Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭୁବନେଶ୍ବରରେ ‘ହରିତ ଯୋଗ’ର ଶୁଭାରମ୍ଭ ସହିତ ଆରମ୍ଭ ହେଲା ଅନ୍ତର୍ଜାତୀୟ ଯୋଗ ଦିବସର ଅବଗଣନା
ଜାତୀୟ ଖବର

ଭୁବନେଶ୍ବରରେ ‘ହରିତ ଯୋଗ’ର ଶୁଭାରମ୍ଭ ସହିତ ଆରମ୍ଭ ହେଲା ଅନ୍ତର୍ଜାତୀୟ ଯୋଗ ଦିବସର ଅବଗଣନା

April 7, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
Yoga

ଭୁବନେଶ୍ବର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଜି ସାଧାରଣ ଯୋଗ ଅଭ୍ୟାସ (ସିୱାଇପି) ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୬,୦୦୦ରୁ ଅଧିକ ଯୋଗପ୍ରେମୀ ଅଂଶଗ୍ରହଣ କରି ଯୋଗାଭ୍ୟାସ କରିଛନ୍ତି । ଏହି ଅବସରରେ କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରତାପରାଓ ଯାଧବ ଏବଂ ଅନ୍ୟ ମାନ୍ୟଗଣ୍ୟ ଅତିଥିଙ୍କ ଦ୍ୱାରା ‘ହରିତ ଯୋଗ’ ନାମକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି।

ବିଶିଷ୍ଟ ଅତିଥିମାନେ ଔଷଧୀୟ ଉଦ୍ଭିଦ ରୋପଣ କରିବା ସହିତ ଯୋଗାଭ୍ୟାସରେ ଅଂଶଗ୍ରହଣ କରିଥିବା ସବୁ ଅଂଶଗ୍ରହଣକାରୀଙ୍କୁ ମଧ୍ୟ ଔଷଧୀୟ ଉଦ୍ଭିଦ ବିତରଣ କରାଯାଇଛି। ଏହି କାର୍ଯ୍ୟକ୍ରମ ସହିତ ଆସନ୍ତା ୨୧ ଜୁନ୍‌ ଅନ୍ତର୍ଜାତୀୟ ଯୋଗଦିବସ ନିମନ୍ତେ ୭୫ ଦିନିଆ ଅବଗଣନା ଆରମ୍ଭ ହୋଇଛି।

ଏହି ସମାବେଶକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଯୋଗ ଗତ ୧୦ ବର୍ଷ ମଧ୍ୟରେ ଅଭୂତପୂର୍ବ ଲୋକପ୍ରିୟତା ହାସଲ କରିଛି ଏବଂ ବର୍ତ୍ତମାନ ଏହା ଏକ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମରେ ପରିଣତ ହୋଇପାରିଛି। ୨୦୨୫ ମସିହା ମାର୍ଚ୍ଚ ୩୦ ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ‘ମନ୍ କି ବାତ୍’ ଅଭିଭାଷଣରେ ଏହା କହିଥିଲେ।

ନରେନ୍ଦ୍ର ମୋଦୀ ଦୈନନ୍ଦିନ ଜୀବନରେ ସୁସ୍ଥତା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଅନ୍ତର୍ଜାତୀୟ ଯୋଗ ଦିବସ ଭଳି ପଦକ୍ଷେପକୁ ପ୍ରଶଂସା କରିଥିଲେ। ଏକ ସୁସ୍ଥ ବିଶ୍ୱ ପାଇଁ ଭାରତର ବିଚାର ବାଣ୍ଟିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ଯୋଗ ଦିବସ ୨୦୨୫ର ବିଷୟବସ୍ତୁ ‘ଏକ ପୃଥିବୀ ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ’ ରଖିଛନ୍ତି। ଏହି ବିଷୟବସ୍ତୁ ସମଗ୍ର ବିଶ୍ୱ ପାଇଁ ସାମଗ୍ରିକ ସ୍ୱାସ୍ଥ୍ୟ ସୁନିଶ୍ଚିତ କରିଥାଏ ବୋଲି ଶ୍ରୀ ଯାଧବ କହିଥିଲେ।

‘ହରିତ ଯୋଗ’ ପଦକ୍ଷେପ ବିଷୟରେ ଉଲ୍ଲେଖ କରି ମାନ୍ୟବର ମନ୍ତ୍ରୀ କହିଥିଲେ, ‘‘ଆମର ସ୍ୱାସ୍ଥ୍ୟ, ଆମ ଗ୍ରହର ସ୍ୱାସ୍ଥ୍ୟ ସହିତ ଅବିଚ୍ଛେଦ୍ୟ ଭାବରେ ଜଡିତ। ଯେପରି ଯୋଗ ଆମ ମନ ଏବଂ ଶରୀରକୁ ପୋଷଣ ଦେଇଥାଏ, ସେହିପରି ବୃକ୍ଷରୋପଣ ପୃଥିବୀକୁ ପୋଷଣ କରିଥାଏ, ଯାହା ଆଗାମୀ ପିଢ଼ି ପାଇଁ ଏକ ସବୁଜ ଏବଂ ସୁସ୍ଥ ଭବିଷ୍ୟତ ସୁନିଶ୍ଚିତ କରିଥାଏ।

