Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଭାବରେ କୃପାସିନ୍ଧୁ ମିଶ୍ରଙ୍କ ଦାୟିତ୍ବ ଗ୍ରହଣ
ଆଜିର ଖବର

ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଭାବରେ କୃପାସିନ୍ଧୁ ମିଶ୍ରଙ୍କ ଦାୟିତ୍ବ ଗ୍ରହଣ

June 26, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
krupasindhu mishra appointed as i& pr chief
krupasindhu mishra appointed as i& pr chief

ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଭାବରେ କୃପାସିନ୍ଧୁ ମିଶ୍ର ଦାୟିତ୍ବ ଗ୍ରହଣ କରିଛନ୍ତି। କାର୍ଯ୍ୟକ୍ଷେତ୍ରରେ ଶୃଙ୍ଖଳା ଓ ଅନୁରାଗ ବଳରେ ଅଧିକାରୀ ମାନେ ବିଶେଷ ଦକ୍ଷ ଓ ପ୍ରତିବଦ୍ଧ ହୋଇପାରିବେ ବୋଲି ସେ ମତ ଦେଇଛନ୍ତି। ଏଥିପାଇଁ କର୍ମସଂସ୍କୃତି, ସମୟାନୁବର୍ତ୍ତିତା ଓ ଦାୟିତ୍ବବୋଧ ଉପରେ ଗୁରୁତ୍ବ ଦେଇ ବିଭାଗକୁ ସୁଦୃଢ କରିବା ପାଇଁ ଆହ୍ବାନ ଦେଇଛନ୍ତି କୃପାସିନ୍ଧୁ। ମଙ୍ଗଳବାର ପୂର୍ବାହ୍ନରେ ଲୋକସମ୍ପର୍କ ଭବନରେ ଦାୟିତ୍ବ ଗ୍ରହଣ କରିବା ଅବସରରେ ତାଙ୍କୁ ବିଭାଗୀୟ ବରିଷ୍ଠ ଅଧିକାରୀ ଧନ୍ୟବାଦ ଜ୍ଞାପନ କରିଥିଲେ। ମଙ୍ଗମଳବାର ଅପରାହ୍ନରେ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀଙ୍କ ସହିତ ଅନୁଷ୍ଠିତ ଏକ ବୈଠକରେ ସେ ଅଧ୍ୟକ୍ଷତା କରିଥିଲେ। ଏଥିରେ ଅଧିକାରୀ ମାନେ ସ୍ବଚ୍ଛତା, ସାଧୁତା ଏବଂ ଦକ୍ଷତା ବଳରେ ଉତ୍ତମ ପ୍ରଶାସନର ସୁଫଳ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ ସେ ଆହ୍ବାନ କରିଥିଲେ। ଲୋକସମ୍ପର୍କ ବିଭାଗରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ନୂତନ ନିର୍ଦ୍ଦେଶକଙ୍କୁ ସ୍ବାଗତ ଜଣାଇବା ସହିତ ବିଭାଗର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯୁଗ୍ମ ଶାସନ ସଚିବ ଶୁଭେନ୍ଦୁ କୁମାର ନାୟକ, ବରିଷ୍ଠ ସୂଚନା ଅଧିକାରୀ ସୂର୍ଯ୍ୟରଞ୍ଜନ ମହାନ୍ତି ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ। ଉପ ନିର୍ଦ୍ଦେଶକ ବିପିନ ବିହାରୀ ବାରିକି ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପ ନିର୍ଦ୍ଦେଶକ ବରଦା ପ୍ରସନ୍ନ ଦାଶ, ଉପଶାସନ ସଚିବ ଦୁର୍ଗା ପ୍ରସାଦ ମହାରଣା, ଉପଶାସନ ସଚିବ ଦୁର୍ଯ୍ୟୋଧନ ବେହେରାଙ୍କ ସମେତ ବିଭିନ୍ନ ବିଭାଗର ମୁଖ୍ୟ ମାନେ ଉପସ୍ଥିତ ଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ବିଳମ୍ବିତ ରାୟକୁ ନେଇ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ : ରାୟ ସଂରକ୍ଷିତର ସର୍ବାଧିକ ୩ ମାସ ମଧ୍ୟରେ ଫୈସଲା କରିବାକୁ ନିର୍ଦ୍ଦେଶ

May 29, 2026

ବାରଙ୍ଗରୁ ହଟିଲା ରାସ୍ତା ଅବରୋଧ

May 29, 2026

ଜିଏମୟୁ ଇତିହାସ ବିଭାଗ ପକ୍ଷରୁ ଭୀମ ମଣ୍ଡଳୀକୁ ଶିକ୍ଷାଗତ ଐତିହ୍ୟ ପରିଦର୍ଶନ

May 29, 2026

ଯୌତୁକ ନିର୍ଯାତନା ମାମଲାରେ କଡ଼ା ମନ୍ତବ୍ୟ ଦେଲେ ସୁପ୍ରିମକୋର୍ଟ

May 29, 2026
Latest News

ବ୍ୟର୍ଥ ଗଲା ବୈଭବ ସୂର୍ଯ୍ୟବଂଶୀଙ୍କ ଇନିଂସ୍: ରାଜସ୍ଥାନକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ଗୁଜୁରାଟ

May 29, 2026

ବିଳମ୍ବିତ ରାୟକୁ ନେଇ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ : ରାୟ ସଂରକ୍ଷିତର ସର୍ବାଧିକ ୩ ମାସ ମଧ୍ୟରେ ଫୈସଲା କରିବାକୁ ନିର୍ଦ୍ଦେଶ

May 29, 2026

ବାରଙ୍ଗରୁ ହଟିଲା ରାସ୍ତା ଅବରୋଧ

May 29, 2026

ଜିଏମୟୁ ଇତିହାସ ବିଭାଗ ପକ୍ଷରୁ ଭୀମ ମଣ୍ଡଳୀକୁ ଶିକ୍ଷାଗତ ଐତିହ୍ୟ ପରିଦର୍ଶନ

May 29, 2026

ଯୌତୁକ ନିର୍ଯାତନା ମାମଲାରେ କଡ଼ା ମନ୍ତବ୍ୟ ଦେଲେ ସୁପ୍ରିମକୋର୍ଟ

May 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.