Categories
ଆଜିର ଖବର ଜାତୀୟ ଖବର

ସୁପ୍ରିମକୋର୍ଟଙ୍କ ବଡ ନିର୍ଦ୍ଦେଶ: ଯୋଗ ଶିବିର ପାଇଁ ସେବା ଟିକସ ଦେବେ ବାବା ରାମଦେବ

ନୂଆଦିଲ୍ଲୀ: ବାବା ରାମଦେବଙ୍କ ପତଞ୍ଜଳି ଯୋଗପୀଠ ଟ୍ରଷ୍ଟ ସୁପ୍ରିମକୋର୍ଟଙ୍କଠାରୁ ଏକ ବଡ ଝଟକା ପାଇଛି। ଅପିଲ୍ ଟ୍ରିବ୍ୟୁନାଲଙ୍କ ନିଷ୍ପତ୍ତିକୁ କୋର୍ଟ ସମର୍ଥନ କରିଛନ୍ତି, ଯେଉଁଥିରେ ଯୋଗ ଶିବିର ଆୟୋଜନ ପାଇଁ ଦିଆଯାଇଥିବା ପ୍ରବେଶ ଶୁଳ୍କ ଉପରେ ଟ୍ରଷ୍ଟକୁ ସେବା ଟ୍ୟାକ୍ସ ଦେବାକୁ କୁହାଯାଇଥିଲା।

ଜଷ୍ଟିସ ଅଭୟ ଏସ ଓକା ଏବଂ ଜଷ୍ଟିସ ଉଜ୍ଜ୍ୱଲ ଭୁଇୟାଁଙ୍କ ଖଣ୍ଡପୀଠ ଅକ୍ଟୋବର ୫ ତାରିଖ ୨୦୨୩ରେ କଷ୍ଟମ, ଏକ୍ସାଇଜ୍ ଏବଂ ସର୍ଭିସ ଟ୍ୟାକ୍ସ ଆପିଲେଟ ଟ୍ରିବ୍ୟୁନାଲ (ସେଷ୍ଟାଟ) ର ଆହ୍ଲାବାଦ ବେଞ୍ଚର ନିଷ୍ପତ୍ତିରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଜିମ୍‌ ଓ ଯୋଗକେନ୍ଦ୍ର ପାଇଁ ଗାଇଡ୍‌ଲାଇନ୍‌ ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ଜିମ୍ନାସିୟମ୍‌ ଓ ଯୋଗକେନ୍ଦ୍ର ପାଇଁ କେନ୍ଦ୍ର ସରକାର ଗାଇଡଲାଇନ୍‌ ଜାରି କରିଛନ୍ତି । କେବଳ କଣ୍ଟେନମେଣ୍ଟ ଜୋନ୍‌ ବାହାରେ ଥିବା ଜିମ୍‌ ଓ ଯୋଗକେନ୍ଦ୍ରକୁ ଖୋଲିବାକୁ ଅନୁମତି ମିଳିଛି । ସେହିପରି ଏହି ଜିମ୍‌ ଓ ଯୋଗ କେନ୍ଦ୍ରକୁ 65 ବର୍ଷୀୟ ବୟସ୍କ ବ୍ୟକ୍ତି, ଗର୍ଭବତୀ ଓ 10 ବର୍ଷରୁ କମ୍‌ ଶିଶୁଙ୍କୁ ବାରଣ କରାଯାଇଛି । ଯୋଗାଭ୍ୟାସ ଓ ବ୍ୟାୟାମ ବେଳେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି ।ଅତିକମ୍‌ରେ 6 ଫୁଟ୍‌ ଦୂରତା ବଜାୟ ରଖିବାକୁ ପରାମର୍ଶ । ଜିମ୍ନାସିୟମ୍‌ ଓ ଯୋଗକେନ୍ଦ୍ର ପରିସରରେ ଛେପ ପକାଇବା ସମ୍ପୂର୍ଣ୍ଣ ବାରଣ କରାଯାଇଛି । ସେହିପରି ବ୍ୟାୟମ ଉପକରଣ ବ୍ୟବହାର କରିବା ପୂର୍ବରୁ ହାତକୁ ସାନିଟାଇଜ୍‌ କରାଯିବାକୁ ପରାମର୍ଶ ଦିଆଯାଇଛି । ସୂଚନାଯୋଗ୍ୟ, ଅନଲକ୍‌ 3.0ରେ କେନ୍ଦ୍ର ସରକାର ଅଗଷ୍ଟ 5 ତାରିଖରୁ ଜିମ୍‌ ଓ ଯୋଗ କେନ୍ଦ୍ର ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି । (ଏଜେନ୍ସି)