ଏହା ସହିତ କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ଯାଧବ ‘ହରିତ ଯୋଗ’ର ଶୁଭାରମ୍ଭ ଘୋଷଣା କରିଥିଲେ ଏବଂ କହିଥିଲେ ଯେ ‘ହରିତ ଯୋଗ’ ଯୋଗ ଦିବସ ୨୦୨୫ର ୧୦ଟି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଅଂଶବିଶେଷ। କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ମିଶି ହରିତ ଯୋଗର ଶୁଭାରମ୍ଭ ଅବସରରେ ଔଷଧୀୟ ବୃକ୍ଷ ରୋପଣ କରିଥିଲେ।

ଯୋଗର ସ୍ଥିରତା ଏବଂ ପରିବେଶ ସମ୍ବନ୍ଧୀୟ ଦିଗ ବିଷୟରେ ଉଲ୍ଲେଖ କରି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ହରିତ ଯୋଗକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଏକ ପେଡ଼ ମା କେ ନାମ’ର ପରିକଳ୍ପନା ସହିତ ଯୋଡ଼ିଛନ୍ତି। ଏହି ପଦକ୍ଷେପ ଲୋକମାନଙ୍କୁ ଉଭୟ ବ୍ୟକ୍ତିଗତ ଏବଂ ପ୍ରକୃତିର ସ୍ୱାସ୍ଥ୍ୟର ପୋଷଣ ପାଇଁ ଏକ ପ୍ରତୀକାତ୍ମକ କାର୍ଯ୍ୟ ଭାବରେ ବୃକ୍ଷ ରୋପଣ କରିବାକୁ ଉତ୍ସାହିତ କରେ ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ ।

ମାନ୍ୟବର କେନ୍ଦ୍ର ମନ୍ତ୍ରୀ ‘ପ୍ରକୃତି ପରୀକ୍ଷଣ ଅଭିଯାନ’ର ସଫଳତା ଉପରେ ମଧ୍ୟ ଆଲୋକପାତ କରିଥିଲେ, ଯେଉଁଥିରେ ୧୨.୯ କୋଟିରୁ ଅଧିକ ଲୋକଙ୍କ ପାଇଁ ‘ପ୍ରକୃତି ପରୀକ୍ଷଣ’ ଆୟୋଜନ କରାଯାଇଥିଲା, ଯାହାକି ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିଲା।

ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ସୁଶ୍ରୀ ପ୍ରଭାତୀ ପରିଡ଼ା ଯୋଗର ଶକ୍ତି ଉପରେ ଗୁରୁତ୍ୱାରୋପ କରି କହିଛନ୍ତି, ‘‘ଯୋଗ ଆମକୁ ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବାକୁ ପ୍ରେରଣା ଦେଇଥାଏ। ସମସ୍ତେ ଯୋଗକୁ ଦୈନନ୍ଦିନ ଜୀବନରେ ସାମିଲ କରିବା ଏବଂ ଭଗବାନ ଜଗନ୍ନାଥଙ୍କ ଦିବ୍ୟତାରୁ ଶକ୍ତି ଆହରଣ କରିବା ଲାଗି ସେ ଆହ୍ୱାନ ଦେଇଥିଲେ।

ଭୁବନେଶ୍ୱରରୁ ଅନ୍ତର୍ଜାତୀୟ ଯୋଗଦିବସର ୭୫ ଦିନିଆ ଅବଗଣନା ଆରମ୍ଭ କରିବା ଏବଂ ଏହି ସମାରୋହରେ ଓଡ଼ିଶାକୁ ସହଭାଗୀ ହେବାର ସୁଯୋଗ ଦେଇଥିବାରୁ ଓଡ଼ିଶା ସରକାରଙ୍କ ତରଫରୁ ସେ ଭାରତ ସରକାର ଏବଂ ଆୟୁଷ ମନ୍ତ୍ରଣାଳୟ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ।

