ଜିମ୍‌ ଓ ଯୋଗକେନ୍ଦ୍ର ପାଇଁ ଗାଇଡ୍‌ଲାଇନ୍‌ ଜାରି କଲେ କେନ୍ଦ୍ର ସରକାର

Published: Aug 3, 2020, 3:22 pm IST

ନୂଆଦିଲ୍ଲୀ : ଜିମ୍ନାସିୟମ୍‌ ଓ ଯୋଗକେନ୍ଦ୍ର ପାଇଁ କେନ୍ଦ୍ର ସରକାର ଗାଇଡଲାଇନ୍‌ ଜାରି କରିଛନ୍ତି । କେବଳ କଣ୍ଟେନମେଣ୍ଟ ଜୋନ୍‌ ବାହାରେ ଥିବା ଜିମ୍‌ ଓ ଯୋଗକେନ୍ଦ୍ରକୁ ଖୋଲିବାକୁ ଅନୁମତି ମିଳିଛି । ସେହିପରି ଏହି ଜିମ୍‌ ଓ ଯୋଗ କେନ୍ଦ୍ରକୁ 65 ବର୍ଷୀୟ ବୟସ୍କ ବ୍ୟକ୍ତି, ଗର୍ଭବତୀ ଓ 10 ବର୍ଷରୁ କମ୍‌ ଶିଶୁଙ୍କୁ ବାରଣ କରାଯାଇଛି । ଯୋଗାଭ୍ୟାସ ଓ ବ୍ୟାୟାମ ବେଳେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି ।ଅତିକମ୍‌ରେ 6 ଫୁଟ୍‌ ଦୂରତା ବଜାୟ ରଖିବାକୁ ପରାମର୍ଶ । ଜିମ୍ନାସିୟମ୍‌ ଓ ଯୋଗକେନ୍ଦ୍ର ପରିସରରେ ଛେପ ପକାଇବା ସମ୍ପୂର୍ଣ୍ଣ ବାରଣ କରାଯାଇଛି । ସେହିପରି ବ୍ୟାୟମ ଉପକରଣ ବ୍ୟବହାର କରିବା ପୂର୍ବରୁ ହାତକୁ ସାନିଟାଇଜ୍‌ କରାଯିବାକୁ ପରାମର୍ଶ ଦିଆଯାଇଛି । ସୂଚନାଯୋଗ୍ୟ, ଅନଲକ୍‌ 3.0ରେ କେନ୍ଦ୍ର ସରକାର ଅଗଷ୍ଟ 5 ତାରିଖରୁ ଜିମ୍‌ ଓ ଯୋଗ କେନ୍ଦ୍ର ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି । (ଏଜେନ୍ସି)

Related posts