Categories
ଫଟୋ ଖବର

ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ 1800 ଫୁଟ୍‌ ଉଚ୍ଚରେ ଆଇଟିବିପି ଯବାନମାନଙ୍କ ଯୋଗ ପ୍ରଦର୍ଶନ

ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ 1800 ଫୁଟ୍‌ ଉଚ୍ଚରେ ଆଇଟିବିପି ଯବାନମାନଙ୍କ ଯୋଗ ପ୍ରଦର୍ଶନ

Categories
ଆଜିର ଖବର ରାଜ୍ୟ ଖବର

କ୍ୱାରେଣ୍ଟାଇନ ସେଣ୍ଟରରେ ସୁରତ ଫେରନ୍ତାଙ୍କ ଯୋଗଭ୍ୟାସ

ପିଣ୍ଟୁ ବିଷୋୟୀ
ବେଗୁନିଆପଡା : ଅନ୍ୟ ସୁରତ ଫେରନ୍ତାଙ୍କ ପାଇଁ ଉଦାହରଣ ସାଜିଲେ ବେଗୁନିଆପଡା ବ୍ଲକ ସ୍ଥିତ କେ.ବରିଡା କ୍ୱାରେଣ୍ଟାଇନ ସେଣ୍ଟରରେ ଥିବା ସୁରତ ଫେରନ୍ତା ପ୍ରବାସୀ ଓଡ଼ିଆ । ଉକ୍ତ କ୍ୱାରେନଟାଇନ ସେଣ୍ଟରରେ ପ୍ରାୟ 62 ଜଣ ସୁରତ ଫେରନ୍ତା ଥିବାବେଳେ କେ. ବରିଡା ଉର୍ଣ୍ଣିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରବାସୀଙ୍କୁ ଆଜି ଯୋଗ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଭୋରରୁ ସମସ୍ତ ପ୍ରବାସୀ ଶୌଚ ସାରି ବିଦ୍ୟାଳୟର ଖେଳ ପଡିଆରେ ସାମାଜିକ ଦୂରତା ଅବଲମ୍ବନ କରି ଯୋଗ କରିଥିଲେ ।

କଞ୍ଚଣା ସ୍କୁଲର ଖେଳ ଶିକ୍ଷକ ମଞ୍ଜୁଲତା ଡାକୁଆ ଯୋଗ ପ୍ରଶିକ୍ଷଣ ପ୍ରଦାନ କରିଥିବା ବେଳେ ସରପଞ୍ଚ ଚିତ୍ରସେନ ନାୟକ, ଜିଲ୍ଲା ପରିଷଦ ସଦସ୍ୟ ପ୍ରତିନିଧି ତ୍ରିନାଥ ଭୂୟାଁ, ପ୍ରଧାନ ଶିକ୍ଷକ ସୁରଜିତ ବିଷୋୟୀ ପ୍ରମୁଖ ସହଯୋଗ କରିଥିଲେ । ପ୍ରବାସୀ ଓଡ଼ିଆମାନଙ୍କ ଏଭଳି ଶୃଙ୍ଖଳିତ ଭାବରେ କ୍ୱାରେଣ୍ଟାଇନରେ ରହି ସାମାଜିକ ଦୂରତା ଅବଲମ୍ବନ କରି ସରକାରୀ ନିୟମ ପାଳନ କରିଥିବାରୁ ସ୍ଥାନୀୟ ପ୍ରଶାସନ ସାଧୁବାଦ ଜଣାଇଛି ।