ପୁରୀ ସାଂସଦ ସମ୍ବିତ ପାତ୍ର ବିଶ୍ୱସ୍ତରରେ ଯୋଗର ପ୍ରଭାବକୁ ସ୍ୱୀକାର କରିବା ସହିତ ଯୋଗ ଦିବସର ସଫଳତା ଉପରେ ମତ ରଖିଥିଲେ। ସେ କହିଥିଲେ, ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିର ପରିଣାମ ସ୍ୱରୂପ ୨୦୧୪ରେ ୧୭୭ଟି ଦେଶ ସର୍ବସମ୍ମତିକ୍ରମେ ଜୁନ୍‌ ୨୧କୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଆୟୁଷ ମନ୍ତ୍ରଣାଳୟର ଯୁଗ୍ମ ସଚିବ ମୋନାଲିସା ଦାସ, ଭୁବନେଶ୍ବର ମେୟର ସୁଲୋଚନା ଦାସ, ଆୟୁଷ ମନ୍ତ୍ରଣାଳୟର ସ୍ୱତନ୍ତ୍ର ଅଧିକାରୀ ନିଶାନ୍ତ ମେହରାଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ।

ଆଜିର ଯୋଗ ମହୋତ୍ସବରେ ସାଧାରଣ ଯୋଗ ଅଭ୍ୟାସ (ସିୱାଇପି) ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ମୋରାରଜି ଦେଶାଇ ଜାତୀୟ ଯୋଗ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡକ୍ଟର କାଶୀନାଥ ସମାଗଣ୍ଡିଙ୍କ ନେତୃତ୍ୱରେ ୬,୦୦୦ ଯୋଗପ୍ରେମୀ କଳିଙ୍ଗ ଷ୍ଟାଡିୟମରେ ଯୋଗ ଅଭ୍ୟାସ କରିଥିଲେ। ଏହି ଯୋଗ ଅଭ୍ୟାସରେ ଯୋଗ ନିଦ୍ରା, ପ୍ରାଣାୟାମ, ଧ୍ୟାନ ଆଦିର ପ୍ରଦର୍ଶନ କରାଯାଇଥିଲା।

ପ୍ରତ୍ୟେକ ଯୋଗ ମୁଦ୍ରା ଦୃଢ଼ତା, ଶକ୍ତି, ସନ୍ତୁଳନ ଏବଂ ସଦ୍ଭାବ ବଜାୟ ରଖିବା ପାଇଁ ଗୁରୁତ୍ୱପୂର୍ଣ୍ଣ। ହରିତ ଯୋଗ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ୬୦୦୦ରୁ ଅଧିକ ଔଷଧିୟ ଉଦ୍ଭିଦ ବିତରଣ କରାଯାଇଥିଲା। ଏହି ପ୍ରୟାସ ଯୋଗ ସହିତ ପରିବେଶ ସଚେତନତାକୁ ଯୋଡ଼ି ପାରିଛି।

ଭୁବନେଶ୍ୱରରେ ଆଜି ଆୟୋଜିତ ଯୋଗ ମହୋତ୍ସବ ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୫ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ଯୋଗ ମାଧ୍ୟମରେ ସାମଗ୍ରିକ ସ୍ୱାସ୍ଥ୍ୟ ଏବଂ ପରିବେଶ ଦୀର୍ଘସ୍ଥାୟିତ୍ୱ ପାଇଁ ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଉଛି।

yoga ପ୍ରତାପରାଓ ଯାଧବ ହରିତ ଯୋଗ
Share. Facebook Twitter LinkedIn Email WhatsApp Copy Link

Related Posts

କଣ ଗରମ ଯୋଗୁଁ ଆପଣଙ୍କ ପେଟ ବାରମ୍ବାର ଖରାପ ହେଉଛି କି ? ଜାଣନ୍ତୁ କାରଣ କଣ ?

April 27, 2026

ରାଘବଙ୍କୁ କଟାକ୍ଷ କଲେ ଓମାର ଅବଦୁଲ୍ଲା

April 26, 2026

ବିଜେପିକୁ ଟାର୍ଗେଟ କଲେ କେଜ୍ରିୱାଲ

April 26, 2026

ପିଠି ଯନ୍ତ୍ରଣାରେ ପୀଡିତ କି ? ଆଜି ହିଁ ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ

April 26, 2026
Latest News

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ଜାପାନରେ ଭୂମିକମ୍ପ

April 27, 2026

ଆଜିର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ସ୍ଥଗିତ

April 27, 2026

ଚିଲିକା ପୁସ୍ତକ ମେଳାର ତୃତୀୟ ଦିବସ: ପୁସ୍ତକପ୍ରେମୀଙ୍କ ଭରପୁର ଉତ୍ସାହ

April 27, 2026

କିସ୍ ରେ ରାଜ୍ୟସ୍ତରୀୟ ଆଦିବାସୀ ସ୍ୱେଚ୍ଛାସେବୀ ସଶକ୍ତିକରଣ କାର୍ଯ୍ୟକ୍ରମ ଉଦଯାପିତ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.