଆଇ ଆଧାରିତ ବ୍ଲକ୍‌ ବା ବନ୍ଦ କରିବା ପାଇଁ ସମସ୍ତ ଦୂରସଞ୍ଚାର ସେବା ପ୍ରଦାନକାରୀ (ଟିଏସପି)ଗୁଡ଼ିକୁ ଡିଓଟି ନିର୍ଦ୍ଦେଶ ଦେଇଛି। ଏଥିସହ ଏହି ସବୁ ମୋବାଇଲ ହ୍ୟାଣ୍ଡସେଟ୍ ସହ ଲିଙ୍କ୍ ହୋଇଥିବା ୩୧,୭୪୦ଟି ମୋବାଇଲ୍ ସଂଯୋଗର ପୁନଃ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୁନଃ ଯାଞ୍ଚରେ ବିଫଳ ହେବା ଫଳରେ ରିପୋର୍ଟ ହୋଇଥିବା ନମ୍ବରଗୁଡିକୁ ତୁରନ୍ତ ବିଚ୍ଛିନ୍ନ କରିବା ଏବଂ ସଂପୃକ୍ତ ହ୍ୟାଣ୍ଡସେଟ୍ ବ୍ଲକ୍‌ କରିବାକୁ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଏହି ପଦକ୍ଷେପ ଦୂରସଞ୍ଚାର ନେଟୱର୍କର ସୁରକ୍ଷା ବଢ଼ାଇବା ଏବଂ ନାଗରିକମାନଙ୍କୁ ଡିଜିଟାଲ୍ ଠକେଇରୁ ରକ୍ଷା କରିବା ପାଇଁ ଡିଓଟିର ପ୍ରତିବଦ୍ଧତାକୁ ଦର୍ଶାଉଛି।

ସଞ୍ଚାର ସାଥୀ ପୋର୍ଟାଲରେ ଚକ୍ଷୁ ସୁବିଧା ବିଷୟରେ:

ଦୂରସଞ୍ଚାର ବିଭାଗର ସଂଚାର ସାଥୀ ପୋର୍ଟାଲ (www.Sancharsaathi.gov.in)ରେ ପୂର୍ବରୁ ଉପଲବ୍ଧ ନାଗରିକ କୈନ୍ଦ୍ରିକ ସୁବିଧାରେ ଚକ୍ଷୁ ହେଉଛି ସଦ୍ୟତମ ବ୍ୟବସ୍ଥା । ‘ଚକ୍ଷୁ’ ନାଗରିକମାନଙ୍କୁ କେୱାଇସି ଅବଧି ଶେଷ କିମ୍ବା ବ୍ୟାଙ୍କ ଆକାଉଣ୍ଟ/ପେମେଣ୍ଟ ୱାଲେଟ/ସିମ୍/ଗ୍ୟାସ୍ ଅପଡେଟ୍, ସଂଯୋଗ/ବିଦ୍ୟୁତ୍ ସଂଯୋଗ, ଟଙ୍କା ପଠାଇବା ପାଇଁ ସରକାରୀ ଅଧିକାରୀ/ସମ୍ପର୍କୀୟ ପରିଚୟ ଦେବା, ଡିଓଟି ଦ୍ୱାରା ସମସ୍ତ ମୋବାଇଲ୍ ନମ୍ବର ବିଚ୍ଛିନ୍ନ କରିବା ଇତ୍ୟାଦି ଠକେଇ ଉଦ୍ଦେଶ୍ୟରେ କଲ୍, ଏସ୍ଏମ୍ଏସ୍ କିମ୍ବା ହ୍ଵାଟ୍ସଆପ୍ ଜରିଆରେ ମିଳିଥିବା ସନ୍ଦିଗ୍ଧ ଠକେଇ ସମ୍ପର୍କରେ ଜଣାଇବାରେ ସହାୟକ ହୋଇଥାଏ।

ଡିଓଟି ଦୂରସଞ୍ଚାର ବିଭାଗ ସାଇବର ଅପରାଧ
Share. Facebook Twitter LinkedIn Email WhatsApp Copy Link

Related Posts

ବଢିଲା ସୁନା ଏବଂ ରୂପା ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ ଆଜିର ଦର

February 4, 2026

U19 ବିଶ୍ୱକପ୍-2026: ଦ୍ଵିତୀୟ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ

February 4, 2026

‘ଆମ ନିଷ୍ପତ୍ତିରେ ଆମେରିକାର କ’ଣ ଅଧିକାର?’: ବାଣିଜ୍ୟ ଚୁକ୍ତି ଉପରେ ସଚିନ ପାଇଲଟ୍ ଙ୍କ ଟାର୍ଗେଟ

February 4, 2026

ସ୍ୱତନ୍ତ୍ର ପରୀକ୍ଷା ପେ ଚର୍ଚ୍ଚା ଏପିସୋଡ୍ ଦେଖିବା ପାଇଁ ସମସ୍ତଙ୍କୁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ

February 4, 2026
Latest News

ବଢିଲା ସୁନା ଏବଂ ରୂପା ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ ଆଜିର ଦର

February 4, 2026

U19 ବିଶ୍ୱକପ୍-2026: ଦ୍ଵିତୀୟ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ

February 4, 2026

‘ଆମ ନିଷ୍ପତ୍ତିରେ ଆମେରିକାର କ’ଣ ଅଧିକାର?’: ବାଣିଜ୍ୟ ଚୁକ୍ତି ଉପରେ ସଚିନ ପାଇଲଟ୍ ଙ୍କ ଟାର୍ଗେଟ

February 4, 2026

ସ୍ୱତନ୍ତ୍ର ପରୀକ୍ଷା ପେ ଚର୍ଚ୍ଚା ଏପିସୋଡ୍ ଦେଖିବା ପାଇଁ ସମସ୍ତଙ୍କୁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ

February 4, 2026

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.