ଉଷ୍ଟ୍ରାସନର ଭିଡିଓ ସେୟାର କଲେ ପ୍ରଧାନମନ୍ତ୍ରୀ

Published: Jun 19, 2024, 9:04 am IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉଷ୍ଟ୍ରାସନ ତଥା ଓଟ ଭଙ୍ଗୀର ଏକ ଭିଡିଓ କ୍ଲିପ୍ ସେୟାର କରିଛନ୍ତି। ଉଷ୍ଟ୍ରାସନ ମଣିଷର ପିଠି, ବେକର ମାଂସପେଶୀକୁ ଦୃଢ଼ କରିବା ସହ ଶରୀରରେ ରକ୍ତ ସଂଚାଳନ ସୁଗମ  ଏବଂ ଦୃଷ୍ଟିଶକ୍ତି ବଢ଼ାଇଥାଏ।

ଆଗକୁ ଆନ୍ତର୍ଜାତିକ ଯୋଗ ଦିବସର ଦଶମ ସଂସ୍କରଣ ଆସୁଥିବା ବେଳେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ସେୟାର କରିଥିବା ଏହି ଭିଡିଓରେ ଉଷ୍ଟ୍ରାସନର ଭଙ୍ଗୀକୁ ଉଭୟ ହିନ୍ଦୀ ଓ ଇଂରାଜୀରେ ବର୍ଣ୍ଣନା କରାଯାଇଛି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

“ଉଷ୍ଟ୍ରାସନ ପିଠି ଓ ବେକର ମାଂସପେଶୀକୁ ସୁଦୃଢ଼ କରିଥାଏ। ଏହା ମଧ୍ୟ ଶରୀରରେ ରକ୍ତ ସଞ୍ଚାଳନ ସୁଗମ କରିବା ସହ ଦୃଷ୍ଟିଶକ୍ତି ବଢ଼ାଇଥାଏ”।

https://x.com/narendramodi/status/1802908408015675841?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1802908408015675841%7Ctwgr%5E1ad7f2a76f03660b2db5f02a2796f3c75bac5acf%7Ctwcon%5Es1_&ref_url=https%3A%2F%2Fpib.gov.in%2FPressReleasePage.aspx%3FPRID%3D2026168

Related posts